ରାଜ୍ୟ

ଆଜି ବିଜେଡିରେ ସାମିଲ ହେବେ ସୁଜାତା, ସାଙ୍ଗଠନିକ ବୈଠକରେ ହେବ ବଡ ଘୋଷଣା

ଭୁବନେଶ୍ୱର: ମୈଦାନ ପ୍ରସ୍ତୁତ। ବାର୍ତ୍ତା ପହଞ୍ଚି ସାରିଛି। ନିର୍ବାଚନମଣ୍ଡଳୀରୁ ଆସିବେ ନେତା । ଉପସ୍ଥିତ ରହିବେ ବରିଷ୍ଠ ନେତୃମଣ୍ଡଳୀ । ଶଙ୍ଖ ଭବନ ମଞ୍ଚରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ କରିବେ ବଡ଼ ଘୋଷଣା। ଜୁନ୍ ୨୫ ବିଜେଡିରେ ସାମିଲ ହେବେ ପୂର୍ବତନ ଆଇଏଏସ ସୁଜାତା ରାଉତ କାର୍ତ୍ତିକେୟନ। ପୂର୍ବତନ ଆଇଏଏସ୍ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ନେଇ ଏହି ଚର୍ଚ୍ଚା ଏବେ ଓଡ଼ିଶା ରାଜନୀତିରେ ହଟଚମଟ ଖେଳାଇ ଦେଇଛି। ବିଜେଡିରୁ ବିଧିବଦ୍ଧ କୌଣସି ସୂଚନା ଜାରି କରାଯାଇନାହିଁ ।

କୌଣସି ବଡ଼ ନେତା ଗଣମାଧ୍ୟମ ସାମ୍ନାରେ ସିଧାସଳଖ ଏ କଥା କହୁନାହାନ୍ତି । ହେଲେ କେହି ଖଣ୍ଡନ ବି କରୁନାହାନ୍ତି । ସମସ୍ତେ ଇସାରା ଦେଉଛନ୍ତି, ବିଜେଡିକୁ ସୁଜାତା ଆସୁଛନ୍ତି।

ସୂତ୍ର ଅନୁସାରେ ଗୁରୁବାର ଶଙ୍ଖ ଭବନରେ ଦିନ ଆଜି ଶଙ୍ଖ ପ୍ରାୟ ୧୧ଟାରୁ ବିଜେଡିର ସାଂଗଠନିକ ବୈଠକ ବସିବ। ଦଳର ବିଧାୟକଙ୍କ ସହ ଅଧିକାଂଶ ନିର୍ବାଚନମଣ୍ଡଳୀ ନେତା ପହଞ୍ଚିବେ। ଦଳର ବରିଷ୍ଠ ନେତାମାନେ ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନେତାଙ୍କ ସହ ଆଲୋଚନା କରିବେ। ଶେଷକୁ ଆସିବେ ନବୀନ। ବିଜେଡି ସଭାପତିଙ୍କ ଉପସ୍ଥିତିରେ ହିଁ ସୁଜାତା ଶଙ୍ଖ ଧରିବେ ବୋଲି କୁହାଯାଉଛି।

ଏବେ ସଭିଙ୍କ ମନରେ ପ୍ରଶ୍ନ – ଯଦି ସୁଜାତା ଆସିବେ ଦଳ ତାଙ୍କୁ କେଉଁ ଭୂମିକା ଦେବ ? ସୂତ୍ର ଅନୁସାରେ ସୁଜାତାଙ୍କୁ ଦଳ ଏବେ କୌଣସି ପଦପଦବୀ ଦେବ ନାହିଁ । ସାଧାରଣ କର୍ମୀ ଭାବେ ସେ ଦଳରେ ଯୋଗ ଦେବେ ।

