Young Man Dies In Pond: ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଯୁଯୁମୁରା: ଯୁଯୁମୁରା ଥାନା ଅନ୍ତର୍ଗତ ଯୁଯୁମୁରା କୁଡ଼ାପଡ଼ାର ଆନନ୍ଦ ମିର୍ଦ୍ଧା(୨୪) ଗତକାଲି ମଧ୍ୟାହ୍ନ ସମୟରେ ନିକଟସ୍ଥ ପୋଖରୀକୁ ସ୍ନାନ କରିବାକୁ ଯାଇଥିଲେ। ଗାଧୋଉଥିବା ସମୟରେ ସେ ଅଚାନକ ପାଣିରେ ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଘଟଣା ପରେ ସେ ଘରକୁ ଫେରି ନଥିଲେ । ପରିବାର ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲେ।

ପୋଖରୀରୁ ଶବକୁ ଉଦ୍ଧାର କରିଥିଲେ

ଆଜି ସକାଳେ ସ୍ଥାନୀୟ ଲୋକେ ପୋଖରୀରେ ତାଙ୍କଶରୀରଭାସୁଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ଯୁଯୁମୁରା ଅଗ୍ନିଶମ ବାହିନୀ ଓ ପୁଲିସ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ସେମାନେ ପୋଖରୀରୁ ଶବକୁ ଉଦ୍ଧାର କରିଥିଲେ। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି। ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଜାରି ରଖିଛି।

ସୌଜନ୍ୟ ସମ୍ବାଦ