ରାଜ୍ୟ

Odisha JEE 2026 result ଓଜେଇଇ-୨୦୨୬ ଫଳାଫଳ ପ୍ରକାଶିତ

ଭୁବନେଶ୍ୱର: ଆଜି (ସୋମବାର) ଓଡିଶା ମିଳିତ ପ୍ରବେଶିକା ପରୀକ୍ଷା (OJEE-2026)ର ଫଳାଫଳ ପ୍ରକାଶ ପାଇଛି।

ଆଜି ଏନେଇ ଅନୁଷ୍ଠିତ କାର୍ଯ୍ୟକ୍ରମରେ, ଓଡିଶା ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ, ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଫଳାଫଳ ପୁସ୍ତିକାର ଉନ୍ମୋଚନ କରିଛନ୍ତି।

୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଚଳିତ ୧୬ଟି ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ଯଥା B.CAT, LE-Tech. (Dip), LE-Tech. (B.Sc.), B. Pharm., MBA, MCA, Int. MBA, LE-Pharm., M.Pharm, M. Arch, M. Plan, M. Tech., Basic B.Sc Nursing, Post Basic B.Sc Nursing, M.Sc Nursing ଏବଂ Post Diploma Nursing ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

ସମସ୍ତ ପାଠ୍ୟକ୍ରମ ପାଇଁ କମ୍ପୁଟର ଆଧାରିତ ପରୀକ୍ଷା ମାଧ୍ୟମରେ ପ୍ରବେଶିକା ପରୀକ୍ଷା କରଯାଇଥିଲା। ଚଳିତ ବର୍ଷ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲା ଏବଂ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ପାଟଣା ଏବଂ ରାଞ୍ଚିରେ, ସର୍ବମୋଟ ୯୯ ଟି ପରୀକ୍ଷାକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଚଳିତ ବର୍ଷ ଶୁଭ୍ରାଂଶୁ ସୁତାର (B. Pharm), ଅରୁଣ କୁମାର ଜେନା (LE-Tech. (Dip),  ସୁରଜ କୁମାର ଝା (LE-Tech. (B.Sc.), ଦେବାଶିଷ ବେହେରା (LE-Pharma), ତ୍ରିବିକ୍ରମ ପ୍ରଧାନ (MBA), ନରେନ ପାତ୍ର (MCA / M.Sc. (Comp. Sc.), ଶ୍ରୀମୟୀ ପାଣିଗ୍ରାହୀ (INT. MBA), ଦେବ ମଣ୍ଡଳ (B. CAT-ସିନେମାଟୋଗ୍ରାଫି ଆଣ୍ଡ ସାଉଣ୍ଡ ରେକର୍ଡିଂ ଆଣ୍ଡ ସାଉଣ୍ଡ ଡିଜାଇନ୍/ଫିଲ୍ମ ଏଡିଟିଂ), ଶ୍ୟାମସୁନ୍ଦର ବେହେରା (M. PHARM), ସାଇ ଆର୍ଯ୍ୟା ଅନୁଷ୍କା ନାୟକ (M. ARCH), ସାଗରିକା ଆଚାର୍ଯ୍ୟ(M. PLAN)ରେ  ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ସେହିପରି, ସ୍ବାଗତ କୁମାର ବେହୁରା M.Tech. ପାଠ୍ୟକ୍ରମରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ।
ଏବର୍ଷ ମୋଟ୍ ୧,୦୩,୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ୯୨,୬୨୮ ପରୀକ୍ଷାର୍ଥୀ (୮୯.୫୫%) ପରୀକ୍ଷାରେ ଭାଗ ନେଇଥିଲେ। ନର୍ସିଂ ପାଠ୍ୟକ୍ରମ ବ୍ୟତୀତ, ଅନ୍ୟାନ୍ୟ ପାଠ୍ୟକ୍ରମ ମଧ୍ୟରୁ ୬୨,୬୯୧ ପରୀକ୍ଷାର୍ଥୀଙ୍କୁ ନିଜ ନିଜର ପ୍ରଦର୍ଶନ ଅନୁଯାୟୀ ସେମାନଙ୍କ ଅନୁରୂପ ପାଠ୍ୟକ୍ରମରେ ସ୍ଥାନ (Rank) ଦିଆଯାଇଛି। ପରୀକ୍ଷାର୍ଥୀମାନେ OJEE website (www.ojee.nic.in) ରୁ ନିଜ ନିଜର Rank Card ପାଇପାରିବେ ।

କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କମିଶନର-ତଥା-ସଚିବ ଶ୍ରୀଯୁକ୍ତ ଭୂପେନ୍ଦ୍ର ସିଂ ପୁନିଆ, ଓଜେଇଇ ଚେୟାରମ୍ୟାନ ଦେବପ୍ରକାଶ ଶତପଥୀ, ଓଜେଇଇ ସେକ୍ରେଟାରୀ ରଞ୍ଜନ କୁମାର ଜେନା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ବିଶ୍ବରଞ୍ଜନ ରଥ ପ୍ରମୁଖ ସାମିଲ ହୋଇଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button