ରାଜ୍ୟ

କୃଷି ମେଳାରେ SOAକୁ ବଡ଼ ସଫଳତା, ହାତେଇଲା Best Exhibitor Award

ଭୁବନେଶ୍ୱର, ୨୪/୧୧(ବ୍ୟୁରୋ): ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା-୨୦୨୬ରେ ଶ୍ରେଷ୍ଠ ପ୍ରଦର୍ଶକ (ବେଷ୍ଟ ଏଗ୍ଜିବିଟର) ପୁରସ୍କାର ହାସଲ କରି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଗୌରବ ଅର୍ଜନ କରିଛି । ଆଇସିଏଆର କେନ୍ଦ୍ରୀୟ ମହିଳା କୃଷି ସଂସ୍ଥାନ (ଆଇସିଏଆର୍ ସିଆଇଡବ୍ଲୁଏ) ପରିସରରେ ଆୟୋଜିତ ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ସଂସ୍ଥାର ୧୨୩ଟି ଷ୍ଟଲ୍ ମଧ୍ୟରୁ ସୋଆ ଏହି ସମ୍ମାନ ହାସଲ କରିଛି । ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ ପକ୍ଷରୁ ଆୟୋଜିତ ଏହି ଷ୍ଟଲ ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ମିଳିତ ପ୍ରୟାସରେ ଆୟୋଜନ କରାଯାଇଥିଲା । ଆଇଏଏସର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫେସର ଡ. ମନମୋହନ ମିଶ୍ର, ପ୍ରଫେସର ଡ. ଦେବାଶିଷ ହୋତା, ଆସୋସିଏଟ୍ ପ୍ରଫେସର ଡ. ସତ୍ୟନାରାୟଣ ଶତପଥୀ ଓ ଡ.ରାଜୀବ କୁମାର ବେହେରା ସମେତ ଅନ୍ୟାନ୍ୟ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲେ ।

ଷ୍ଟଲରେ ସୋଆର ବିଭିନ୍ନ ଅଭିନବ କୃଷି ଜ୍ଞାନକୌଶଳ, ଗବେଷଣାଲବ୍ଧ ଉପଲବ୍ଧି ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଉଦ୍ୟୋଗମୂଳକ ଶିକ୍ଷା କାର୍ଯ୍ୟକ୍ରମ (ଏକ୍ସପେରିଏନ୍ସିଆଲ୍ ଲର୍ଣ୍ଣିଂ ପ୍ରୋଗ୍ରମ୍-ଇଏଲ୍ପି) ଅନ୍ତର୍ଗତ ବିଭିନ୍ନ ଉତ୍ପାଦ ପ୍ରଦର୍ଶିତ ହୋଇଥିଲା । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ଦ୍ରବ୍ୟ, ପାଳ ଛତୁର ମଞ୍ଜି, ଛତୁଆ, ସୁପ୍ ପାଉଡର, ଆଚାର, ବିଭିନ୍ନ ଫଳ ମିଶ୍ରିତ ଜାମ୍, ପଂଚଗବ୍ୟ ଆଦି ବିଭିନ୍ନ ଜୈବିକ ସାର, ବିଭିନ୍ନ ମଞ୍ଜିରେ ତିଆରି ଘର ସଜା ଜିନିଷ ଆଦି ପ୍ରଦର୍ଶିତ କରାଯାଇଥିଲା । ଷ୍ଟଲର ଅନ୍ୟତମ ଆକର୍ଷଣ ଥିଲା କୃଷକମାନଙ୍କ ପାଇଁ ଆୟୋଜିତ ବ୍ୟବହାରିକ ତାଲିମ କାର୍ଯ୍ୟକ୍ରମ । ବହୁ ସଂଖ୍ୟାରେ କୃଷକ ଷ୍ଟଲ୍ ପରିଦର୍ଶନ କରି ଛତୁ ଚାଷ, ମାଇକ୍ରୋଗ୍ରୀନ୍ସ ଉତ୍ପାଦନ ଏବଂ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ତାଲିମ ଗ୍ରହଣ କରିଥିଲେ । କୃଷି ଶିକ୍ଷା, ଗବେଷଣା, ନବସୃଜନ ଓ କୃଷକଙ୍କ ଦକ୍ଷତା ବିକାଶ ଦିଗରେ ସୋଆ ନିରନ୍ତର ପ୍ରୟାସର ଏହି ସଫଳତା ଏକ ପ୍ରତିଫଳନ । ଅଧ୍ୟାପକ ଓ ଛାତ୍ରଛାତ୍ରୀଙ୍କ ସମନ୍ୱିତ ଉଦ୍ୟମ ଏବଂ କୃଷକଙ୍କ ସହିତ ଜ୍ଞାନ ଆଦାନପ୍ରଦାନ ଏହି ସଫଳତାକୁ ଅଧିକ ଅର୍ଥପୂର୍ଣ୍ଣ କରିଛି । ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, କୃଷି ବିଜ୍ଞାନ ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଛାତ୍ରଛାତ୍ରୀ ଓ ସହଯୋଗୀମାନଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜଣାଯାଇଛି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button