ଜୀବନଚର୍ଯ୍ୟା

Sabitri Brata : ସାବିତ୍ରୀ ଅମାବାସ୍ୟା, ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଓଷା ପାଳୁଛନ୍ତି ସଧବା ମହିଳା

ଭୁବନେଶ୍ୱର ୧୬।୦୫: ସାବିତ୍ରୀ ବ୍ରତ ହେଉଛି ଓଡ଼ିଶାର ଏକ ପ୍ରମୁଖ ଏବଂ ପବିତ୍ର ଗଣପର୍ବ। ଏହା ଓଡ଼ିଆ ହିନ୍ଦୁ ସନାତନ ସଂସ୍କୃତିରେ ସତୀତ୍ୱ, ନିଷ୍ଠା ଓ ଦାମ୍ପତ୍ୟ ପ୍ରେମର ଏକ ଅନନ୍ୟ ପ୍ରତୀକ। ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ, ସୁସ୍ଥ ଜୀବନ ଏବଂ ପରିବାରର ମଙ୍ଗଳ କାମନା କରି ଏହି ବ୍ରତ ପାଳନ କରିଥାନ୍ତି।

ଚନ୍ଦ୍ରମାସ ଅନୁସାରେ, ଜ୍ୟେଷ୍ଠ ମାସର କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହାକୁ ‘ସାବିତ୍ରୀ ଅମାବାସ୍ୟା’ ମଧ୍ୟ କୁହାଯାଏ। ଏହି ବ୍ରତ ସହ ମହାଭାରତର ମହାସତୀ ସାବିତ୍ରୀ ଓ ସତ୍ୟବାନଙ୍କ ଉପାଖ୍ୟାନ ଜଡ଼ିତ। ଆଜି ସକାଳୁ ରାଜ୍ୟର ପ୍ରତିଟି ସହର ଓ ଗାଁ ଉତ୍ସବମୁଖର ହୋଇଛି । ଓଡ଼ିଆ ସଧବା ନାରୀମାନେ ସକାଳୁ ସ୍ନାନ ସାରି ନୂଆ ଲାଲ୍ କିମ୍ବା ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧନ୍ତି। ହାତରେ ନୂଆ ଶଙ୍ଖା, ମଥାରେ ସିନ୍ଦୂର ଏବଂ ପାଦରେ ଅଳତା ଲଗାଇ ସମ୍ପୂର୍ଣ୍ଣ ସଧବା ବେଶରେ ସଜେଇ ହୁଅନ୍ତି। ଏହି ବ୍ରତରେ ଅନ୍ନ ଗ୍ରହଣ କରାଯାଏ ନାହିଁ। ମା’ ସାବିତ୍ରୀଙ୍କ ପାଖରେ ବିଭିନ୍ନ ପ୍ରକାର ଋତୁକାଳୀନ ଫଳ ଭୋଗ ଲଗାଯାଏ

 

 

 

ସୌଜନ୍ୟ Prameya News7

Show More
Back to top button