ଖେଳଜାତୀୟ

INDW vs AUSW: ଟି୨୦ ବିଶ୍ବକପ୍‌ରୁ ବିଦା ହେଲା ଭାରତ, ଅଧାରେ ରହିଗଲା ଚାମ୍ପିଅନ ହେବାର ସ୍ବପ୍ନ

ଭାରତକୁ ଅଷ୍ଟ୍ରେଲିଆ ୬ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଟିମ୍ ଇଣ୍ଡିଆ ବିଶ୍ୱକପରୁ ବାଦ ପଡ଼ିଛି। ଭାରତର ଚାମ୍ପିଅନ ହେବାର ସ୍ୱପ୍ନ ପୁଣି ଥରେ ଅଧାରେ ରହିଯାଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା...

ଇଂଲଣ୍ଡ: ଭାରତକୁ ଅଷ୍ଟ୍ରେଲିଆ ୬ ୱିକେଟରେ ପରାସ୍ତ କରିଛି। ଏହି ପରାଜୟ ସହିତ ଟିମ୍ ଇଣ୍ଡିଆ ବିଶ୍ୱକପରୁ ବାଦ ପଡ଼ିଛି। ଭାରତର ଚାମ୍ପିଅନ ହେବାର ସ୍ୱପ୍ନ ପୁଣି ଥରେ ଅଧାରେ  ରହିଯାଇଛି। ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ‘ଗ୍ରୁପ୍-ଏ’ରୁ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅଧିନାୟିକା ହରମନପ୍ରୀତ କୌର ୫୬ ରନର ଲଢ଼ୁଆ ଇନିଂସ ଖେଳି ଭାରତର ସ୍କୋରକୁ ୧୭୦ ରନ୍‌ରେ ପହଞ୍ଚାଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୬ଟି ବଲ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଅଷ୍ଟ୍ରେଲିଆ ପାଇଁ ଏଲିସ୍ ପେରି (୫୬ ରନ୍‌) ଏବଂ ଆଶ୍ଲେ ଗାର୍ଡନର ୫୩ ରନ୍‌ର ଏକ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିଲେ।

 

ଏଲିସ୍ ପେରି ଏବଂ ଆଶ୍ଲେ ଗାର୍ଡନରଙ୍କ ୧୦୦ ରନର ଭାଗୀଦାରି ଭାରତୀୟ ଦଳ ପାଇଁ ଏକ ବଡ଼ ଧକ୍କା ଦେଇଥିଲା। ଗୋଟିଏ ସମୟରେ ଅଷ୍ଟ୍ରେଲିଆ 68 ରନରେ  ୩ ୱିକେଟ ହରାଇଥିଲା। କିନ୍ତୁ ପରେ ପେରି ଏବଂ ଗାର୍ଡନରଙ୍କ ୧୦୦ ରନର ଭାଗୀଦାରି ଭାରତକୁ ବିଜୟରୁ ଦୂରେଇ ରଖିବାରେ ସାହାଯ୍ୟ କରିଥିଲା।

୧୭ ବର୍ଷର ଟାଇଟଲ୍ ମରୁଡ଼ି ଜାରି 
ମହିଳା ଟି୨୦ ବିଶ୍ୱକପ୍ ପ୍ରଥମେ ୨୦୦୯ ମସିହାରେ ଖେଳାଯାଇଥିଲା। ଏହାରି ମଧ୍ୟରେ ୧୭ ବର୍ଷ ଏବଂ ୧୦ ସଂସ୍କରଣ ବିତିଗଲାଣି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ବିଶ୍ୱ ଚାମ୍ପିଅନ୍ ହୋଇପାରିନାହିଁ। ଟିମ୍ ଇଣ୍ଡିଆ କେବଳ ଥରେ ଫାଇନାଲ୍ ଖେଳିଛି। ୨୦୨୦ ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆ ୮୫ ରନ୍‌ରେ ଭାରତକୁ ପରାସ୍ତ କରିଥିଲା। ଅଷ୍ଟ୍ରେଲିଆ ଏବେ ତା’ର ସପ୍ତମ ଟାଇଟଲ୍ ପାଇଁ ଗୋଟିଏ ପାଦ ନିକଟତର ହୋଇଛି।
ଅଷ୍ଟ୍ରେଲିଆ ସେମିଫାଇନାଲ୍ ପହଞ୍ଚିବାର ୧୦୦ ପ୍ରତିଶତ ରେକର୍ଡ ବଜାୟ ରଖିଛି। ୨୦୦୯ ମସିହାରୁ ଅଷ୍ଟ୍ରେଲିଆ ପ୍ରତ୍ୟେକ ଟି୨୦ ବିଶ୍ୱକପରେ ଅତି କମରେ ସେମିଫାଇନାଲ୍ ପହଞ୍ଚିଛି। ଅଷ୍ଟ୍ରେଲିଆ ସାତ ଥର ଫାଇନାଲ୍ ଖେଳିଛି ଏବଂ ଛଅ ଥର ଟ୍ରଫି ଜିତିଛି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button