ଜିଲ୍ଲାରାଜ୍ୟ

Debasnana Purnima 2026: ମହାପ୍ରଭୁଙ୍କ ସ୍ନାନଯାତ୍ରା: ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀ ଏବଂ ମହାପ୍ରଭୁଙ୍କ କୋଟିକୋଟି ଭକ୍ତଙ୍କୁ ସମ୍ବାଦ ଡିଜିଟାଲ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ପବିତ୍ର ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆଜି ଶ୍ରୀମନ୍ଦିର ପରିସରସ୍ଥିତ ସ୍ନାନବେଦୀରେ ଅୟୋଜନ ହେଉଛି।

ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁମେ

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀ ଏବଂ ମହାପ୍ରଭୁଙ୍କ କୋଟିକୋଟି ଭକ୍ତଙ୍କୁ ସମ୍ବାଦ ଡିଜିଟାଲ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା। ପବିତ୍ର ରଥଯାତ୍ରା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଆଜି ଶ୍ରୀମନ୍ଦିର ପରିସରସ୍ଥିତ ସ୍ନାନବେଦୀରେ ଅୟୋଜନ ହେଉଛି। ଏହି ଅବସରରେ ଶ୍ରୀକ୍ଷେତ୍ର‌ରେ ଆନନ୍ଦଉଲ୍ଲାସରେ ପରିପୂର୍ଣ୍ଣ ହୋଇଛି। ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତ ରୁଣ୍ଡ ହୋଇଛନ୍ତି। ଜୟ ଜଗନ୍ନାଥ ଧ୍ବନୀରେ ପୁରୀ କମ୍ପୁଛି। ପବିତ୍ର ବଡ଼ଦାଣ୍ଡରେ ଶ୍ରଦ୍ଧାଳୁମାନେ ପାଦ ରଖି ନିଜକୁ ଧନ୍ୟ ମନେ କରୁଛନ୍ତି।

ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁ ଭକ୍ତ ସମ୍ମୁଖରେ ସ୍ନାନ କରି ହାତୀବେଶରେ ଦର୍ଶନ ଦେବେ। ଏଥିପାଇଁ ସ୍ନାନମଣ୍ଡପକୁ ରଙ୍ଗ ଦେଇ ସୁସଜ୍ଜିତ କରାଯାଇଛି। ଭକ୍ତମାନଙ୍କ ଲାଗି ସ୍ନାନଯାତ୍ରା ଦେଖିବା ପାଇଁ ଏଥର ମାର୍କେଟ୍‌ ଛକ ନିକଟରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ଯେପରି ଭକ୍ତମାନେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପର୍ଯ୍ୟନ୍ତ ଖରାରେ ଆଉଟୁ ପାଉଟୁ ନହୁଅନ୍ତି ଏବଂ ବର୍ଷାରେ ନ ଭିଜନ୍ତି ସେଥିଲାଗି ସ୍ବତନ୍ତ୍ର ବ୍ୟାରିକେଡ୍‌ ସହ ଛାମୁଡ଼ିଆ ବନ୍ଦୋବସ୍ତ କରାଯାଇଛି। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ପୁଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ସିସିସିଟି କ୍ୟାମେରା ସମସ୍ତଙ୍କ ଉପରେ ନଜର ରଖିଛି।

ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ

  • ଭୋର ୪ଟା ୩୦: ମଙ୍ଗଳାର୍ପଣ
  • ସକାଳ ୫ଟାରୁ ୭ଟା: ଡୋରଲାଗି ଓ ପୁଷ୍ପାଞ୍ଜଳି ହୋଇ ପହଣ୍ଡି
  • ସକାଳ ୯ଟା: ମଙ୍ଗଳ ଆଳତି
  • ୯ଟା ୧୫: ମଇଲମ
  • ୯ଟା ୨୫: ତଡ଼ପ ଲାଗି
  • ୯ଟା ୪୫: ଅଧର ପୋଛା
  • ୧୦ଟା ୨୦: ଅବକାଶ
  • ୧୦ଟା ୩୦: ରୋଷହୋମ
  • ୧୦ଟା ୫୫: ସୂର୍ଯ୍ୟପୂଜା
  • ୧୧ଟା ୧୦: ଦ୍ବାରପାଳ ପୂଜା
  • ୧୧ଟା ୨୫: ବେଶ ଶେଷ
  • ମଧ୍ୟାହ୍ଣ ୧୨ଟାରୁ ଅପରାହ୍‌ଣ ୨ଟା: ଜଳ ବିଜେ, ପୂଜା, ସ୍ନାନ
  • ଅପରାହ୍‌ଣ ୨ଟା ୩୦: ମଇଲମ, ମେକାପ, ସର୍ବାଙ୍ଗ, ନୂଆଲୁଗା ଲାଗି‌ ବେଶ
  • ଅପରାହ୍‌ଣ ୩ଟା ୩୦: ଛେରା ପହଁରା
  • ଅପାରହ୍‌ଣ ୪ଟାରୁ ୫ଟା: ହାତୀବେଶ
  • ସନ୍ଧ୍ୟା ୫ଟା ୩୦ରୁ ୭ଟା ୩୦: ଘଣ୍ଟଛତା ସକାଳଧୂପ
  • ରାତି ୮ଟା: ଦକ୍ଷିଣିଘର ଭୋଗ
  • ରାତି ୭ଟା ୩୦ରୁ ୯ଟା ୩୦: ସାହାଣମେଳା
  • ରାତି ୧୦ଟା: ହାତୀବେଶ ମଇଲମ
  • ରାତି ୧୦ଟା ୩୦: ପୁଷ୍ପାଞ୍ଜଳି ଓ ଡୋରଲାଗି
  • ରାତି ୧୧ଟାରୁ ୨ଟା: ବାହୁଡ଼ା ପହଣ୍ଡି
  • ରାତି ୨ଟା ୩୦: ସୁନା ଚିତା ଓ ରାହୁରେଖା ମଇଲମ

(ବି.ଦ୍ର): ସମୟକୁ ଚାହିଁ ଅନ୍ୟାନ୍ୟ ନୀତିଗୁଡ଼ିକର ଆୟୋଜନ ହେବ

  • ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ

     

     Odisha Photograph: (Kanak News)

    ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଆଜି ସଂପୂର୍ଣ୍ଣ ନୀତିବିଧି ସହକାରେ ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିରରୁ ବାହାରି ମହାପ୍ରଭୁ ସ୍ନାନବେଦୀରେ ବିରାଜମାନ କରିଛନ୍ତି। ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଶ୍ରୀଜିଉ। ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦୀରୁ ଦର୍ଶନ ଦେଉଛନ୍ତି।  ଆଜି ଭୋର୍‌ରୁ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋର ୫ଟା ୨୦ରୁ ଶ୍ରୀଜିଉଙ୍କ ପହଣ୍ଡି(ଧାଡ଼ି ପହଣ୍ଡି) ଆରମ୍ଭ ହୋଇଥିଲା। ସକାଳ ୭ଟା ୨୯ ସୁଦ୍ଧା ପହଣ୍ଡି ଶେଷପରେ ସ୍ନାନନୀତି ଆରମ୍ଭ ହୋଇଛି।

     

  • June 29, 2026, 12:31 PM IST

    ଗଜପତି ମହାରାଜାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

     

    WhatsApp Image 2026-06-29 at 12.26.45 PM

    ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶ୍ରୀମନ୍ଦିର ପରମ୍ପରାର ସର୍ବୋଚ୍ଚ ସେବକ ତଥା ଗଜପତି ମହାରାଜା ଦିବ୍ୟସିଂହଦେବଙ୍କୁ ଶ୍ରୀନଅରରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।

     

  • June 29, 2026, 10:14 AM IST

    ବଡ଼ଦାଣ୍ଡରେ ଜନସମୁଦ୍ର

     

     

    WhatsApp Image 2026-06-29 at 10.07.24 AM

    ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖି ନେତ୍ର ପବିତ୍ର କରୁଛନ୍ତି ଶ୍ରଦ୍ଧାଳୁ।

    WhatsApp Image 2026-06-29 at 10.17.14 AM

     

  • June 29, 2026, 9:44 AM IST

    ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ

     

    WhatsApp Image 2026-06-29 at 9.34.12 AM (1)

    ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ। ସ୍ନାନ ବେଦୀରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂରତି। ମାନବୀୟ ଲୀଳାରେ ଜଗତ ଠାକୁର ।

