ଖେଳ

Naomi Osaka: ୱିମ୍ବଲଡନ୍‌ରେ ଓସାକାଙ୍କ ‘କିଲ୍‌ ବିଲ୍’ ଚର୍ଚ୍ଚା

ୱିମ୍ବଲଡନ୍‌ ଆରମ୍ଭରୁ ପୂର୍ବତନ ଏକ ନମ୍ବର ଜାପାନୀ ଖେଳାଳି ନାଓମି ଓସାକାଙ୍କ ନିଆରା ପୋଷାକକୁ ନେଇ ଚର୍ଚ୍ଚା। ୪ ଥର ଗ୍ରାଣ୍ଡ୍‌ ସ୍ଲାମ ଜିତିଥିବା ଓସାକା ପ୍ରଥମ ଦିବସରେ ଜାପାନୀ ଅନୁପ୍ରେରିତ ‘କିଲ୍‌ ବିଲ୍‌’ କିମାନୋ ପରିଧାନ କରି ସମସ୍ତଙ୍କ ଆକର୍ଷଣ କରିଛନ୍ତି।

ଲଣ୍ଡନ୍‌: ୱିମ୍ବଲଡନ୍‌ ଗ୍ରାଣ୍ଡ୍‌ ସ୍ଲାମ ଟେନିସ୍‌ ପ୍ରତିଯୋଗିତା ଆରମ୍ଭରୁ ପୂର୍ବତନ ଏକ ନମ୍ବରଜାପାନୀ ଖେଳାଳିନାଓମି ଓସାକାଙ୍କ ନିଆରା ପୋଷାକକୁ ନେଇ ଚର୍ଚ୍ଚା ଚାଲିଛି। ୪ ଥର ଗ୍ରାଣ୍ଡ୍‌ ସ୍ଲାମ ଟ୍ରଫି ଜିତିଥିବା ଓସାକା ପ୍ରଥମ ଦିବସରେ ଜାପାନୀ ଅନୁପ୍ରେରିତ ପୋଷାକ ‘କିଲ୍‌ ବିଲ୍‌’ କିମାନୋ ପରିଧାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜାପାନର ପାରମ୍ପରିକ ଜାତୀୟ ପୋଷାକ (କିଲ୍‌ ବିଲ୍‌) ପରିଧାନ କରି କୋର୍ଟ-୩ରେ ଚାଲିଯାଉଥିବା ଫଟୋ ଏବେ ଖୁବ୍‌ ଭାଇରାଲ୍ ହୋଇଛି। ୱିମ୍ବଲଡନ୍‌ରେ ସମ୍ପୂର୍ଣ୍ଣ ଧଳା ପୋଷାକ ପରିଧାନ କରି ଖେଳିବାକୁ ନିୟମ ରହିଛି। ଏହା ତାଙ୍କୁ ଅନୁପ୍ରାଣିତ କରିଥିବା ଓସାକା ପ୍ରକାଶ କରିଛନ୍ତି। ଧଳା ପୋଷାକରେ ଶରୀରକୁ ସମ୍ପୂର୍ଣ୍ଣ ଆଛାଦିତ କରି ସେ ଚୁଟିରେ ଧଳା ଅଳଙ୍କାର ‘କାନଜାସୀ’ ବି ଲଗାଇଥିଲେ। ଏହା ପରେ ସେ ନାଇକୀ ପୋଷାକ ପରିଧାନ କରି ଖେଳିଥିଲେ।

‘କିଲ୍‌ ବିଲ୍‌’ କିମାନୋ ପରିଧାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି

ଏହି ‘କିଲ୍‌ ବିଲ୍‌’ ପୋଷାକକୁ ଟୋକିଓ ଡିଜାଇନର୍‌ ହାନା ୟାଗି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଜାପାନୀ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ ଏଭଳି କରିଥିବା ବିଶ୍ବାସ କରାଯାଉଛି। ‘ଜାପାନ ପ୍ରତି ଥିବା ଭଲପାଇବା ଓ ସମ୍ମାନ ପାଇଁ ଏଭଳି କରିଛି’ ବୋଲି ସେ ସ୍ବୀକାର ବି କରିଛନ୍ତି। ୱିମ୍ବଲଡନ୍‌ରେ କେବେ ତୃତୀୟ ରାଉଣ୍ଡ୍‌ ଅତିକ୍ରମ କରିନଥିବା ୨୮ ବର୍ଷୀୟା ଓସାକା ୨ ଥର ଲେଖାଏଁ ଅଷ୍ଟ୍ରେଲିଆନ୍‌ ଓପନ୍ (୨୦୧୯, ୨୦୨୧) ଏବଂ ୟୁଏସ୍‌ ଓପନ୍‌ (୨୦୧୮, ୨୦୨୦) ଟ୍ରଫି ଜିତିଥିଲେ। ପୋଷାକ ପାଇଁ ଚର୍ଚ୍ଚାକୁ ଆସିବା ଓସାକାଙ୍କ ପାଇଁ ନୂଆ ନୁହେଁ। ଗତ ଜାନୁଆରିରେ ଏହି ପୂର୍ବତନ ଏକ ନମ୍ବର ଖେଳାଳି ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଜେଲିଫିସ୍‌ ଷ୍ଟାଇଲ୍‌ ଏବଂ ‌‌ଫ୍ରେଞ୍ଚ୍‌ ଓପନ୍‌ରେ ହଳଦିଆ ରଙ୍ଗ ବ୍ରାଉନ୍‌ ଓ ସୁନାରି ପୋଷାକ ପରିଧାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button