Tribal Girls: ଘରକୁ ଫେରିବେ ସିନଗୋ; ପ୍ରଶାସନକୁ ସହଯୋଗ କଲା ସ୍ବେଚ୍ଚାସେବୀ ସଂଗଠନ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ):ମୟୂରଭଞ୍ଜଜିଲ୍ଲା ବାମନଘାଟି ଉପଖଣ୍ଡରୁ କିଛି ଆଦିବାସୀ ଝିଅ ନିଜ ତଥା ନିଜ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଦାଦନ ଖଟିବାକୁ କିଛି ନିର୍ଦିଷ୍ଟ ଦଲାଲ ମାଧ୍ୟମରେ ଦିଲ୍ଲୀକୁ ୫ ବର୍ଷ ପୂର୍ବରୁ ଯାଇଥିଲେ। ତେବେ ଯିବା ଠାରୁ ଆଜି ପର୍ଯ୍ୟନ୍ତ ସେମାନେ ଆଉ ନିଜ ଜନ୍ମ ମାଟିକୁ ଫେରି ନଥିବା ସହିତ ଉକ୍ତ ଯୁବତୀମାନଙ୍କୁ ଦଲାଲ ବିକ୍ରି କରିଥିବା ଖବର ସହିତ ଦୁଇ ଯୁବତୀଙ୍କ କୌଣସି ଖୋଜ ଖବର ନମିଳିବା ଏବଂ ପରିଶ୍ରମର ପଇସା ମଧ୍ୟ ନ ପାଇବା ଖବର ଗତ ୨୨ ଏପ୍ରିଲରେ ଦୈନିକ ‘ସମ୍ବାଦ’ରେ ପ୍ରକାଶିତ ହୋଇଥିଲା।

ଏକ ଝିଅର ଗରୀବ ବାପା ମାଆ ଝିଅକୁ ଆଣିବାକୁ ଦିଲ୍ଲୀ ଯିବା ଖବର ପାଇ ଭଞ୍ଜସେନା ତରଫରୁ ବାମନଘାଟି ଉପଖଣ୍ଡ ସଭାପତି ସୁନ୍ଦର ମୋହନ ଟୁଡୁ ଗୋରୁମହିଷାଣୀସ୍ଥ ରଘୁ ପାତ୍ରଙ୍କ ସହିତ ଉକ୍ତ ପରିବାରବର୍ଗଙ୍କୁ ଭେଟି ସବିଶେଷ ଆଲୋଚନା କରି ଦିଲ୍ଲୀ ଯିବା ସକାଶେ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ତାଙ୍କର ଦିଲ୍ଲୀ ଯିବା ଆସିବା ପାଇଁ ଟ୍ରେନ୍ ଟିକଟର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଉଛି ତାସହିତ ଉକ୍ତ ମୟୁରଭଞ୍ଜ ଝିଅ ମାନେ ମାତୃଭୂମିକୁ ଫେରିଆସିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ସଂଗଠନ ବହନ କରିବ ଆଉ ପେଟପାଟଣା ପାଇଁ ବାହାର ରାଜ୍ୟରେ ଦାଦନ ଖଟୁଥିବା ଭାଇ ଭଉଣୀ ମାନଙ୍କର ସମସ୍ୟାର ସମାଧାନ ପାଇଁ ସଂଗଠନ ସଦା ସର୍ବଦା ପ୍ରସ୍ତୁତ ଅଛି ବୋଲି ଜିଲ୍ଲା ମୁଖପାତ୍ର ଜ୍ୟୋତି ରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।

ସୌଜନ୍ୟ ସମ୍ବାଦ