     

  • June 29, 2026, 9:36 AM IST

    ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

     

     

    WhatsApp Image 2026-06-29 at 9.09.23 AM (2)

    ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସେ କହିଛନ୍ତି, ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ।

     

  • June 29, 2026, 9:28 AM IST

    ସାହାଣମେଲା ଦର୍ଶନ କଲେ ଶ୍ରଦ୍ଧାଳୁ

     

    WhatsApp Image 2026-06-29 at 8.37.12 AM

    ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଶ୍ରଦ୍ଧାଳୁ।

     

  • June 29, 2026, 9:09 AM IST

    ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

     

    mohan majhi

    ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.

     

  • June 29, 2026, 8:57 AM IST

    ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

     

     

    mohan majhi
    Photograph: (sambad.in)

     

    ପୁରୀ: ପୁରୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

     

  • June 29, 2026, 8:52 AM IST

    ଫଟୋରେ ଦେଖନ୍ତୁ ସ୍ନାନପୂର୍ଣ୍ଣିମାର ଝଲକ

     

    WhatsApp Image 2026-06-29 at 8.32.48 AM

    WhatsApp Image 2026-06-29 at 8.37.11 AM

    WhatsApp Image 2026-06-29 at 8.37.11 AM (2)

    WhatsApp Image 2026-06-29 at 8.37.12 AM

    WhatsApp Image 2026-06-29 at 8.25.26 AM (1)

    WhatsApp Image 2026-06-29 at 8.37.12 AM (1)

    ପୁରୀ: ସୋମବାର ଭୋର୍‌ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇ ସକାଳ ୭ଟା ୨୯ ସୁଦ୍ଧା ଶେଷ ହୋଇଛି। ଏବେ ସ୍ନାମଣ୍ଡପରେ ଚତୁର୍ଦ୍ଧା ମୂରତି।

     

  • June 29, 2026, 8:11 AM IST

    ସ୍ନାନବେଦୀରେ ଚତୁର୍ଦ୍ଧାମୁରତି

     

    ମହାପ୍ରଭୁଙ୍କ ଦିବ୍ୟଲୀଳା କ୍ରମେ ଆଜି ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରାର ଆୟୋଜନ ଜାରି ରହିଛି। ଭୋର ସକାଳୁ ଆରମ୍ଭ ହୋଇଥିବା ପହଣ୍ଡି ସକାଳ ୭ଟା ୨୯ରେ ଶେଷ ହୋଇଛି। ସ୍ନାନବେଦୀରେ ଚତୁର୍ଦ୍ଧାମୁରତି ବିରାଜମାନ କରିଛନ୍ତି। ଭକ୍ତମାନେ ବଡ଼ଦାଣ୍ଡରୁ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦର୍ଶନ କରି ନିଜକୁ ଧନ୍ୟମନେ କରୁଛନ୍ତି। ଶ୍ରୀକ୍ଷେତ୍ର ଧାମ ଭକ୍ତିରେ ଲୀନ ହୋଇଯାଇଛି।

     

  • June 29, 2026, 7:21 AM IST

    ସ୍ନାନବେଦୀରେ କାଳିଆ ସାଆନ୍ତ

     

    ପ୍ରଭୁ କାଳିଆ ସାଆନ୍ତ ସ୍ନାନବେଦୀରେ ବିରାଜମାନ କରିଛନ୍ତି। ବଡ଼ଦେଉଳ ଭିତରୁ ଧାଡ଼ି ପହଣ୍ଡିରେ ଆସି ମହାପ୍ରଭୁ ସ୍ନାନବେଦୀରେ ଅଧିଷ୍ଠିତ ହୋଇଛନ୍ତି। ସ୍ନାନବେଦୀରୁ ଲକ୍ଷଲକ୍ଷ ଭକ୍ତମାନଙ୍କୁ ‌ଦର୍ଶନ‌ ଦେଉଛନ୍ତି। କାଳିଆ ସାଆନ୍ତ ସ୍ନାନବେଦୀକୁ ବିରାଜମାନ ହେଲା ପରେ ଜୟ ଜଗନ୍ନାଥ ଧ୍ବନୀରେ ବଡ଼ଦାଣ୍ଡ ଉଛୁଳି ପଡୁଛି।

     

