ମହାନଗରରାଜ୍ୟ

Blues: ଫାଇଲ ତଳେ ‘ବ୍ଲୁଇସ୍‌’ ରିପୋର୍ଟ

ଭୁବନେଶ୍ୱର: ରାଜଧାନୀରେ ବଢ଼ୁଥିବା ସରକାରୀ ଜମି ଜବରଦଖଲ ସମସ୍ୟାର ସମାଧାନ ପାଇଁ ସରକାର ଏକ ଅତ୍ୟାଧୁନିକ ଆପ୍‌ ‘ବ୍ଲୁଇସ୍‌’(ଭୁବନେଶ୍ବର ଲ୍ୟାଣ୍ଡ୍‌ ୟୁଜ୍‌ ଇଣ୍ଟେଲିଜେନ୍ସ ସିଷ୍ଟମ) ପ୍ରସ୍ତୁତ କରିଛନ୍ତି। ଜବରଦଖଲ ହେଉଥିବା ସରକାରୀ ଜମିର ନକ୍‌ସା ଓ ସାଟେଲାଇଟ୍‌ ଫଟୋଚିତ୍ରକୁ ଏହି ଆପ୍ ସମ୍ପୃକ୍ତ ଅଧିକାରୀଙ୍କୁ ଯୋଗାଇଦେଉଛି। ଏଥିପାଇଁ ବ୍ୟୟବହୁଳ ଆପ୍‌ ବ୍ୟବହାର କରିବାକୁ ସରକାର କୋଟିକୋଟି ଟଙ୍କା ଗଣୁଛନ୍ତି। ସରକାରୀ ଜମିକୁ ସୁରକ୍ଷା ଦେବା ତଥା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ଲକ୍ଷ୍ୟ ନେଇ ସରକାର ଏଭଳି ଏକ ଅତ୍ୟାଧୁନିକ ଆପ୍‌ର ବ୍ୟବହାର କରି ବିପୁଳ ବ୍ୟୟ କରୁଛନ୍ତି। ମାତ୍ର ପରିତାପର କଥା, ରାଜଧାନୀରେ ସରକାରୀ ଜମି ସୁରକ୍ଷିତ ହୋଇ ରହିପାରୁନି। ଜବରଦଖଲକାରୀମାନେ ଏବେ ବି ଖୋଲାଖୋଲି ସରକାରୀ ଜମି ମାଡ଼ି ବସୁଛନ୍ତି।

ନିୟମାନୁସାରେ ଏହି ଆପ୍‌ର ରିପୋର୍ଟ କେତେ ଦୂର କାର୍ଯ୍ୟକାରୀ ହୋଇଛି, ତାହାକୁ ବିଡିଏ ଉପାଧ୍ୟକ୍ଷ ତଥା ବିଏମ୍‌ସି କମିସନର୍‌ଙ୍କ ଅଧ୍ୟକ୍ଷତାରେ ସମୀକ୍ଷା କରାଯିବା କଥା। କିନ୍ତୁ ଏହି ସମୀକ୍ଷା ବୈଠକ କରାଯାଉ ନଥିବାରୁ ସଂପୃକ୍ତ ଅଧିକାରୀମାନେ ଫାଇଲ ଚାପି ବସିବା ସହଜ ହେଉଛି ବୋଲି ଅଭିଯୋଗ ହେଉଛି। ଏହି ଆପ୍‌ କଥା ବିଡିଏ ବୁଝୁଛି ବୋଲି କହି ବିଏମ୍‌ସି ଡେପୁଟି କମିସନର୍‌(ଏନ୍‌ଫୋର୍ସମେଣ୍ଟ) ଅଜୟ କୁମାର ମହାନ୍ତି ସଫେଇ ଦେଇଛନ୍ତି। କିନ୍ତୁ ବିଡିଏ ଯୁଗ୍ମ କମିସନର୍‌(ଏନ୍‌ଫୋର୍ସମେଣ୍ଟ) ରଂଜନ କୁମାର ଜେନାଙ୍କ କହିବା କଥା, ଏହି ଆପ୍‌ ରିପୋର୍ଟ ଉପରେ ଏବେ ବି ଜବରଦଖଲ ଉଚ୍ଛେଦ କରାଯାଉଛି। ତେବେ ଏଥିରେ ବିଏମ୍‌ସିର ବି ବହୁତ କାମ ରହିଛି ବୋଲି ସେ କହିଛନ୍ତି। ଶ୍ରୀ ଜେନାଙ୍କ କହିବା ଅନୁସାରେ ପ୍ରଥମେ ଏହି ଆପ୍‌ର ରିପୋର୍ଟ, ବିଏମ୍‌ସି ଜୋନାଲ୍‌ କମିସନର୍‌, ୱାର୍ଡ ଅଫିସରଙ୍କ ପାଖକୁ ଯାଉଛି। ସେହି ଅନୁସାରେ ବିଏମ୍‌ସି ନିଜେ ଜବରଦଖଲ ଉଚ୍ଛେଦ କରିବ କିମ୍ବା ବିଡିଏ କରିବ।

ସୌଜନ୍ୟ ସମ୍ବାଦ

Show More
Back to top button