ଖେଳଜାତୀୟ

Badminton: ୟୁଏସ୍‌ ଓପନ ବ୍ୟାଡମିଣ୍ଟନ: ଶ୍ରୀକାନ୍ତ ଉପବିଜେତା

ଲଢୁଆ ଖେଳ ପ୍ରଦର୍ଶନ ସତ୍ତ୍ବେ ଭାରତର କିଦାମ୍ବି ଶ୍ରୀକାନ୍ତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଫାଇନାଲ୍‌ରେ ପରାସ୍ତ ହୋଇ ‘ଉପବିଜେତା’ ଟାଇଟଲ୍‌ରେ ସନ୍ତୁଷ୍ଟ ରହିଛନ୍ତି। ପୁରୁଷ ଏକକ ଫାଇନାଲ୍‌ରେ ସେ ଚାଇନିଜ୍‌ ତାଇପେଇର ସୁ ଲି ୟାଙ୍ଗଙ୍କଠାରୁ ୧୫-୨୧,୨୧-୧୫, ୯-୨୧ରେ ହାରିଯାଇଥିଲେ।

ଫୁଲର୍ଟନ: ଲଢୁଆ ଖେଳ ପ୍ରଦର୍ଶନ ସତ୍ତ୍ବେ ଭାରତର କିଦାମ୍ବି ଶ୍ରୀକାନ୍ତ ୟୁଏସ୍‌ ଓପନ୍‌ ବ୍ୟାଡ୍‌ମିଣ୍ଟନ ଫାଇନାଲ୍‌ରେ ପରାସ୍ତ ହୋଇ ‘ଉପବିଜେତା’ ଟାଇଟଲ୍‌ରେ ସନ୍ତୁଷ୍ଟ ରହିଛନ୍ତି। ପୁରୁଷ ଏକକ ଫାଇନାଲ୍‌ରେ ସେ ଚାଇନିଜ୍‌ ତାଇପେଇର ସୁ ଲି ୟାଙ୍ଗଙ୍କଠାରୁ ୧୫-୨୧,୨୧-୧୫, ୯-୨୧ରେ ହାରିଯାଇଥିଲେ।

ଏଲ.କ୍ରିଷ୍ଟୋଫରସେନ ବିଜୟୀ ହୋଇଛନ୍ତି

୨୦୨୧ ବିଶ୍ବ ଚାମ୍ପିଅନସିପରେ ରୌପ୍ୟ ବିଜେତା ଶ୍ରୀକାନ୍ତ ପ୍ରଥମ ସେଟ୍‌କୁ ୧୫-୨୧ରେ ହାରିବା ପରେ ଦ୍ବିତୀୟ ସେଟ୍‌ରେ ଜୋର୍‌ଦାର୍‌ ପ୍ରତ୍ୟାବର୍ତ୍ତନ କରିଥିଲେ ଓ ୨୧-୧୫ରେ ଜିତିନେଇଥିଲେ। କିନ୍ତୁ ତୃତୀୟ ସେଟ୍‌କୁ ସେ ୯-୨୧ରେ ହାରି ମ୍ୟାଚ୍‌ ହାତଛଡ଼ା କରିଥିଲେ। ଶ୍ରୀକାନ୍ତ ଗତ ବର୍ଷ ମାଲେସିଆ ମାଷ୍ଟର୍ସ ସୁପର ୫୦୦ ଓ ସୟଦ ମୋଦୀ ଇଣ୍ଟରନ୍ୟାସ୍‌ନାଲ୍‌ ସୁପର ୩୦୦ରେ ଉପବିଜେତା ହୋଇଥିଲେ। ଚଳିତ ଋତୁରେ ଏହା ତାଙ୍କର ପ୍ରଥମ ଫାଇନାଲ୍‌ ଥିଲା। ମହିଳା ଏକକରେ ଡେନମାର୍କର ଏଲ.କ୍ରିଷ୍ଟୋଫରସେନ ବିଜୟୀ ହୋଇଛନ୍ତି । ସେ ବୁଲଗେରିଆର କାଲୋୟାନା ନାଲବାନଟୋଭାଙ୍କୁ ୨୧-୧୬,୧୬-୨୧, ୨୧-୧୧ରେ ପରାସ୍ତ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button