
ଆଣ୍ଟିଗୁଆ: ସ୍ଥାନୀୟ ସାର୍ ଭିଭିଆନ୍ ରିଚାର୍ଡ୍ସ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କାକୁ ଗୋଟିଏ ପାଳି ୨୧୭ ରନ୍ରେ ପରାସ୍ତ କରିଛି ଓ୍ବେଷ୍ଟ୍ଇଣ୍ଡିଜ୍। ଏହି ବିଜୟସହ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି ଘରୋଇ ଦଳ।
ଅମୀର ଜାଙ୍ଗୁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ଶ୍ରୀଲଙ୍କା ଦଳ ନିଜର ପ୍ରଥମ ପାଳିରେ ଧନଞ୍ଜୟ ଡି’ସିଲ୍ଭାଙ୍କ ଶତକ ବଳରେ ୩୦୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଜବାବରେ ଓ୍ବେଷ୍ଟଇଣ୍ଡିଜ୍ ଅମୀର ଜାଙ୍ଗୁଙ୍କ ଦ୍ବିଶତକ ଓ ରୋସ୍ତନ ଚେଜ୍ଙ୍କ ଶତକ ବଳରେ ପ୍ରଥମ ପାଳିରେ ୯ ଓ୍ବିକେଟ୍ରେ ୬୨୬ ରନ୍ କରି ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ପାଳିରେ ୩୧୮ ରନ୍ ପଛୁଆ ଥିବା ଶ୍ରୀଲଙ୍କା ଦଳ ନିଜର ଦ୍ବିତୀୟ ପାଳିରେ ମାତ୍ର ୧୦୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ଦିନେଶ ଚାନ୍ଦିମାଳ ୪୩ ରନ୍ କରିଥିଲେ। ଓ୍ବେଷ୍ଟଇଣ୍ଡିଜ୍ର ପକ୍ଷରୁ କିମାର୍ ରୋଚ୍ ୫୧ ରନ ଦେଇ ୪ ଓ ଜୟଡେନ୍ ସିଲ୍ସ ମାତ୍ର ୧୪ ରନ୍ ଦେଇ ୩ ଓ୍ବିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସେହିପରି ସମର ଜୋସେଫ ୨ ଓ୍ବିକେଟ୍ ନେଇଥିଲେ। ଦ୍ବିଶତକ ଅର୍ଜନ କରିଥିବା ଅମୀର ଜାଙ୍ଗୁଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳିଘୋଷଣା କରାଯାଇଥିଲା।
ସୌଜନ୍ୟ ସମ୍ବାଦ




