Chess: ନରୱେ ଚେସ୍‌: ଗୁକେଶଙ୍କୁ ହରାଇଲେ ପ୍ରଜ୍ଞାନନ୍ଦ

ଓସ୍‌ଲୋ: ବୋର୍ଡ ବାହାରେ ଦୁଇ ଜଣ ଭଲ ସାଙ୍ଗ, ହେଲେ ନିଜ ନିଜ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ ବେଳେ ଉଭୟଙ୍କ ଲକ୍ଷ୍ୟ ଥାଏ ବିଜୟୀ ହେବ। ନର‌ୱେ ଚେସ୍‌ ନବମ ରାଉଣ୍ଡରେ‌ ଦୁଇ ଭାରତୀୟ ସାଥୀ ଆର୍‌ ପ୍ରଜ୍ଞାନନ୍ଦ ଓ ଡି ଗୁକେଶ ମୁହାଁମୁହିଁ ହୋଇଥିଲେ।

ଗୁକେଶଙ୍କୁ ହରାଇ ଦେଇଛନ୍ତି ପ୍ରଜ୍ଞାନନ୍ଦ

ଏଥିରେ କିନ୍ତୁ ବଶ୍ବ ବିଜେତା ଗୁକେଶଙ୍କୁ ହରାଇ ଦେଇଛନ୍ତି ପ୍ରଜ୍ଞାନନ୍ଦ। ଏହି ବିଜୟ ସହ ପ୍ରଜ୍ଞାନନ୍ଦ (୧୫ ପଏଣ୍ଟ) ଟେବୁଲର ଦ୍ବିତୀୟ ସ୍ଥାନରେ ରହିବା ସହ ବିଜେତା ହେବା ଦୌଡ଼ରେ ଆଉ ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି। ତାଙ୍କ ଆଗରେ ୱେସ୍‌ଲେ ସୋ’ (୧୫.୫ ପଏଣ୍ଟ୍‌) ଶୀର୍ଷରେ ଥିଲା ବେଳେ ଅଲିରେଜା ଫିରୌଜା (୧୪.୫) ତୃତୀୟ ସ୍ଥାନରେ ଅଛନ୍ତି।

 

 

 

ସୌଜନ୍ୟ ସମ୍ବାଦ