ଚଣ୍ଡିଖୋଲ ୨୭।୦୫ : ଯାଜପୁର ଜିଲ୍ଲା ବଡ଼ଚଣା ପୋଲିସ ନାଁ ସଙ୍ଗୀନ ଅଭିଯୋଗ । ସିହା ପଞ୍ଚାୟତ କମ୍ପିରା ଗାଁର ଦୁଇ ଜଣଙ୍କୁ ବ୍ୟକ୍ତିଙ୍କୁ ପୋଲିସ ଉଠାଇ ଆଣିଛି । ଏପିରିକି କିଛି ମହିଳାଙ୍କୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲା । ତାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଶୂନ। ଏପରି ଅନେକ ଅଭିଯୋଗ ନେଇ ବଡ଼ଚଣା ଥାନା ଆଗରେ ଗାଁ ଲୋକଙ୍କ ପ୍ରତିବାଦ।
ଖବର ଅନୁଯାୟୀ, ଯାଜପୁର ଜିଲ୍ଲା କମ୍ପିରା ଗାଁରେ ବଡ଼ଚଣା ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇ ଜଣ ବ୍ୟକ୍ତିଙ୍କୁ ଥାନାକୁ ଉଠାଇ ଆଣିଛି। ଅନ୍ୟପଟେ ଜଣେ ମହିଳାଙ୍କୁ ସ୍ଥାନୀୟ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ଆସିଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକେ ବଡ଼ଚଣା ଥାନା ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ ମଧ୍ୟ କରିଛନ୍ତି । ପୋଲିସ ଯେଉଁ ଦୁଇ ଜଣ ନିର୍ଦ୍ଦୋଷଙ୍କୁ ଥାନାରୁ ଉଠାଇ ଆଣିଥିଲା, ସେମାନଙ୍କୁ ତୁରନ୍ତ ଛାଡ଼ିବା ସହ ମହିଳାଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଛି।
ବଡ଼ଚଣା ଥାନା ପରିସରରେ କିଛି ସମୟ ପାଇଁ ତୀବ୍ର ଉତ୍ତେଜନା ଦେଖାଦେଇଛି । ସେପଟେ ବଡ଼ଚଣା ପୋଲିସ ପକ୍ଷରୁ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ସୌଜନ୍ୟ Prameya News7