ବୁଧବାର ନବୀନ ନିବାସରେ ଏକ ବଡ଼ ବୈଠକ ବସିଥିଲା। ଦଳର ବରିଷ୍ଠ ନେତା ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ ଓ ବିଜୟ ନାୟକ ପ୍ରମୁଖ ଦିନ ପ୍ରାୟ ସାଢ଼େ ୧୧ଟାବେଳେ ପହଞ୍ଚିଥିଲେ। ନବୀନଙ୍କ ସହ ଏହି ନେତାମାନଙ୍କ ବୈଠକ ଚାଲିଲା ପ୍ରାୟ ୪୫ ମିନିଟ । ବାହାରକୁ ଆସି ସବୁ କହିଲେ, ଭୋଟର ତାଲିକା ସଂଶୋଧନ ନେଇ ଚାଲିଥିବା ଏସ୍ଇଆର୍ ଅଭିଯାନ ବାବଦରେ ଆଲୋଚନା ହେଲା ।

ଗତବର୍ଷ ମାର୍ଚ୍ଚରୁ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ସାରିଛନ୍ତି ସୁଜାତା। ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଚାଲି ଆସୁଛି। କେତେକ ବରିଷ୍ଠ ନେତା ଏଭଳି ସମ୍ଭାବନାକୁ ନେଇ ନକରାତ୍ମକ ଟିପ୍ପଣୀ ଦେଇଥିବାବେଳେ ଅଧିକାଂଶ ବିଜେଡି ନେତା ଏବଂ ଛାମୁ ଆ ସଂଗଠକ ସୁଜାତାଙ୍କ ଆଗମନକୁ ନେଇ ଉତ୍ସାହିତ ଅଛନ୍ତି । ଅନେକ ନେତା ଖୋଲାଖୋଲି ଏହାକୁ ସ୍ବାଗତ କରୁଛନ୍ତି।

ସୁ ଜାତାଙ୍କ ପୂର୍ବରୁ ତାଙ୍କ ସ୍ବାମୀ ପୂର୍ବତନ ଆଇଏଏସ ଅଧି କାରୀ ରୀ ଭିକେ ପାଣ୍ଡିଆନ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ର ନେଇ ୨୦୨୩ରେ ବିଜେଡିରେ ଯୋଗ ଦେଇଥିଲେ । କିନ୍ତୁ, ୨୦୨୪ ନିର୍ବାଚନ ଫଳାଫଳ ବିଜେଡି ବିରୋଧରେ ଆସିଥିବାରୁ ପାଣ୍ଡିଆନ ରାଜନୀତିରୁ ଦୂରେଇ ଯିବା ନେଇ ଘୋଷଣା କରିଥିଲେ । ୨୦୨୪ ନିର୍ବାଚନରେ କ୍ଷମତାଚ୍ୟୁତ ହେବା ହେବା ପରଠାରୁ ବି ବିଜେଡି ସଂଗଠିତ ହୋଇପାରୁନି। ଦଳରେ ଆଭ୍ୟନ୍ତରୀଣ ଶୃଙ୍ଖଳା ଆଗ ଭଳି ନାହିଁ । ୩ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିକୁ ପଳାଇଥିବା ବେଳେ ୮ ବିଧାୟକ ରାଜ୍ୟସଭା ଭୋଟରେ କ୍ରସ ଭୋଟିଂ କଲେ । ରାଜନୈତିକ ସମୀକ୍ଷକଙ୍କ କହିବାନୁସାରେ ଏଭଳି ସଙ୍କଟମୟ ସ୍ଥିତିରେ ସୁଜାତାଙ୍କ ଆଗମନ ହେଉଛି ବିଜେଡିକୁ । ଆସନ୍ତା ବର୍ଷ ଆରମ୍ଭରେ ପଞ୍ଚାୟତ ନିର୍ବାଚନ ଥିବାବେଳେ ସୁଜାତାଙ୍କ ମିଶ୍ରଣ ଦଳକୁ କେତେ ଶକ୍ତିଶାଳୀ କରିବ, ତାହା ସମୟ କହିବ।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button