Iran Warns: ଓମାନ ସାଗର ପାଲଟିବ ଆମେରିକୀୟ ସୈନ୍ୟଙ୍କ କବରସ୍ତାନ: ଆମେରିକା ନୌସେନାର ଘେରାବନ୍ଦୀ ନେଇ ଚେତାବନୀ ଦେଲା ଇରାନ

ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଆମେରିକାକୁ ଧମକ ଦେଇ ଇରାନ କହିଛି ଯେ, ଯଦି ଆମେରିକୀୟ ନୌସେନା ହର୍ମୁଜ୍‌ରେ ଘେରାବନ୍ଦୀ ନହଟାଏ, ତେବେ ଆମେ ଓମାନ ସାଗରକୁ ସେମାନଙ୍କର କବରସ୍ତାନରେ ପରିଣତ କରିବୁ। ଇରାନ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି। ତେହେରାନର ଏକ୍ସପେଡିଏନ୍ସି କାଉନସିଲର ସଦସ୍ୟ ଏବଂ ଆଇଆର୍‌ଜିସିର ପୂର୍ବତନ କମାଣ୍ଡର ମୋହସେନ ରେଜାୟି ଆମେରିକାକୁ ଯଥାଶୀଘ୍ର ଇରାନ ବନ୍ଦରଗୁଡିକରୁ ଅବରୋଧ ଉଠାଇବାକୁ ଚେତାବନୀ ଦେଇ ଏଭଳି କହିଛନ୍ତି।

ଇରାନର ସରକାରୀ ଟିଭିରେ ଭାଷଣ ଦେଇ ରେଜାୟି ଆମେରିକାକୁ ସିଧାସଳଖ ଚେତାବନୀ ଦେଇଛନ୍ତି। ଇରାନ ବନ୍ଦରଗୁଡିକ ଉପରେ ଆମେରିକାର ଘେରାବନ୍ଦୀକୁ ସେ ଯୁଦ୍ଧ କାର୍ଯ୍ୟ ବୋଲି କହି ଏହା ତେହେରାନର ଅଧିକାର ବୋଲି କହିଛନ୍ତି। ଆମେରିକା ଯେତେ ଅଧିକ ସମୟ ପାଇଁ ଇରାନ ଉପରେ ନୌସେନା ଅବରୋଧ ଜାରି ରଖିବ, ଏହା ବିଶ୍ୱର ଦେଶଗୁଡ଼ିକର କ୍ଷତି କରିବ। ଏହି ଅଚଳାବସ୍ଥା ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ଜାରି ରହିଛି। ଏଭଳି କାର୍ଯ୍ୟ ପଛରେ ୱାସିଂଟନର ପ୍ରକୃତ ଉଦ୍ଦେଶ୍ୟ କ’ଣ ରହିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

 

 

 

ସୌଜନ୍ୟ ସମ୍ବାଦ