Konarka Temple: ସୂର୍ଯ୍ୟମନ୍ଦିର ପ୍ରସ୍ଥାନ ଦ୍ବାର ବନ୍ଦ; ନବଗ୍ରହ ମନ୍ଦିର ସମ୍ମୁଖରେ ଧାରଣାରେ ବସିଲେ ସେବାୟତ

କୋଣାର୍କ,୨୪।୧୧: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କୋଣାର୍କ ନବଗ୍ରହ ମନ୍ଦିର ସମ୍ମୁଖରେ ସେବାୟତଙ୍କ ଧାରଣା । ଫଳରେ ଦୂରଦୁରାନ୍ତରୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ନିରାଶରେ ଫେରିଯାଇଛନ୍ତି । ଏଏସଆଇ କର୍ତୃପକ୍ଷ ସୂର୍ଯ୍ୟମନ୍ଦିର ପ୍ରସ୍ଥାନ ଦ୍ବାର ବନ୍ଦ କରିବା ଯୋଗୁଁ ପରିଦର୍ଶନରେ ଆସୁଥିବା ହଜାର ହଜାର ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ନବଗ୍ରହ ଦର୍ଶନରୁ ବଞ୍ଚିତ ହେଉଥିବା ନେଇ ପୂଜକ ସଂଘ ଅଭିଯୋଗ କରିଛି ।
ଏହି ଘଟଣାକୁ ନେଇ ନବଗ୍ରହ ମନ୍ଦିର ପୂଜକ ସଂଘ ପକ୍ଷରୁ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ, ଏଏସଆଇ ମହାନିର୍ଦ୍ଦେଶକ, ରାଜ୍ୟ ସଂସ୍କୃତି ବିଭାଗ, ପୁରୀ ଜିଲ୍ଲାପାଳ ଓ ଏସପି ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବୁ ବୋଲି ସଂଘର ବରିଷ୍ଠ କର୍ମକର୍ତ୍ତା ଆଲୋକ କୁମାର ପାଢୀ, ଲିଙ୍ଗରାଜ ପଣ୍ଡା, ବିଭୂତି ଭୂଷଣ ପାଢୀ ଓ ରବିନ୍ଦ୍ର ନାଥ ପଣ୍ଡା ସମେତ ସେବାୟତ ମାନେ ପ୍ରକାଶ କରିଛନ୍ତି ।
ସୌଜନ୍ୟ ସମ୍ବାଦ




