Rajnath Singh: ଏଆଇ ଦ୍ୱାରା ଯୁଦ୍ଧ ଲଢ଼ାଯାଇପାରେ, କିନ୍ତୁ ବିଜୟ ପାଇଁ ପାରମ୍ପରିକ ସେନା ହିଁ ଜରୁରୀ: ପ୍ରତିରକ୍ଷା ମନ୍ତ୍ରୀ
ଭବିଷ୍ୟତର ଯୁଦ୍ଧଗୁଡ଼ିକ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ଲଢ଼ାଯାଇପାରେ, କିନ୍ତୁ ଶେଷରେ ବିଜୟ କେବଳ ଦୃଢ଼ ଜାତୀୟ ସଂକଳ୍ପ, ସୁଶିକ୍ଷିତ ସୈନିକ ଓ ଶକ୍ତିଶାଳୀ ପାରମ୍ପରିକ ସାମରିକ ସାମର୍ଥ୍ୟ ଦ୍ୱାରା ହିଁ ହାସଲ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି।

ମୁମ୍ବାଇ: ଭବିଷ୍ୟତର ଯୁଦ୍ଧଗୁଡ଼ିକ କୃତ୍ରିମ ବୁଦ୍ଧିମତା (ଏଆଇ) ଦ୍ୱାରା ଲଢ଼ାଯାଇପାରେ, କିନ୍ତୁ ଶେଷରେ ବିଜୟ କେବଳ ଦୃଢ଼ ଜାତୀୟ ସଂକଳ୍ପ, ସୁଶିକ୍ଷିତ ସୈନିକ ଓ ଶକ୍ତିଶାଳୀ ପାରମ୍ପରିକ ସାମରିକ ସାମର୍ଥ୍ୟ ଦ୍ୱାରା ହିଁ ହାସଲ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶନିବାର ମାଜଗାଓଁ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ (ଏମଡିଏଲ୍) ଦ୍ୱାରା ନିର୍ମିତ ‘ପ୍ରୋଜେକ୍ଟ ୧୭ଏ’ ସିରିଜର ଷଷ୍ଠ ତଥା ଶେଷ ଷ୍ଟେଲ୍ଥ ଫ୍ରିଗେଟ୍ ‘ଆଇଏନଏସ୍ ମହେନ୍ଦ୍ରଗିରି’ର ସାମରିକ ଅନ୍ତର୍ଭୁକ୍ତିକରଣ ଉତ୍ସବରେ ସେ ଏହି ସୂଚନା ଦେଇଛନ୍ତି।
ସମସ୍ତ ବିପଦକୁ ମୁକାବିଲା କରିବାକୁ ସକ୍ଷମ
ରାଜନାଥ ସିଂହ କହିଛନ୍ତି ଯେ, ଆଧୁନିକ ପ୍ରଯୁକ୍ତିବିଦ୍ୟା ପାରମ୍ପରିକ ଯୁଦ୍ଧ କୌଶଳର ବିକଳ୍ପ ନୁହେଁ, ବରଂ ଏହା ତାର ପରିପୂରକ। ଏହି ଅବସରରେ ସେ ଆନ୍ଧ୍ରପ୍ରଦେଶର ପ୍ରତିରକ୍ଷା ଓ ଏରୋସ୍ପେସ୍ ଉତ୍ପାଦନ କ୍ଷେତ୍ରରେ ବଢ଼ୁଥିବା ଅବଦାନକୁ ପ୍ରଶଂସା କରିଥିଲେ। ୬,୬୭୦ ଟନ୍ ଓଜନ ବିଶିଷ୍ଟ ‘ଆଇଏନଏସ୍ ମହେନ୍ଦ୍ରଗିରି’ ୨୮ ନଟ୍ ବେଗରେ ଗତି କରିବା ସହ ଆକାଶ, ଜଳପଥ ଓ ସମୁଦ୍ର ଗର୍ଭର ସମସ୍ତ ବିପଦକୁ ଏକ ସମୟରେ ମୁକାବିଲା କରିବାକୁ ସକ୍ଷମ, ଯାହା ନୌସେନାର ଶକ୍ତିକୁ ଦ୍ୱିଗୁଣିତ କରିବ।
ସୌଜନ୍ୟ ସମ୍ବାଦ




