ଅପରାଧଜିଲ୍ଲାରାଜ୍ୟ

ମଟନ ମାଗିଲେ, ମିଳିଲା ଚିକେନ୍… ରାଗିଯାଇ ଯୁବକଙ୍କ ବେକ କାଟିଦେଲେ ୪ ନାବାଳକ

ବାଲେଶ୍ୱର ୨୮।୦୬: ବିବାହ ଭୋଜିରେ ସାଂଘାତିକ କାଣ୍ଡ । ମଟନ ମାଂସ ଦେବାରୁ କ୍ୟାଟେରିଂ ଯୁବକଙ୍କ ବେକ କାଟିଦେଲେ ୪ ନାବାଳକ । ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଫକୀରମୋହନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଗତ ୨୪ ତାରିଖ ଦିନ ରାତି ପ୍ରାୟ ୧୦ଟା ସମୟରେ ବାଲେଶ୍ୱର ରେମୁଣା ଅଠାନ୍ତର ଅଞ୍ଚଳରୁ ଆସିଛି ଏହି ଘଟଣା । ବିବାହ ଭୋଜିରେ ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ପରଷିବାରୁ ଜଣେ କ୍ୟାଟରିଂ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛନ୍ତି ।ଭୋଜିରୁ ବାହାରକୁ ଆସିଥିବା ବେଳେ ୪ ଜଣ ନାବାଳକ ରାଗି ଯାଇ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଥିଲେ । ପଛରୁ ତେଲେଙ୍ଗା କଟୁରୀରେ ବେକ କାଟି ଦେଇଥିବାର ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ଯୁବକ ଜଣଙ୍କୁ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଫକୀରମୋହନ ମେଡିକାଲରେ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ଥିବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନ୍ୟପଟେ ରେମୁଣା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏହାସହ ୪ ନାବାଳକଙ୍କୁ ଗିରଫ କରି ସୁଧାର ଗୃହକୁ ପଠାଇଛି । ଏହାସହ ଘଟଣାର ଅଧିକ ଛାନ୍ଭିନ୍ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ମଧ୍ୟ ନେଇପାରେ ପୋଲିସ ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button