ଜାତୀୟବାଣିଜ୍ୟ

Fitment Factor: କର୍ମଚାରୀଙ୍କ ବେତନ ଓ ପେନସନଭୋଗୀଙ୍କ ପେନସନ୍‌ କେତେ ବଢ଼ିବ?

କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ବେତନ ଓ ପେନସନଭୋଗୀଙ୍କ ପେନସନ୍‌ କେତେ ବଢ଼ିବ ତାହା ଉପରେ ଅଷ୍ଟମ ବେତନ କମିସନ୍‌ ସଂପ୍ରତି ବିଚାରବିମର୍ଶ ଚଳାଇଛି। ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର କେତେ ରହିବ ତାହା ଉପରେ କର୍ମଚାରୀମାନଙ୍କର ନଜର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କ ବେତନ ଓ ପେନସନଭୋଗୀଙ୍କ ପେନସନ୍‌ କେତେ ବଢ଼ିବ ତାହା ଉପରେ ଅଷ୍ଟମ ବେତନ କମିସନ୍‌ ସଂପ୍ରତି ବିଚାରବିମର୍ଶ ଚଳାଇଛି। ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟର କେତେ ରହିବ ତାହା ଉପରେ କର୍ମଚାରୀମାନଙ୍କର ନଜର ଥିବାବେଳେ କମିସନ ଏହାକୁ ୨.୫୭ ପାଖାପାଖି ରଖିପାରନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆର୍ଥିକ ବୋଝକୁ ବିଚାରକୁ ନେଇ କମିସନ ଫିଟମେଣ୍ଟ୍‌ ଫ୍ୟାକ୍ଟରକୁ ସତର୍କତାର ସହିତ ୨.୫୭ ପାଖାପାଖି ରଖିପାରନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସପ୍ତମ ବେତନ କମିସନ୍‌‌ ଫିଟ୍‌ମେଣ୍ଟ ଫ୍ୟାକ୍ଟରକୁ ୨.୫୭ ରଖିଥିଲେ।

ଉଲ୍ଲେଖଯୋଗ୍ୟ, କର୍ମଚାରୀମାନେ ବର୍ତ୍ତମାନ ପାଉଥିବା ମୂଳ ବେତନରେ ଫିଟମେଣ୍ଟ ଫ୍ୟାକ୍ଟରକୁ ଗୁଣିଲେ ଯେଉଁ ସଂଖ୍ୟା ବାହାରିବ ତାହା ହେବ ଅଷ୍ଟମ କମିସନ ଅନୁସାରେ କର୍ମଚାରୀମାନଙ୍କର ନୂଆ ମୂଳ ବେତନ। କର୍ମଚାରୀ ସଂଘଗୁଡ଼ିକ କିନ୍ତୁ ଫିଟମେଣ୍ଟ୍‌ ଫ୍ୟାକ୍ଟରକୁ ଅଧିକ ରଖିବା ପାଇଁ ଦାବି କରି ଆସୁଛନ୍ତି। କମିସନଙ୍କୁ ସେମାନେ ଦେଇଥିବା ସ୍ମାରକପତ୍ରରେ ଏହାକୁ ୩.୮୩ ରଖିବା ପାଇଁ ଦାବି କରିଛନ୍ତି। ଏହା ହେଲେ କର୍ମଚାରୀମାନଙ୍କ ସର୍ବନିମ୍ନ ମୂଳ ବେତନ ୬୯ ହଜାର ଟଙ୍କା ହେବ।

ଅଷ୍ଟମ ବେତନ କମିସନ ବିଭିନ୍ନ ରାଜ୍ୟ ଗସ୍ତ କରି ଅଂଶୀଦାରମାନଙ୍କ ସହିତ ବିଶଦ ଆଲୋଚନା ଚଳାଇଛନ୍ତି। ଆସନ୍ତାମାସରେ କମିସନ ଓଡ଼ିଶା ଆସିବା କାର୍ଯ୍ୟକ୍ରମ ରହିଛି। ବିଚାରବିମର୍ଶ ପ୍ରକ୍ରିୟା ଶେଷ ହେବା ପରେ କମିସନ ସବୁ ତଥ୍ୟକୁ ଏକାଠି କରି ଏକ ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରିବେ। ସେହି ରିପୋର୍ଟ ହିଁ କର୍ମଚାରୀମାନଙ୍କ ବେତନ ଓ ପେନସନଭୋଗୀମାନଙ୍କ ନୂଆ ପେନସନ୍‌ ନିର୍ଦ୍ଧାରଣ କରିବ। ସପ୍ତମ ବେତନ କମିସନ ଫିଟ୍‌ମେଣ୍ଟ୍‌ ଫ୍ୟାକ୍ଟରକୁ ୨.୫୭ ରଖିବା ଫଳରେ କର୍ମଚାରୀମାନଙ୍କ ସର୍ବନିମ୍ନ ବେତନ ୭ ହଜାର ଟଙ୍କାରୁ ୧୭୯୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ବେତନ ଓ ପେନସନ ବୃଦ୍ଧି କାରଣରୁ ୨୦୧୬-୧୭ରେ କେନ୍ଦ୍ର ସରକାରଙ୍କ ରାଜସ୍ବ ବ୍ୟୟ ୯.୯ ପ୍ରତିଶତକୁ ବୃଦ୍ଧି ପାଇଥିଲା। ୨୦୧୫-୧୬ରେ ଏହା ୪.୮ ପ୍ରତିଶତ ରହିଥିଲା।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button