  • June 29, 2026, 7:04 AM IST

    ଭକ୍ତିରେ ବୁଡ଼ିଲା ବଡ଼ଦାଣ୍ଡ

     

    ସ୍ନାନପୂର୍ଣ୍ଣିମା ପାଇଁ ମହାପ୍ରଭୁଙ୍କ ପହଣ୍ଡି ଜାରି ଥିବା ବେଳେ ପବିତ୍ର ବଡ଼ଦାଣ୍ଡରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି। ବଡ଼ଦାଣ୍ଡ ଲୋକାରଣ୍ୟରେ ପରିଣତ ହୋଇଛି। ଭକ୍ତମାନେ ଭକ୍ତିରେ ଲୀନ ହୋଇଯାଇଛନ୍ତି। ଜୟ ଜଗନ୍ନାଥ ଧ୍ବନିରେ ବଡ଼ଦାଣ୍ଡ କମ୍ପି ଉଠିଛି।

     

     

  • June 29, 2026, 6:32 AM IST

    ପହଣ୍ଡି ପ୍ରକ୍ରିୟା ଜାରି

     

    ସୋମବାର ଭୋର୍‌ ୫ଟାରୁ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି। ମହାପ୍ରଭୁ ଧାଡ଼ି ପହଣ୍ଡିରେ ରତ୍ନସିଂହାସନରୁ ସ୍ନାନବେଦୀ ଅଭିମୁଖେ ବାହାରିଛନ୍ତି। ପ୍ରଥମେ ପ୍ରଭୁ ବଳଭଦ୍ରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନବେଦୀରେ ବିରାଜମାନ କରାଯାଇଛି। କାଳିଆ ସାଆନ୍ତ ମଧ୍ୟ ମନ୍ଦିର ଭିତରୁ ବାହାରି ସ୍ନାନ ମଣ୍ଡପ ଅଭିମୁଖେ ବାହାରିଛନ୍ତି।

    ଦିନ ୧୨ଟା ୨୦ରୁ ୨ଟା ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନବିଧି ଅନୁଷ୍ଠିତ ହେବ। ସ୍ନାନ ମଣ୍ଡପରେ ଜଳ ବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରା ବାନ୍ଧି ଶୋଧ କରିବେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ ସାରି ଶ୍ରୀମନ୍ଦିରରୁ ପ୍ରତ୍ୟାବର୍ତ୍ତନ ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରା ପହଁରା ପାଇଁ ବିଜେ କରିବେ। ସାଢ଼େ ୩ଟାରେ ଗଜପତି ରାଜନୀତି ଓ ସ୍ନାନମଣ୍ଡପ ଛେରା ପହଁରା କରିବେ।

     

  • June 29, 2026, 6:22 AM IST

    ସ୍ନାନଯାତ୍ରା ପାଇଁ ବଡ଼ଦାଣ୍ଡରେ ବଢୁଛି ଗହଳି

     

    ମହାପ୍ରଭୁଙ୍କ ସ୍ନାନଯାତ୍ରା ଅବସରରେ ଶ୍ରଦ୍ଧାଳୁମାନଙ୍କର ଗହଳି ବଢ଼ିବାରେ ଲାଗିଛି। ବଡ଼ଦାଣ୍ଡରେ କ୍ରମାଗତ ଭାବେ ଭକ୍ତଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସନ୍ଧ୍ୟା ପରଠାରୁ କ୍ରମାଗତ ଭାବେ ଭକ୍ତଙ୍କର ଭିଡ଼ ହେଉଛି।

     

  • June 29, 2026, 12:20 AM IST

    ସ୍ନାନ ଦର୍ଶନ ପରମ ପୁଣ୍ୟ

     

    ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନପୂର୍ଣ୍ଣିମା ଦିନ ସ୍ନାନବେଦିରେ ଶ୍ରୀଜଗନ୍ନାଥାଦି ଦେବତାଙ୍କର ପ୍ରତ୍ୟକ୍ଷ ସ୍ନାନ ହୋଇଥାଏ। ଏହି ସ୍ନାନର ଦର୍ଶନ କିପରି ପୁଣ୍ୟପ୍ରଦ, ତାହାର ବର୍ଣ୍ଣନା ଅଛି ‘ସ୍କନ୍ଦପୁରାଣ‑ ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟ’ରେ। ଏହା ଶ୍ରୀଜଗନ୍ନାଥଙ୍କର ଏକ ସ୍ବୟଂଲୀଳା। କାରଣ, ଏହି ଦିନ ସ୍ନାନମଞ୍ଚରେ ପ୍ରତ୍ୟକ୍ଷ ସ୍ନାନ ନିମନ୍ତେ ଶ୍ରୀଜୀଉମାନେ ସ୍ବୟଂ ଶ୍ରୀମନ୍ଦିରର ରତ୍ନବେଦି ଛାଡ଼ି ବାହାରକୁ ବାହାରି ଆସିଥାଆନ୍ତି। ଅନ୍ୟାନ୍ୟ ବହୁ ଯାତ୍ରା ପରି ଏହି ଯାତ୍ରା ବିଜେପ୍ରତିମା ବା ପ୍ରତିନିଧି ପ୍ରତିମାମାନଙ୍କ ମାଧ୍ୟମରେ ସଂପନ୍ନ ହୋଇ ନ ଥାଏ।

     Snana Jatra : Much more than a Ritual Bath of Lord Jagannath and Divine siblings

    ଶ୍ରୀଜିଉମାନଙ୍କର ଏହି ସ୍ନାନଦର୍ଶନ କିପରି କଲ୍ୟାଣକର ଓ ପରମ ପୁଣ୍ୟପ୍ରଦ, ସେ ସଂପର୍କରେ ‘ସ୍କନ୍ଦପୁରାଣ’ର ୩୧ ଅଧ୍ୟାୟରେ ବିଶଦ ଭାବରେ ଉଲ୍ଲେଖ ଅଛି। ସେଥିରେ କୁହାଯାଇଛି–ଯେଉଁ ମନୁଷ୍ୟମାନେ ସେହି ‌େଦବସ୍ନାନ ସ୍ଥଳରେ ଉପସ୍ଥିତ ରହି ସ୍ନାନକାଳରେ ଭଗବାନଙ୍କୁ ନିରୀକ୍ଷଣ କରନ୍ତି, ସେମାନଙ୍କୁ ପୁନରାୟ ଜନନୀ‑ଗର୍ଭର ଜଳରେ ସ୍ନାନ କରିବାକୁ ପଡ଼େ ନାହିଁ; ଅର୍ଥାତ୍ ସେମାନଙ୍କର ଆଉ ପୁନର୍ଜନ୍ମ ହୋଇ ନ ଥାଏ। ସେହିପରି, ସ୍ନାନଯାତ୍ରା କାଳରେ ପରମ ଆନନ୍ଦ ଓ ଔତ୍ସୁକ୍ୟପୂର୍ଣ୍ଣ ହୃଦୟରେ ଯେଉଁମାନେ ଜ୍ୟେଷ୍ଠସ୍ନାନ ଦର୍ଶନ କରନ୍ତି, ସେମାନେ କେବେ‌ହେଲେ ଭବସାଗରର ଜଳରେ ନିମଗ୍ନ ହୁଅନ୍ତି ନାହିଁ। ଶ୍ରୀହରିଙ୍କର ଏହି ଜ୍ୟେଷ୍ଠ ଜନ୍ମଦିନରେ ତାଙ୍କର ସ୍ନାନଦର୍ଶନ ଅପେକ୍ଷା ମୋକ୍ଷପ୍ରଦ ଶ୍ରେଷ୍ଠକର୍ମ ଅନ୍ୟ କିଛି ନାହିଁ। ସ୍ନାନ, ଦାନ, ତପସ୍ୟା, ଶ୍ରାଦ୍ଧ, ଜପ ଓ ଯଜ୍ଞ ଆଦି ଯାହାକିଛି ବିହିତ କର୍ମ ଅଛି ଏବଂ ତାହା ଯଦି କେ‌ାଟିକୋଟି ଜନ୍ମରେ କୋଟି କୋଟି ଗୁଣରେ ଅନୁଷ୍ଠିତ ହୋଇଥାଏ, ତଥାପି ବି ତାହା ଶ୍ରୀହରିଙ୍କ ସ୍ନାନ ଦର୍ଶନ ତୁଲ୍ୟ ମହାପୁଣ୍ୟପ୍ରଦ ହୋଇପାରେ ନାହିଁ।

