ଭୁବନେଶ୍ବର: ଜମି ବିବାଦରେ ସୁହାଇବା ଭଳି ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବା ନିମନ୍ତେ ୨ହଜାର ଟଙ୍କା ଲାଞ୍ଚ ନେଇ ରାଜକନିକା ଥାନାର ଏଏସ୍ଆଇ ପ୍ରଶାନ୍ତ ପ୍ରଧାନ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍ସ) ଟିମ୍ ହାତରେ ଧରାପଡ଼ିଛନ୍ତି।
Vigilance Raid ଭିଜିଲାନ୍ସ ଜାଲରେ ଓପିଏଚ୍ଡବ୍ଲୁସି ଡେପୁଟି ମ୍ୟାନେଜର
ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଏକ ଜମିର ମାଲିକାନାକୁ ନେଇ ଅଭିଯୋଗକର୍ତ୍ତା ଓ ଅନ୍ୟଜଣଙ୍କ ମଧ୍ୟରେ ବିବାଦ ଲାଗିଥିଲା। ତେବେ ଅଭିଯୋଗକର୍ତ୍ତାଙ୍କ ବିନାନୁମତିରେ ଅପରପକ୍ଷ ଉକ୍ତ ଜମିରେ ନିର୍ମାଣ କରିଥିଲେ। ଏହା ବିରୋଧରେ ଅଭିଯୋଗକର୍ତ୍ତା କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ନିର୍ମାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ଥାନାର ଆଇଆଇସିଙ୍କୁ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କହିଥିଲେ। ଏହାର ତଦନ୍ତ ଦାୟିତ୍ବ ଏଏସ୍ଆଇ ପ୍ରଶାନ୍ତ ପ୍ରଧାନଙ୍କୁ ପ୍ରଦାନ କରାଯାଇଥିଲା। ଅଭିଯୋଗକର୍ତ୍ତା ଯାଞ୍ଚରେ ସହଯୋଗ କରିବା ନିମନ୍ତେ ଏଏସ୍ଆଇ ପ୍ରଧାନଙ୍କୁ ସାକ୍ଷାତ କରିଥିଲେ। ଏଏସ୍ଆଇ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ନିମନ୍ତେ ୨ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇଅଭିଯୋଗକର୍ତ୍ତା ଭିଜିଲାନ୍ସ ବିଭାଗ ଠାରେ ଅଭିଯୋଗ କରିଥିଲେ। ଅଭିଯୋଗ ଭିତ୍ତିରେ ଆଜି ଅଭିଯୋଗକର୍ତ୍ତାଙ୍କ ଠାରୁ ଟଙ୍କା ନେବା ବେଳେ ରାଜକନିକା ଥାନା କୋଠା ନିକଟରେ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲେ।
Vigilance: କୋଟିପତି କିରାଣିଙ୍କ ଘରେ ପଶିଲା ଭିଜିଲାନ୍ସ
ଏହାପରେ ଭିଜିଲାନ୍ସ ବିଭାଗ ଆୟବହିର୍ଭୁତ ସମ୍ପତ୍ତି ଠୁଳ ନେଇ ବାସଭବନ ସହ ଦୁଇଟି ସ୍ଥାନରେ ଚଢ଼ାଉ କରିଛି। ସମ୍ପୃକ୍ତ ଏଏସ୍ଆଇଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୭ରେ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ସୌଜନ୍ୟ ସମ୍ବାଦ

