ଜିଲ୍ଲାରାଜ୍ୟ

ପାରିବାରିକ କଳହର କରୁଣ ପରିଣତି, ଜୀବନ ହାରିଲେ ସିଆରପିଏଫ୍ ଯବାନ

ବାଲିଗୁଡ଼ା ୦୭।୦୬: ପାରିବାରିକ କଳହର କରୁଣ ପରିଣତି । ଜୀବନ ହାରିଲେ ସିଆରପିଏଫ୍ ଯବାନ । ମାନସିକ ଚାପରେ ରହି ବିଷ ପିଇ ଆତ୍ମହତ୍ୟା କରିଥିବା ଭଳି ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୃତ ଯବାନ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ନୂଆସାହି ଗାୟତ୍ରୀ କଲୋନୀରେ ରହୁଥିବା ଅଶୋକ ବେହେରା।

ଖବର ଅନୁଯାୟୀ, ସୋମବାର ଅଶୋକ ନିଜ ଘରର କବାଟ ବନ୍ଦ କରି ବିଷ ପିଇ ଦେଇଥିଲେ। ଦୀର୍ଘ ସମୟ ଧରି କୋଠରୀ ବନ୍ଦ ରହିବା ଏବଂ ସେ ସାଙ୍ଗସାଥୀମାନଙ୍କ ଫୋନ୍ କଲର କୌଣସି ଉତ୍ତର ନ ଦେବାରୁ ଆଖପାଖ ଲୋକଙ୍କ ସନ୍ଦେହ ହୋଇଥିଲା। ଏହାପରେ ସାହି ପଡ଼ିଶା ବାଲିଗୁଡ଼ା ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଅଶୋକଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲା। ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବାଲିଗୁଡ଼ା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button