IPL 2026 Qualifier 1: କ୍ଵାଲିଫାୟର-୧ରେ ମୁହାଁମୁହିଁ ହେବେ RCB ଓ GT; ଜାଣନ୍ତୁ ପିଚ୍ ରିପୋର୍ଟ ଓ ପ୍ଲେଇଂ XI

IPL 2026 Qualifier 1: ଆଇପିଏଲ୍ ୨୦୨୬ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଲିଗ୍ ପର୍ଯ୍ୟାୟ ପରେ ଆଜିଠୁ ଆରମ୍ଭ ହେଉଛି ନକଆଉଟ୍ ପର୍ଯ୍ୟାୟ।ଏହି କ୍ରମରେ ପ୍ରଥମ କ୍ଵାଲିଫାୟର ମୁକାବିଲାରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ଗୁଜରାଟ ଟାଇଟନ୍ସ (GT)। ଧର୍ମଶାଳା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଉଭୟ ଦଳ ଦମଦାର ପ୍ରଦର୍ଶନ କରି ପ୍ଲେ ଅଫରେ ପ୍ରବେଶ କରିଛନ୍ତି। ଦୁଇ ଦଳ ଲିଗରେ ୯ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଆଜି ଯେଉଁ ଦଳ ବିଜୟୀ ହେବ, ସେ ସିଧାସଳଖ ଫାଇନାଲ୍ ଟିକେଟ୍ ହାତେଇବ। ଅନ୍ୟପଟେ, ପରାଜିତ ଦଳକୁ ଆଉ ଏକ ସୁଯୋଗ ମିଳିବ।ଏଲିମିନେଟର ମ୍ୟାଚ୍ର ବିଜେତା କ୍ୱାଲିଫାୟର-୨ରେ ଲଢ଼େଇ କରିବେ।

ହେଡ୍-ଟୁ-ହେଡ୍ ରେକର୍ଡ

ରେକର୍ଡ ଦେଖିଲେ ଉଭୟ ଦଳ ମଧ୍ୟରେ ସର୍ବଦା କଡ଼ା ଟକ୍କର ଦେଖିବାକୁ ମିଳିଛି। ଆଇପିଏଲରେ ଏପର୍ଯ୍ୟନ୍ତ ଦୁଇ ଦଳ ପରସ୍ପରକୁ ୮ ଥର ଭେଟିଛନ୍ତି। ଏଥିରୁ RCB ୪ଟି ମ୍ୟାଚ୍ ଜିତିଥିବା ବେଳେ ଗୁଜରାଟ ଟାଇଟନ୍ସ ମଧ୍ୟ ୪ଟି ମୁକାବିଲାରେ ବାଜି ମାରିଛି। ତେଣୁ ଆଜିର ମ୍ୟାଚ୍ କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି।

କେମିତି ରହିବ ଧର୍ମଶାଳା ପିଚ୍ ?

ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ (HPCA) ଷ୍ଟାଡିୟମର ପିଚ୍ ସାଧାରଣତଃ ବ୍ୟାଟିଂ ଅନୁକୂଳ ହୋଇଥାଏ ଏବଂ ଏଠାରେ ବିଜୟ ଲକ୍ଷ୍ୟ ପିଛା କରିବା ସହଜ ମନେ କରାଯାଏ। ଚଳିତ ସିଜନରେ ଏଠାରେ ମାତ୍ର ଥରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ମ୍ୟାଚ୍ ଜିତିଛି, ଯେଉଁଥିରେ RCB ପଞ୍ଜାବ ବିପକ୍ଷରେ ୨୨୨ ରନର ବିଜୟ ଲକ୍ଷ୍ୟକୁ ସଫଳତାର ସହ ପିଛା କରିଥିଲା। ତେବେ ଉକ୍ତ ମ୍ୟାଚ୍ ଅପରାହ୍ଣ ୩ଟା ୩୦ରେ ଖେଳ ଯାଇଥିଲା। ସନ୍ଧ୍ୟା ମ୍ୟାଚର ଏଠାରେ ୨୦୦ ରନର ଲକ୍ଷ୍ୟ ମଧ୍ୟ ସହଜରେ ପିଛା ହୋଇଥାଏ। ଏଭଳି ସ୍ଥିତିରେ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିପାରେ।

କିଏ ମାରିବ ବାଜି ?

ପୂର୍ବାନୁମାନ ଅନୁସାରେ, ଏହି ମ୍ୟାଚରେ ବେଙ୍ଗାଲୁରୁର ପଲ୍ଲା ସାମାନ୍ୟ ଭାରି ରହିଛି। ବିଜୟ ସମ୍ଭାବନା ୫୫-୪୫ ପ୍ରତିଶତ ରହିଥିଲେ ମଧ୍ୟ ଯେଉଁ ଦଳ ଦ୍ଵିତୀୟରେ ବ୍ୟାଟିଂ କରିବ, ତାର ଜିତିବା ସମ୍ଭାବନା ଅଧିକ ରହିବ।

ଉଭୟ ଦଳର ସମ୍ଭାବ୍ୟ ଚୂଡ଼ାନ୍ତ ଏକାଦଶ

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଭେଙ୍କଟେଶ ଆୟର, ବିରାଟ କୋହଲି, ଦେବଦତ୍ତ ପାଡିକ୍କଲ, ରଜତ ପାଟିଦାର (ଅଧିନାୟକ), ଜିତେଶ ଶର୍ମା (ୱିକେଟକିପର), ଟିମ୍ ଡେଭିଡ୍, ରୋମାରିଓ ଶେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ଵରର କୁମାର, ରସିଖ ସଲାମ ଡାର୍, ଜୋଶ ହେଜଲଉଡ୍।

ଗୁଜରାଟ ଟାଇଟନ୍ସ

ସାଇ ସୁଦର୍ଶନ, ଶୁଭମନ ଗିଲ୍ (ଅଧିନାୟକ), ଜୋସ୍ ବଟଲର (ୱିକେଟକିପର), ୱାଶିଂଟନ ସୁନ୍ଦର, ଜାସନ ହୋଲଡର, ରାହୁଲ ତେୱାତିଆ, ନିଶାନ୍ତ ସିନ୍ଧୁ, ରାଶିଦ ଖାନ, ଅରଶଦ ଖାନ, କାଗିସୋ ରବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା।

ସୌଜନ୍ୟ Prameya News7