    ଏହି ପ୍ରସଙ୍ଗରେ, ସେଥିରେ ଆହୁରି ମଧ୍ୟ କୁହାଯାଇଛି–ଯେଉଁ ବ୍ୟକ୍ତି ଭକ୍ତି ସହକା‌େ‌ର ଅନ୍ୟୂନ ଗୋଟିଏ ବର୍ଷ (ଅର୍ଥାତ୍‌, ଥରେ ମାତ୍ର)ଭଗବାନ ବିଷ୍ଣୁ(ଶ୍ରୀଜଗନ୍ନାଥ)ଙ୍କର ସ୍ନାନଯାତ୍ରା ଦର୍ଶନ କରେ, ତାକୁ ସଂସାରର ଦୁଃଖମୋଚନ ନିମିତ୍ତ ଶୋକ କରିବାକୁ ପଡ଼େ ନାହିଁ। ଯେଉଁ ବ୍ୟକ୍ତି ଭଗବାନ ଶ୍ରୀପୁରୁଷୋତ୍ତମଙ୍କର ଏହି ମଞ୍ଚସ୍ନାନ ଦର୍ଶନ କରେ, ସେ ତୀର୍ଥାଦି ସ୍ନାନ ଅପେକ୍ଷା ଶତଗୁଣ ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ; ଏଥିରେ ଅଣୁମାତ୍ର ସନ୍ଦେହ ନାହିଁ।

     

  • June 29, 2026, 12:16 AM IST

    ମହାପ୍ରଭୁଙ୍କ ଅପେକ୍ଷାରେ ସ୍ନାନବେଦୀ

     

    Puri temple

    ମହାପ୍ରଭୁଙ୍କ ଅପୂର୍ବ ଲୀଳା ‘ସ୍ନାନଯାତ୍ରା’ର ସମୟ ଯେତିକି ପାଖେଇ ଆସୁଛି, ଭକ୍ତମାନଙ୍କର ମନରେ ଉତ୍କଣ୍ଠା ସେତିକି ଭରି ଯାଉଛି। ସ୍ନାନବେଦୀ ପ୍ରସ୍ତୁତ ହୋଇସାରିଛି। ଅନ୍ତିମ ରୂପ ଦେବା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କାଳିଆ ସାଆନ୍ତଙ୍କୁ ଅପେକ୍ଷା କରିଛି ସ୍ନାନବେଦୀ।

     

  • June 29, 2026, 12:11 AM IST

    ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି

     

    WhatsApp Image 2026-06-28 at 11.51.45 PM

    ସ୍ନାନ ପୂର୍ଣ୍ଣିମା ଅବସରରେ ମହାପ୍ରଭୁ ହାତୀବେଶ ଧାରଣ କରିବେ। ସ୍ନାନବେଦୀରେ ଥାଇ ଲକ୍ଷଲକ୍ଷ ଭକ୍ତମାନଙ୍କୁ ଦର୍ଶନ ଦେବେ। ଏହି ଅପୂର୍ବ ବେଶର ପ୍ରସ୍ତୁତି ରବିବାର ଶେଷ ହୋଇଛି। ଭକ୍ତମାନେ ଏବେ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରିବା ପାଇଁ ଅପେକ୍ଷା କରିଛନ୍ତି।

     

  • June 29, 2026, 12:09 AM IST

    ‘ସ୍ନାନବେଦୀ’ରେ ଶେଷ ସ୍ପର୍ଶ

     

    WhatsApp Image 2026-06-28 at 11.51.44 PM

    ରାତି ପାହିଲେ ମହାପ୍ରଭୁଙ୍କର ପବିତ୍ର ସ୍ନାନଯାତ୍ରା। ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ନେଇ ମହାପ୍ରଭୁ ରତ୍ନସିଂହାସନରୁ ‘ସ୍ନାନବେଦୀ’କୁ ଯିବେ। ଶ୍ରୀଜିଉମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ। ଏହା ପୂର୍ବରୁ ରବିବାର କଳାକାରମାନେ ‘ସ୍ନାନବେଦୀ’ରେ ଶେଷ ସ୍ପର୍ଶ ଦେଉଛନ୍ତି।

     

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button