ଦେଶ ବିଦେଶ

West Bengal Politics: ଅଭିଷେକ ବାନାର୍ଜୀଙ୍କ ‘ସର୍ତ୍ତ’କୁ ନେଇ ସରଗରମ ଆଲୋଚନା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବଡ଼ ବିପର୍ଯ୍ୟୟ ପରେ ଏବେ ଏହାର ଭବିଷ୍ୟତକୁ ନେଇ ବଡ଼ ଧରଣର କଳ୍ପନାଜଳ୍ପନା ଚାଲିଛି। ଦଳରେ ବିଭାଜନ ଓ ବିଦ୍ରୋହ ଭିତରେ ଏବେ ଟିଏମ୍‌ସିର କଂଗ୍ରେସରେ...

କୋଲକାତା/ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବଡ଼ ବିପର୍ଯ୍ୟୟ ପରେ ଏବେ ଏହାର ଭବିଷ୍ୟତକୁ ନେଇ ବଡ଼ ଧରଣର କଳ୍ପନାଜଳ୍ପନା ଚାଲିଛି। ଦଳରେ ବିଭାଜନ ଓ ବିଦ୍ରୋହ ଭିତରେ ଏବେ ଟିଏମ୍‌ସିର କଂଗ୍ରେସରେ ମିଶ୍ରଣ ହେବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଟିଏମ୍‌ସି ଏଭଳି ଚର୍ଚ୍ଚାକୁ ପ୍ରତ୍ୟାଖ୍ୟାନ କରିବା ସହ ଏହାକୁ ଭିତ୍ତିହୀନ ବୋଲି କହିଛି।

ନିର୍ବାଚନୀ ପରାଜୟ ପରେ ଟିଏମ୍‌ସି ଭିତରେ ଏକ ବିଦ୍ରୋହ ସୃଷ୍ଟି ହୋଇଛି। ପ୍ରାୟ ୬୦ ଜଣ ବିଧାୟକ ଦଳରୁ ଅଲଗା ହୋଇ ଋତବ୍ରତ ବାନାର୍ଜୀଙ୍କୁ ନିଜର ବିରୋଧୀ ଦଳ ନେତା ଭାବେ ବାଛିଛନ୍ତି, ଯାହାକୁ ବାଚସ୍ପତି ମଧ୍ୟ ସ୍ୱୀକୃତି ଦେଇଛନ୍ତି। କେବଳ ସେତିକି ନୁହେଁ, କାକଳି ଘୋଷ ଏବଂ ସାୟନୀ ଘୋଷଙ୍କ ନେତୃତ୍ୱରେ ୨୦ ରୁ ଅଧିକ ସାଂସଦ ମମତାଙ୍କ ଠାରୁ ଦୂରେଇ ଯାଇଥିବା ବେଳେ ସୁଖେନ୍ଦୁ ଶେଖର ରାୟ ଓ ସୁସ୍ମିତା ଦେବଙ୍କ ଭଳି ପ୍ରମୁଖ ନେତା ମଧ୍ୟ ବିଦ୍ରୋହୀ ଶିବିରରେ ସାମିଲ ହୋଇଛନ୍ତି।

ଟିଏମସିର ୨୮ ବର୍ଷର ଇତିହାସରେ ଏହା ସବୁଠାରୁ ବଡ଼ ସଙ୍କଟ ଭାବେ ଦେଖାଦେଇଛି। ଏହି ସଙ୍କଟଜନକ ସ୍ଥିତିରେ ସୋନିଆ ଗାନ୍ଧୀ ଏବେ ମମତା ବାନାର୍ଜୀଙ୍କୁ କଂଗ୍ରେସର ଜାତୀୟ ଉପାଧ୍ୟକ୍ଷ ଏବଂ ଅଭିଷେକ ବାନାର୍ଜୀଙ୍କୁ ସାଧାରଣ ସମ୍ପାଦକ ପଦ ଅଫର ଦେଇ ମିଶ୍ରଣ ପ୍ରକ୍ରିୟାକୁ ଆଗକୁ ବଢ଼ାଇଛନ୍ତି ବୋଲି ଚର୍ଚ୍ଚା ଚାଲିଛି। ତେବେ ସବୁଠାରୁ ବଡ଼ ଚର୍ଚ୍ଚା ଅଭିଷେକ ବାନାର୍ଜୀଙ୍କୁ ନେଇ ଚାଲିଛି । ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା ବୈଠକରେ ସେ କୁଆଡ଼େ କଂଗ୍ରେସ ସହ ମିଶ୍ରଣ ପାଇଁ ସର୍ତ୍ତ ରଖିଛନ୍ତି ଯେ, ମମତାଙ୍କୁ ରାଜ୍ୟସଭାକୁ ପଠାଯିବା ସହ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସ୍ଥାନରେ ‘ବିରୋଧୀ ଦଳ ନେତା’ ପଦ ଦିଆଯାଉ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button