Horoscope 2026 June 19: ଜାଣନ୍ତୁ ଆଜିର ରାଶିଫଳ…
ଅନ୍ୟର ପ୍ରେରଣା ନେଇ କାମ କରିବା ଦରକାର। କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ। ବାପା ମାଆଙ୍କ ସହିତ ସମୟ ଅତିବାହିତ କରିବା ଦରକାର। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

୧୯ ଜୁନ୍ ୨୦୨୬, ଶୁକ୍ରବାର। ତିଥି: ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ। ନକ୍ଷତ୍ର: ଅଶ୍ଳେଷା। ଚନ୍ଦ୍ର: କର୍କଟ। ଶୀତଳ ଷଷ୍ଠୀ, ଶ୍ରୀମନ୍ଦିରରେ ଶିବ ବିବାହ ପର୍ବ, ଆରଣ୍ୟକ ଷଷ୍ଠୀ ବା ସ୍କନ୍ଦଷଷ୍ଠୀ। ସୂର୍ଯ୍ୟୋଦୟ: ୫ଟା୧୨, ସୂର୍ଯ୍ୟାସ୍ତ: ୬ଟା୨୩। ଘାତଚନ୍ଦ୍ର: ନାହିଁ। ଘାତବାର: ବିଛା, ଧନୁ ଓ ମୀନ। ଶୁଭବେଳା: ପ୍ରାତଃ ୬ଟା୪ରୁ ୬ଟା୫୭, ଦିବା ୧୨ଟା୧୪ରୁ ୨ଟା୫୨, ସନ୍ଧ୍ୟା ୬ଟା୨୩ରୁ ୮ଟା୩୩, ରାତ୍ରି ୧୨ଟା୫୨ରୁ ୩ଟା୨, ରାତ୍ରି ୩ଟା୪୫ରୁ ୫ଟା୧୨ ପର୍ଯ୍ୟନ୍ତ।
ମେଷ: ଅନ୍ୟର ପ୍ରେରଣା ନେଇ କାମ କରିବା ଦରକାର। କଥା କମ୍ କାମରେ ଅଧିକ ମନୋଯୋଗ ଦିଅନ୍ତୁ। ବାପାମାଆଙ୍କ ସହିତ ସମୟ ଅତିବାହିତ କରିବା ଦରକାର। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ବୃଷ: ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବ୍ୟବସାୟ ବଢ଼ାଇବା ଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ପଡ଼ୋଶୀ ଆପଣଙ୍କୁ କୌଣସି ପ୍ରକାର ସହାୟତା ମାଗିବେ। ରାଜନୀତିରେ ସଫଳତା ପାଇବେ।
ମିଥୁନ: ଅଫିସରେ କୌଣସି ସହକର୍ମୀଙ୍କ ସହିତ ବନ୍ଧୁତା ହେବ। ନିଜର ବାଣୀ ଉପରେ ସଂଯମ ରଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଖୁସି ଭରା ରହିବ।
କର୍କଟ: ଲୋକମାନଙ୍କ ଭରସା ଆପଣଙ୍କ ଉପରେ ରହିବ। ଆପଣଙ୍କର ସଚ୍ଚୋଟତାରେ ଲୋକେ ପ୍ରେରଣା ନେବେ। ବକେୟା ଅର୍ଥ ପାଇବେ। କର୍ମଜୀବୀ ମହିଳା ନୂଆ ପ୍ରୋଜେକ୍ଟରେ କାମ କରିବେ।
ସିଂହ: ସୋସିଆଲ୍ ମଡିଆ ମାଧ୍ୟମରେ ସାମାଜିକ କାର୍ଯ୍ୟରେ ସହଯୋଗ ଦେବେ। ପୂର୍ବରୁ କରିଥିବା କାମରେ ଦି’ଗୁଣା ଲାଭ ପାଇବେ। ଶିକ୍ଷକଙ୍କ ସହଯୋଗରେ ଆପଣଙ୍କର କୌଣସି ପ୍ରୋଜେକ୍ଟ ପୂରା ହେବ।
କନ୍ୟା: ଆପଣଙ୍କର କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଯାହା ବି ବେପାର ଆରମ୍ଭ କରିବେ ସେଥିରେ ସଫଳତା ପାଇବେ। କୌଣସି ବନ୍ଧୁର ସହାୟତା ପାଇବେ। ପିଲାଙ୍କର ସ୍ବାସ୍ଥ୍ୟ ଭଲ ରହିବ।
ତୁଳା: କାହାରି ମାମଲାରେ ଦଖଲ ଦିଅନ୍ତୁ ନାହିଁ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞ୍ଜି ଲଗାଇବାକୁ ଭାବୁଥିଲେ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତ ରହନ୍ତୁ। ବୈବାହିକ ଜୀବନ ଭଲ ରହିବ।
ବିଛା: ଯାହା ବି କାମ ଆରମ୍ଭ କରିବେ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। କ୍ୟାରିୟର ସମ୍ବନ୍ଧରେ ନୂଆ ଅବସର ପାଇବେ। ବାଣିଜ୍ୟ ଛାତ୍ରଛାତ୍ରୀ ମାର୍କେଟିଙ୍ଗ ବିଷୟରେ ଜାଣିବା ପାଇଁ ଶିକ୍ଷକଙ୍କର ସହଯୋଗ ପାଇବେ।
ଧନୁ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କର ମତ ନେବାକୁ ଚାହିବେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ। କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତ ହୋଇପାରେ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।
ମକର: ଦୂରରେ ଥିବା ଭାଇଭଉଣୀଙ୍କ ସହିତ ଫୋନରେ କଥା ହେବେ। ଅଫିସ କାମରେ ବାଧା ଦୂର ହେବ। ଲେଖକଙ୍କ ଲାଗି ଦିନଟି ବହୁତ ଭଲ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।
କୁମ୍ଭ: ବିନା କାରଣରେ ଆରମ୍ଭ ହୋଇଥିବା ବାଧା ସଂପୂର୍ଣ୍ଣରୂପେ ସମାପ୍ତ ହୋଇଯିବ। ଅଜା ଘରୁ ଖୁସି ଖବର ପାଇବେ। ସୋସିଆଲ ମିଡିଆରେ କାହାରି ସହିତ କଥା ହେବେ ଯାହା ଭବିଷ୍ୟତରେ ଆପଣଙ୍କୁ ଲାଭ ହେବ।
ମୀନ: କାମ ମାମଲାରେ ଆପଣ ବହୁତ ବ୍ୟବହାରିକ ରହିବେ। ଆପଣଙ୍କର ମିଠାବାଣୀ ଆପଣଙ୍କ କାମ ପୂରା କରିବାରେ ସାହାଯ୍ୟ କରିବ। ବକେୟା ଅର୍ଥ ପାଇବେ। ପରିବାର ଲୋକଙ୍କ ସହ ଭଲ ସାମଞ୍ଜସ୍ୟ ରହିବ।
ସୌଜନ୍ୟ ସମ୍ବାଦ



