ଦେଶ ବିଦେଶ

US airstrike: ଆମେରିକା ଏୟାରଷ୍ଟ୍ରାଇକ୍‌ର ଜବାବ ଦେଲା ଇରାନ: ପୁଣି ତୀବ୍ରହେଲା ଇରାନ-ଆମେରିକା ସଂଘର୍ଷ

ମଧ୍ୟପ୍ରାଚ୍ୟରେ ଆଜି ସାମରିକ ତିକ୍ତତା ଚରମରେ ପହଞ୍ଚିଛି। ୱାସିଂଟନ ପକ୍ଷରୁ ଇରାନ ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ କରାଯାଇଛି, ଯାହା ଚଳିତ ସପ୍ତାହରେ ଦ୍ୱିତୀୟ ବଡ଼ ସାମରିକ ଆକ୍ରମଣ।

ତେହେରାନ/ୱାସିଂଟନ: ମଧ୍ୟପ୍ରାଚ୍ୟରେ ଆଜି ସାମରିକ ତିକ୍ତତା ଚରମରେ ପହଞ୍ଚିଛି। ୱାସିଂଟନ ପକ୍ଷରୁ ଇରାନ ଉପରେ ଜୋରଦାର ଏୟାରଷ୍ଟ୍ରାଇକ୍ କରାଯାଇଛି, ଯାହା ଚଳିତ ସପ୍ତାହରେ ଦ୍ୱିତୀୟ ବଡ଼ ସାମରିକ ଆକ୍ରମଣ। ଏହାର ପାଲଟା ଜବାବରେ ଇରାନ ଆଜି ବାହାରିନ, ଜୋର୍ଡାନ, କତର ଓ କୁଏତ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ମାଡ଼ କରିଛି। ଗତରାତିରୁ ଅଚାନକ ସଂଘର୍ଷ ତୀବ୍ର ହେବା ସହ ଏବେ ସ୍ଥିତି ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡ଼ିଛି ଏବଂ ଶାନ୍ତି ପ୍ରକ୍ରିୟା ଭଣ୍ଡୁର ହୋଇଯାଇଛି। ଇରାନ ସେନା ଆଜି ସକାଳେ ଜୋର୍ଡାନ ଓ ବାହାରିନରେ ଥିବା ଆମେରିକାର ପ୍ରମୁଖ ସାମରିକ ଘାଟି ଉପରେ ବହୁ ସଂଖ୍ୟକ ବାଲିଷ୍ଟିକ ମିସାଇଲ ଏବଂ ଆତ୍ମଘାତୀ ଡ୍ରୋନ୍‌ ଦ୍ବାରା ଭୟାବହ ଆକ୍ରମଣ କରିଛି। ଏହି ବଡ଼ଧରଣର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ହାଇଆଲର୍ଟରେ ରହିଛି ଏବଂ ଇରାନ ଉପରେ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

 

ବାହାରିନ, ଜୋର୍ଡାନ, କତର ଓ କୁଏତ ଉପରେ କ୍ଷେପଣାସ୍ତ୍ର ମାଡ଼

ସୂଚନାଯୋଗ୍ୟ, ଏହି ସାମରିକ ସଂଘର୍ଷର ସୂତ୍ରପାତ ଓମାନ ଉପକୂଳ ନିକଟରେ ହୋଇଥିଲା, ଯେଉଁଠାରେ ଇରାନ ସେନା ଗତକାଲି ଆମେରିକାର ଏକ ଆପାଚି ଆଟାକ୍‌ ହେଲିକପ୍ଟରକୁ ଗୁଳି କରି ଆକାଶରେ ହିଁ ଧ୍ୱଂସ କରିଦେଇଥିଲା। ଏହାର ଜବାବରେ ଗତରାତିରେ ଆମେରିକା ପକ୍ଷରୁ ଇରାନର ପ୍ରମୁଖ ସାମରିକ ଓ ବେସାମରିକ ପ୍ରତିଷ୍ଠାନ ଉପରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ଆକ୍ରମଣର ଜବାବରେ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପ୍ସ (ଆଇଆର୍‌ଜିସି) ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍‌ କରି ତୁହାକୁ ତୁହା କ୍ଷେପଣାସ୍ତ୍ର ମାଡ଼ କରିଛି।

ଏହି ଆକ୍ରମଣ  ସହିତ ଇରାନ ସରକାର ନିଜର ପଡ଼ୋଶୀ ଉପସାଗରୀୟ ଦେଶଗୁଡ଼ିକ ପାଇଁ ଏକ ଜରୁରୀ ସାମରିକ ଆଦେଶ ଜାରି କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ  କହିଛି ଯେ, ଆମେରିକା ଓ ଇସ୍ରାଏଲକୁ ନିଜର ଭୂଭାଗ କିମ୍ବା ଆକାଶମାର୍ଗ ବ୍ୟବହାର କରିବାକୁ ନଦେବା ସମସ୍ତ ଦେଶଗୁଡ଼ିକର ମୁଖ୍ୟ ଦାୟିତ୍ୱ। ଯଦି କୌଣସି ଗଲ୍ଫ ଦେଶ ଆମେରିକାର ଯୁଦ୍ଧବିମାନକୁ ନିଜ ଆକାଶ ଦେଇ ଇରାନ ଉପରକୁ ଆକ୍ରମଣ କରିବାକୁ ଅନୁମତି ଦିଏ, ତେବେ ସେହି ଦେଶକୁ ମଧ୍ୟ ଇରାନର ଶତ୍ରୁ ଭାବେ ଗଣନା କରାଯିବ ଏବଂ ସେମାନଙ୍କ ଉପରେ କ୍ଷେପଣାସ୍ତ୍ର ମାଡ଼ ହେବ

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button