ବ୍ରହ୍ମପୁର ୨୮।୦୪ : ଗଞ୍ଜାମ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା । ସାମ୍ନାକୁ ଆସିଲା ସାଂଘାତିକ ଷଡଯନ୍ତ୍ର । ନ୍ୟୁଜ7 ହାତରେ ଲାଗିଛି ଅଭିଯୁକ୍ତ ଓ ମୃତ ସୁଧିରଙ୍କ ପତ୍ନୀ ରଶ୍ମିତାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ କ୍ଲିପ୍ । ତେବେ ଏହି ଅଡିଓ କ୍ଲିପରେ ଜଣେ ସୁଧିରଙ୍କ ସ୍ତ୍ରୀ ହୋଇଥିବା ବେଳେ ବିପରୀତ ପଟେ କଥା ହେଉଥିବା ଅପହରଣକାରୀ କିଏ । ତାକୁ ନେଇ ବଢୁଛି ସସ୍ପେନ୍ସ ।
ଏହି ଅଡିଓ କ୍ଲିପରେ, ସୁଧିରଙ୍କୁ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କା ମିଳିଥିବା ରଶ୍ମିତାଙ୍କୁ କହିଛନ୍ତି ଅଭିଯୁକ୍ତ । ସୁଧିରଙ୍କ ପାଖରେ ବହୁ ପରିମାଣର ଟଙ୍କା ରହିଥିବା କେହି ଜଣେ ଅଭିଯୁକ୍ତଙ୍କୁ ଫୋନ କରି କହିଥିଲେ । ନଗଦ ଏକ କୋଟି ଟଙ୍କା ଧରି ଆସିକା ଆସିବାକୁ ପ୍ରଥମେ ଅଭିଯୁକ୍ତ ମାନେ ରଶ୍ମିତାଙ୍କୁ କହିଥିଲେ । ନିଜ କାରରେ ଏକ କୋଟି ଟଙ୍କା ଧରି ଆସିକା ଆସିବାକୁ କହିଥିଲେ ଅଭିଯୁକ୍ତ ମାନେ । ଏକ କୋଟି ଟଙ୍କା ନାହିଁ ବୋଲି ମନା କରିଥିଲେ ରଶ୍ମିତା । ଏକ କୋଟି ଟଙ୍କା ବଦଳରେ ରଶ୍ମିତା ପିନ୍ଧିଥିବା ୧୦ ତୋଳା ସୁନାକୁ ଅଭିଯୁକ୍ତଙ୍କୁ ଦେବା ପାଇଁ ରାଜି ହୋଇଥିଲେ । କିନ୍ତୁ ଏକ କୋଟି ଟଙ୍କା ଦାବି କରିବା ସହ କିଛି ସମୟ ଧରି ରଶ୍ମିତା ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଛି ଯୁକ୍ତିତର୍କ । ସୁଧିର ସବୁ ଟଙ୍କା ବ୍ୟାଙ୍କ ଲକରରେ ରଖିଥିବା ଅଭିଯୁକ୍ତକୁ କହିଥିଲେ ରଶ୍ମିତା। ଏହାକୁ ଅଭିଯୁକ୍ତ ସତ ବୋଲି ଗ୍ରହଣ ନକରିବା ପରେ ରଶ୍ମିତା ଓ ତାଙ୍କ ଝିଅ ଲଗାଇଥିବା ସମସ୍ତ ସୁନାକୁ ଅଭିଯୁକ୍ତଙ୍କୁ ଦେବା ପାଇଁ ରଶ୍ମିତା କହିଥିଲେ। ନିଜେ ପିନ୍ଧିଥିବା ସୁନା ସହ ଘରେ ରଖିଥିବା ସୁନାକୁ ମଧ୍ୟ ସାଙ୍ଗରେ ଧରି ଆସିକା ଆସିବାକୁ କହିଥିଲେ ଅଭିଯୁକ୍ତ।
ସେହିପରି ଆସିକା ପରେ ରଶ୍ମିତାଙ୍କ ପଛେ ପଛେ ଅଭିଯୁକ୍ତଙ୍କ କିଛି ସହଯୋଗୀ ପିଛା କରିବେ। ଯଦି କିଛି ଭୁଲ କିମ୍ବା କେଶ୍ ହେଲା ଭଲ ହେବନି ବୋଲି ଚେତାବନୀ ଦେଇଥିଲେ ଅଭିଯୁକ୍ତ। ଏହାପରେ ରଶ୍ମିତାଙ୍କୁ କାର୍ ନୁହେଁ ବରଂ ବାଇକରେ ଆସିକା ଆସିବାକୁ କହିଥିଲେ ଅଭିଯୁକ୍ତ ମାନେ। ଆସିକା ଆସିବା ମଧ୍ୟରେ ୱାଟସଆପ ନମ୍ବରରେ କଲ କରିବୁ ନେଟ୍ ଅନ୍ କରି ରଖିଥାଅ ବୋଲି ରଶ୍ମିତାଙ୍କୁ କହିଥିଲେ। ଏହି ଅଡିଓର ବାର୍ତ୍ତାଳାପରୁ ଅନୁମାନ କରାଯାଉଛି ଯେ, ହତ୍ୟା କରିବା ପାଇଁ ରଚା ଯାଇଥିଲା ଷଡଯନ୍ତ୍ର।
ସୌଜନ୍ୟ Prameya News7

