ଖେଳଜାତୀୟ

ହକି ଦୁନିଆରେ ନୂଆ ଇତିହାସ: ମହାନ ଖେଳାଳି ଦିଲୀପ ତିର୍କୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ମନପ୍ରୀତ ସିଂହ

ଭୁବନେଶ୍ୱର: ଭାରତୀୟ ହକି ଇତିହାସରେ ସୃଷ୍ଟି ହୋଇଛି ଏକ ନୂଆ କୀର୍ତ୍ତିମାନ। ଓଡ଼ିଶାର ଗର୍ବ ତଥା ହକି ଦୁନିଆର ମହାନ ତାରକା ଦିଲୀପ ତିର୍କୀଙ୍କ ନାମରେ ଥିବା ଏକ ବିରାଟ ମ୍ୟାଚ୍ ରେକର୍ଡକୁ ଭାଙ୍ଗିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମନପ୍ରୀତ ସିଂହ। ଦିଲୀପ ତିର୍କୀ ସନ୍ନ୍ୟାସ ନେବାର ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ପରେ, ଭାରତର ଏହି ଅଭିଜ୍ଞ ମିଡ୍ ଫିଲ୍ଡର ତାଙ୍କ ରେକର୍ଡକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି।

ଜର୍ମାନୀ ବିପକ୍ଷ ମ୍ୟାଚରେ ରଚିଲେ ଇତିହାସ

ଚଳିତ ପ୍ରୋ ହକି ଲିଗରେ ଜର୍ମାନୀ ବିପକ୍ଷରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚ୍ ଅବସରରେ ମନପ୍ରୀତ ଏହି ସଫଳତା ହାସଲ କରିଛନ୍ତି। ଗତ ୨୦୨୬ ଜୁନ୍ ୧୬ରେ ଖେଳାଯାଇଥିବା ଏହି ମ୍ୟାଚ୍ ମନପ୍ରୀତଙ୍କ କ୍ୟାରିୟରର ୪୧୩ତମ ଆନ୍ତର୍ଜାତୀୟ ମ୍ୟାଚ୍ ଥିଲା। ଏହି ମ୍ୟାଚ୍ ସହ ସେ ଭାରତ ପାଇଁ ସର୍ବାଧିକ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ତାଲିକାରେ ଶୀର୍ଷରେ ପହଞ୍ଚିଛନ୍ତି।

ଶୁଭେଚ୍ଛା ଜଣାଇଲେ ଦିଲୀପ ତିର୍କୀ

ମନପ୍ରୀତଙ୍କ ଏହି ଅସାଧାରଣ ସଫଳତା ପରେ ନିଜେ ହକି ଲିଜେଣ୍ଡ ଦିଲୀପ ତିର୍କୀ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିଛନ୍ତି। ସେ ମନପ୍ରୀତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନ ପାଇଁ ଅନେକ ଶୁଭକାମନା ଦେଇଛନ୍ତି। ଦେଶର ଦୁଇ ମହାନ ଖେଳାଳିଙ୍କ ମଧ୍ୟରେ ଥିବା ଏହି ସମ୍ପର୍କ ଏବଂ କ୍ରୀଡ଼ା ଭାବନାକୁ ହକି ପ୍ରେମୀମାନେ ବେଶ୍ ପ୍ରଶଂସା କରୁଛନ୍ତି। ଭାରତୀୟ ମିଡଫିଲ୍ଡର ମନପ୍ରୀତ ସିଂହ ଦେଶ ପାଇଁ ୪ଟି ଅଲିମ୍ପିକ୍ସ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର ଏହି ସାଧନା ଏବଂ ଫିଟନେସ୍ ଯୋଗୁଁ ହିଁ ସେ ଆଜି ଏହି ସ୍ତରରେ ପହଞ୍ଚି ପାରିଛନ୍ତି ବୋଲି ଦିଲୀପ ତିର୍କୀ କହିଛନ୍ତି।

 

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button