ନୂଆଦିଲ୍ଲୀ: ଆରାବଳୀ ପର୍ବତମାଳାର ନୂତନ ପରିଭାଷା ଉପରେ ପରିବେଶଗତ ଚିନ୍ତା ମଧ୍ୟରେ, ସୁପ୍ରିମକୋର୍ଟ ଏକ ଉଚ୍ଚ କ୍ଷମତାସମ୍ପନ୍ନ କମିଟିକୁ ବ୍ୟାପକ ତଦନ୍ତ କରିବା ପାଇଁ ଦାୟିତ୍ୱ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ, କମିଟିର ପ୍ରାଥମିକ କାର୍ଯ୍ୟ ହେବ ପୂର୍ବ କମିଟିର ରିପୋର୍ଟରେ ଗୃହୀତ ୧୦୦ ମିଟର ଉଚ୍ଚତା ଏବଂ ୫୦୦ ମିଟର ବ୍ୟବଧାନ ମାନଦଣ୍ଡର ବୈଜ୍ଞାନିକ ଏବଂ ପରିବେଶଗତ ବୈଧତା ଯାଞ୍ଚ କରିବା। କୋର୍ଟ ଗତ ବର୍ଷ ନଭେମ୍ବର ୨୦ ତାରିଖରେ ତାଙ୍କ ରାୟରେ ଏହି ପରିଭାଷାର କାର୍ଯ୍ୟକାରୀତା ସ୍ଥଗିତ ରଖିଥିଲେ। ସୁପ୍ରିମକୋର୍ଟ କମିଟିକୁ ରାଜସ୍ଥାନର ୧୨,୦୮୧ ପାହାଡ଼ ମଧ୍ୟରୁ କେବଳ ୧,୦୪୮ ପାହାଡ଼ ୧୦୦ ମିଟର ଉଚ୍ଚତାର ଆବଶ୍ୟକତା ପୂରଣ କରୁଥିବା ବ୍ୟାପକ ଦାବିର ସତ୍ୟତା ଏବଂ ବୈଜ୍ଞାନିକ ଆଧାର ଯାଞ୍ଚ କରିବାକୁ ମଧ୍ୟ କହିଛନ୍ତି। ବିଶେଷଜ୍ଞମାନଙ୍କ ଅନୁସାରେ ଏହି ମାନଦଣ୍ଡ ସୁରକ୍ଷା ପରିସରରୁ ବହୁ ସଂଖ୍ୟକ କମ୍ ଉଚ୍ଚତା ପାହାଡ଼କୁ ବାଦ୍ ଦେବ, ଯାହା ଆରାବଳୀ କ୍ଷେତ୍ରକୁ ଗୁରୁତର କ୍ଷତି ପହଞ୍ଚାଇପାରେ।
ସୀମା ସ୍ଥାପନ ହେବା ପରେ ଆରାବଳୀ ଅଞ୍ଚଳରେ ‘ସସ୍ଷ୍ଟେନବୁଲ୍ ମାଇନିଂ
ଖଣିର ପରିବେଶଗତ ପ୍ରଭାବର ଏକ ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ କରାଯିବ। ନୂତନ ସୀମା ସ୍ଥାପନ ହେବା ପରେ ଆରାବଳୀ ଅଞ୍ଚଳରେ ‘ସସ୍ଷ୍ଟେନବୁଲ୍ ମାଇନିଂ’ କିମ୍ବା ‘ରେଗୁଲେଟେଡ୍ ମାଇନିଂ’ ଅନୁମତି ଦେବାର ପରିବେଶଗତ ପ୍ରଭାବକୁ ମଧ୍ୟ କମିଟି ବିଶ୍ଳେଷଣ କରିବ । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ନିୟାମକ ତଦାରଖ ପରିବେଶଗତ ବିପଦକୁ ଦୂର କରିନଥାଏ ଏବଂ ସମ୍ଭାବ୍ୟ କ୍ଷତିର ଏକ ପୁଙ୍ଖାନୁପୁଙ୍ଖ ଅଧ୍ୟୟନ ମଧ୍ୟ ଜରୁରୀ। ଆରାବଳୀ ପର୍ବତମାଳାର ନୂତନ ପରିଭାଷା ଯୋଗୁଁ ସଂରକ୍ଷଣରୁ ବାଦ୍ ପଡୁଥିବା ଅଞ୍ଚଳଗୁଡ଼ିକୁ ବ୍ୟାପକ ଭାବରେ ଚିହ୍ନଟ କରିବାକୁ ମଧ୍ୟ କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। କମିଟି ସମ୍ପୃକ୍ତ ଅଞ୍ଚଳଗୁଡ଼ିକର ଜୈବ ବିବିଧତା, ପରିସଂସ୍ଥାନ ଏବଂ ପରିବେଶଗତ ଗୁରୁତ୍ୱକୁ ବିଚାରକୁ ନେବ, ଯାହା ଦ୍ଵାରା କୌଣସି ସମ୍ବେଦନଶୀଳ ଅଞ୍ଚଳ ଅଜାଣତରେ ଯେପରି ସଂରକ୍ଷଣରୁ ବଞ୍ଚିତ ନହେବ।
ସୌଜନ୍ୟ ସମ୍ବାଦ

