Smoke: ରାଇରଂଗପୁରବାସୀଙ୍କୁ ଚର୍ମରୋଗ ଭୟ, ବିଷାକ୍ତ ଧୂଆଁ ବଢ଼ାଉଛି ଚିନ୍ତା

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲାରାଇରଙ୍ଗପୁର ପୌରପରିଷଦର ୱାର୍ଡ ନଂ ୭ ଗଢ ନିକଟସ୍ଥ ଫିସାରୀ ଅଫିସ ପାର୍ଶରେ ଥିବା ଅଳିଆ ଗଦାରେ ନିଆଁ ଲଗାଇବାକୁ ବିରୋଧ କରୁଛନ୍ତି ଦୁଇ ୱାର୍ଡ ବାସିନ୍ଦା। ୱାର୍ଡବାସୀଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ମଧ୍ୟ ଖଡଖାଇ ନଈକୂଳସ୍ଥିତ ରାଉତଖମାର ଓ ଗଢରେ ପୌରପରିଷଦର ବିଭିନ୍ନ ଅଂଚଳର କୁଢ କୁଢ ମଇଳା ପକାଯାଇ ନିଆଁ ଲଗାଯାଉଥିଲା। ଫଳରେ ସହର ଯାକ ଧୂଆଁମୟ ହେଉଥିଲା।

ତେବେ ୬ ନଂ ୱାର୍ଡ ବାସିନ୍ଦା ଅଭିଯୋଗ କରିବାପରେ ରାଉତଖମାରଠାରେ ଥିବା ଅଳିଆକୁ ପୌରପରିଷଦ ପକ୍ଷରୁ ଉକ୍ତ ସ୍ଥାନରୁ ଶହ ଶହ ଟ୍ରାକ୍ଟର ମଇଳା ଆବର୍ଜ୍ଜନା ସେଠାରୁ ହଟାଇ ଦିଆଯାଇଥିଲା। ପରେ ଗଢଠାରେ ଥିବା ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ର ପାର୍ଶ୍ୟରେ ଅଳିଆ ଆବର୍ଜନା ଟ୍ରାକ୍ଟର ସାହାର୍ଯ୍ୟରେ ପକାଯାଉଥିଲା।

ତେବେ ଉକ୍ତ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅବଧି ସରିବାର ଏକ ବର୍ଷ ପରେ ବି ଅଳିଆ ଗଦାରେ କାହିଁକି ବନ୍ଦ ହେଉନି ବୋଲି ସ୍ଥାନୀୟ ବାସିନ୍ଦା ପ୍ରଶ୍ନ କରିଛନ୍ତି। ଦୁଇ ମାସରୁ ଅଧିକ ହେଲାଣି ସେଥିରେ ନିଆଁ ଲଗାଇ ଦେଉଥିବାରୁ ୬ ଓ ୭ ନଂ ୱାର୍ଡ ସମେତ ରାଇରଙ୍ଗପୁର ସହର ମଧ୍ୟ ଧୂଆଁମୟ ହେବା ସହିତ ପରିବେଶ ମଧ୍ୟ ଦୂଷିତ ହେଉଛି। ଯାହାଫଳରେ ସେହି ୱାର୍ଡ ସମେତ ରାଇରାଙ୍ଗପୁର ସହରର ଜନ ସାଧାରଣ ଧୂଆଁରେ ଅଣ ନିଶ୍ୱାସ ହେଉଛନ୍ତି।

ପବନ ବହୁଥିବା ଯୋଗୁଁ ଘର ଭିତରକୁ ମଧ୍ୟ ଧୂଆଁ ପଶିଯାଉଛି ଯାହାଫଳରେ ଘର ଭିତରେ ମଧ୍ୟ ରହିବା ଅସମ୍ଭବ ହୋଇପଡୁଛି। ବର୍ତ୍ତମାନର ୪୦ ଡିଗ୍ରୀ ରୁ ଅଧିକ ତାପମାତ୍ରାରେ ଘର ଭିତରେ ରହିବା ଅସମ୍ଭବ ହୋଇ ପଡୁଛି। ଗ୍ରୀଷ୍ମରୁ ରକ୍ଷା ପାଇଁ ଲୋକେ କବାଟ ଝରକା ଖଳିଲେ ଧୂଆଁ ରୁ ବର୍ତ୍ତି ପାରୁନାହାନ୍ତି।ଏଣୁ ଅଳିଆ ଆର୍ବଜନାରେ ନିଆଁ ନଲଗାଇବା ପାଇଁ ଦାବି ହେଉଛି। ରାଇରଙ୍ଗପୁର ପୌରପରିଷଦ ପକ୍ଷରୁ ସେହି ଆବର୍ଜନାରୁ ବର୍ଯ୍ୟବସ୍ତୁ ପରିଚାଳନା କେନ୍ଦ୍ରର ଅବଧି ସମାପ୍ତ ହେବାର ବର୍ଷେରୁ ଅଧିକ ହେଲାଣି ସମାପ୍ତ ହୋଇଛି। ସେହି ବିଷାକ୍ତ ଧୂଆଁରେ ଦୁଇ ୱାର୍ଡ ସମେତ ସହର ବାସିନ୍ଦାଙ୍କ ବିଭିନ୍ନ ଚର୍ମ ରୋଗ ହେଉଥିବା ମଧ୍ଯ ଅଭିଯୋଗ ହେଉଛି।

 

 

 

 

ସୌଜନ୍ୟ ସମ୍ବାଦ