Ratha Yatra 2026 : ଘୋଷଯାତ୍ରା ନେଇ ଡିଜିପିଙ୍କ ବଡ଼ ସୂଚନା, ସୁରକ୍ଷା ତଦାରଖ କରିବେ ୧୯ ବରିଷ୍ଠ IPS

ପୁରୀ ୦୬।୦୭ : ରଥଯାତ୍ରା ୨୦୨୬ ନେଇ ଓଡି଼ଶା ପୋଲିସର ଜୋରଦାର ପ୍ରସ୍ତୁତି । ରଥଯାତ୍ରା ପ୍ରସ୍ତୁତି ନେଇ ବସିଥିବା ସମନ୍ୱୟ କମିଟି ବୈଠକରେ ଡିଜିପି ବଡ଼ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ରଥଯାତ୍ରା ୨୦୨୬ ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଶ ବିଦେଶରୁ ରଥଯାତ୍ରାରେ ସାମିଲ୍ ହୋଇଥାନ୍ତି ଭକ୍ତ। ସୁବ୍ୟବସ୍ଥିତ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୨ ହଜାରରୁ ଅଧିକ ପୋଲିସ ୧୯ ବରିଷ୍ଠ ଆଇପିଏସ ଅଧିକାରୀ ଉପସ୍ଥିତ ରହିବେ। ଶ୍ରୀମନ୍ଦିର ଭିତର, ତିନି ରଥର ସୁରକ୍ଷା, ରଥଟଣା ସୁରକ୍ଷା, ବଡ଼ଦାଣ୍ଡରେ ଭକ୍ତଙ୍କ ସୁରକ୍ଷା, ସମୁଦ୍ର ତଟରେ ସୁରକ୍ଷା, ରେଳ ଷ୍ଟେସନ ସୁରକ୍ଷା ଉପରେ ସର୍ବାଧିକ ଗୁରୁତ୍ବ ଦିଆଯାଇଛି।
ସେହିପରି ଚଳିତ ବର୍ଷ ରଥଯାତ୍ରାରେ ଟେକ୍ନୋଲୋଜି ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି। ପୁରୀ ସହରର ବିଭିନ୍ନ ସ୍ଥାନରେ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି। ବୋମା ନିଷ୍କ୍ରିୟକାରୀ ଦଳ ସୁରକ୍ଷା ଦାୟିତ୍ବରେ ରହିବେ। ସିଆରପିଏଫ୍, ବିଏସଏଫ, ଆରପିଏଫ, ଏନଏସଜି ଟିମ୍ ମୁତୟନ ରହିବେ।
ସୌଜନ୍ୟ Prameya News7




