ପାଣିପାଗ
Lightning Strike: ବଜ୍ରାଘାତରେ ୨ ମଇଁଷିଙ୍କ ମୃତ୍ୟୁ
ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆଜି ସକାଳୁ ଘଡଘଡି ସହ ବର୍ଷା ହୋଇଥିଲା । ଏହି ସମୟରେ ବଜ୍ରପାତ ଘଟିବାରୁ ଲାଞ୍ଜୁରା ପଞ୍ଚାୟତ କୂଳଲାଞ୍ଜୁରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨ଟି ମଇଁଷିଙ୍କର ମୃତ୍ୟୁ ଘଟିଛି ।

ମହାକାଳପଡ଼ା: ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଆଜି ସକାଳୁ ଘଡଘଡି ସହ ବର୍ଷା ହୋଇଥିଲା। ଏହି ସମୟରେ ବଜ୍ରପାତ ଘଟିବାରୁ ଲାଞ୍ଜୁରା ପଞ୍ଚାୟତ କୂଳଲାଞ୍ଜୁରା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨ଟି ମଇଁଷିଙ୍କର ମୃତ୍ୟୁ ଘଟିଛି ।
ଘଟଣାରୁ ପ୍ରକାଶ କୂଳଲାଞ୍ଜୁରା ଗ୍ରାମର କୈଳାସ ଦାସ ସବୁଦିନ ଭଳି ଗତକାଲି ରାତିରେ ନିଜର ମଇଁଷି ପଲଙ୍କୁ ଗ୍ରାମ ନିକଟ ଚାଷ ଜମି ମଧ୍ୟରେ(ଗୋଠ)ବାନ୍ଧିଥିଲେ। ତେବେ ଆଜି ସକାଳୁ ହଠାତ ଘଡଘଡି ସହ ପ୍ରବଳ ବର୍ଷା ହୋଇଥିଲା । ଏହି ସମୟରେ ମଇଁଷିଙ୍କ ଉପରେ ବଜ୍ରପାତ ହେବାରୁ ୨ଟି ମଇଁଷିଙ୍କର ବନ୍ଧା ଯାଇଥିବା ଅବସ୍ଥାରେ ମୃତ୍ୟୁ ଘଟିଛି । କୈଳାସ ଜଣେ ଗରିବ ଶ୍ରେଣୀୟ ବ୍ୟକ୍ତି ହୋଇଥିବା ବେଳେ ମଇଁଷି ପାଳନ କରି ନିଜ ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
ସୌଜନ୍ୟ ସମ୍ବାଦ




