ଅପରାଧଜିଲ୍ଲାରାଜ୍ୟ

ବାଇକରେ ଆସିଲେ, ମହିଳାଙ୍କୁ ମାଡ଼ ମାରି ନେଇଗଲେ ୩୬ ଲକ୍ଷ ଟଙ୍କା

କଟକ ୧୩।୦୭ : କଟକରେ ବଡ଼ଧରଣର ଲୁଟ୍ । ଓଏମପି ଛକ ବସ୍ ଷ୍ଟପ ନିକଟରୁ ଜଣେ ମହିଳାଙ୍କ ଠାରୁ ନେଇଗଲା ୩୬ ଲକ୍ଷ ଟଙ୍କା । ୬ ଜଣ ଲୁଟେରା ମହିଳାଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ ।

କଟକରେ ମହିଳା ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କରି ୩୬ ଲକ୍ଷ ଟଙ୍କା ଲୁଟିନେଲେ ୬ ଲୁଟେରା। ରବିବାର ରାତି ପ୍ରାୟ ୧୦ଟା ରୁ ୧୦.୩୦ମିନିଟ ମଧ୍ୟରେ ପିଙ୍କି ସାହା ନାମକ ଜଣେ ମହିଳା OMP ଛକ ସ୍ଥିତ କଲିକତା ବସ୍ ଷ୍ଟପ୍ କୁ ନିଜର କର୍ମଚାରୀଙ୍କ ସହ ସ୍କୁଟି ରେ ଯିବା ସମୟରେ ଜାତୀୟ ରାଜପଥ ୧୬ର ତାଳଦଣ୍ଡା କେନାଲ ବ୍ରିଜ୍ ଉପରେ ୬ ଜଣ ଲୁଟେରା ହଠାତ୍ ଗାଡ଼ି ଅଟକାଇବା ସହ ଅତର୍କିତ ଆକ୍ରମଣ କରିଥିଲେ। ପିଙ୍କି ପ୍ରତିବାଦ କରିବାରୁ ତାଙ୍କୁ ମାରଣାସ୍ତ୍ର ଦେଖାଇବା ସହ ଲୁହା ରଡ ରେ ଆକ୍ରମଣ କରି ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ବାଇକ୍ ଯୋଗେ ଫେରାର ହୋଇ ଯାଇଥିଲେ ।

ସେପଟେ ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ପିଙ୍କିଙ୍କୁ ପୋଲିସ ଉଦ୍ଧାର କରି ଏସସିବି ମେଡିକାଲ କୁ ଚିକିତ୍ସା ପାଇଁ ପଠାଇଥିଲା। ପିଙ୍କି ସାହା ଜଣେ ସୁନା ବ୍ୟବସାୟୀ ହୋଇଥିବା ବେଳେ କୋଲକାତା ସୁନା ଅଳଙ୍କାର କିଣିବା ପାଇଁ ବସ୍ ଯୋଗେ OMPରୁ ୧୦.୩୦ ରେ ବାହାରିବାର ଥିଲା। ଏହାର କିଛି ମିନିଟ୍ ପୂର୍ବରୁ ରାଜରାସ୍ତାରେ ଲୁଟ କରି ଚମ୍ପଟ୍ ମାରିଥିଲେ ଲୁଟେରା। ଏନେଇ ପିଙ୍କିଙ୍କ ସମ୍ପର୍କୀୟ ମାନେ ମଧୁପାଟଣା ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଟିମ୍ ମେଡ଼ିକାଲ ରେ ପହଞ୍ଚି ପିଙ୍କିଙ୍କ ବୟାନ ରେକର୍ଡ କରିବା ସହ ଘଟଣା ର ତଦନ୍ତ ଆରମ୍ଭ କରିଛି।

 

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button