ଖେଳ

Badminton: ୨ ବର୍ଷରେ ୩୫ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା

ବିଡବ୍ଲୁଏଫ ପକ୍ଷରୁ ମଙ୍ଗଳବାର ୨୦୨୭, ୨୦୨୮ ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତା କ୍ୟାଲେଣ୍ଡର ଘୋଷଣା କରାଯାଇଛି। ଏହି ଦୁଇ ବର୍ଷରେ ମୋଟ ୩୫ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଥିରେ ଅନ୍ତର୍ଭୁକ୍ତ ରହିଛି ସୁପର ୧୦୦୦ରୁ ସୁପର...

ନୂଆଦିଲ୍ଲୀ: ବିଶ୍ବ ବ୍ୟାଡମିଣ୍ଟନ୍‌ ମହାସଂଘ (ବିଡବ୍ଲୁଏଫ) ପକ୍ଷରୁ ମଙ୍ଗଳବାର ୨୦୨୭, ୨୦୨୮ ପାଇଁ ଅନ୍ତର୍ଜାତୀୟ ପ୍ରତିଯୋଗିତା କ୍ୟାଲେଣ୍ଡର ଘୋଷଣା କରାଯାଇଛି। ଏହି ଦୁଇ ବର୍ଷରେ ମୋଟ ୩୫ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଥିରେ ଅନ୍ତର୍ଭୁକ୍ତ ରହିଛି ସୁପର ୧୦୦୦ରୁ ସୁପର ୧୦୦ ସ୍ତରୀୟ ପ୍ରତିଯୋଗିତା ଏବଂ ଓ୍ବାର୍ଲଡ୍‌ ଟୁର୍‌ ଫାଇନାଲ୍‌। ସୟଦ ମୋଦୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌କୁ ଏକ ସୁପର ୧୦୦ ପ୍ରତିଯୋଗିତା ମାନ୍ୟତା ଦିଆଯାଇଛି। ଏହି ୨୦୨୭ ଜୁଲାଇ ୨୭ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ଲକ୍ଷ୍ନୌରେ ଅନୁଷ୍ଠିତ ହେବ। ସେହିପରି ୨୦୨୮ରେ ଏହା ଜୁଲାଇ ୨୫ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଇଣ୍ଡିଆ ଓପନ୍‌ ସୁପର ୭୫୦ ଆସନ୍ତା ବର୍ଷ ଫେବ୍ରୁଆରି ୨ ରୁ ୭ ପର୍ଯ୍ୟନ୍ତ ଏବଂ ୨୦୨୮ରେ ଜାନୁଆରି ୨୫ରୁ ୩୦ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଚଳିତ ବର୍ଷର ଇଣ୍ଡିଆ ଓପନ୍‌ ସୁପର ଜାନୁଆରି ୧୩ରୁ ୧୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଅନ୍ତର୍ଜାତୀୟ ଖେଳାଳିମାନେ ହାନୀକାରକ ବାୟୁପ୍ରଦୂଷଣ, ଷ୍ଟାଡିୟମ୍‌ ଭିତରର ଥଣ୍ଡା ତାପମାତ୍ରା ଓ ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ୨୦୨୮ର ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମେ ୩, ୨୦୨୭ରୁ ଏପ୍ରିଲ ୩୦, ୨୦୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ୨୦୨୭ର ବିଶ୍ବ ଚାମ୍ପିଅନ୍‌ସିପ୍‌, ୨୦୨୮ର ଥମାସ ଓ ଉବର କପ୍‌ ଫାଇନାଲ୍‌ ତାରିଖ ପରେ ଘୋଷଣା କରାଯିବ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button