ଖେଳଜାତୀୟ

Vaibhav Sooryavanshi: ଶେଷ ମ୍ୟାଚ୍‌ରେ ବୈଭବଙ୍କୁ ନ ଖେଳାଇବା ନେଇ ତାତିଲେ ଗାଭାସ୍କର ଓ ଇଂଲଣ୍ଡ କ୍ରିକେଟର: କହିଲେ, ଭବିଷ୍ୟତ ନଷ୍ଟ କରୁଛ

୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ରୁ ବାଦ୍ ଦେବା ନିଷ୍ପତ୍ତିରେ କ୍ଷୁବ୍ଧ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ସେ ଏହାକୁ ଆଦୌ ଗ୍ରହଣ କରିପାରି ନାହାନ୍ତି।

ନୂଆଦିଲ୍ଲୀ: ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍ରୁ ବାଦ୍ ଦେବା ନିଷ୍ପତ୍ତିରେ କ୍ଷୁବ୍ଧ ହୋଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର। ସେ ଏହାକୁ ଆଦୌ ଗ୍ରହଣ କରିପାରି ନାହାନ୍ତି। ଗତକାଲି(୧୨ ଜୁଲାଇ ୨୦୨୭) ସାଉଥାମ୍ପଟନଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ ବୈଭବଙ୍କୁ ହଟାଇ ସଞ୍ଜୁ ସାମସନଙ୍କୁ ଦଳରେ ସାମିଲ କରାଇଥିଲା। ଏହି ନିଷ୍ପତ୍ତିକୁ ନେଇ ଗାଭାସ୍କର ଟିମ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଛନ୍ତି।

ଗାଭାସ୍କର କହିଛନ୍ତି “ସେ ଟିମରେ ନ ରହିବା ବହୁତ ନିରାଶାଜନକ।” ଟସ୍ ସମୟରେ ଏହି ଘୋଷଣା ହେବା ପରେ ଗାଭାସ୍କର ଏପରି କହି ମୁଣ୍ଡ ହଲାଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପ୍ରକୃତରେ ଆୟର୍ଲାଣ୍ଡର ଦୁଇଟି ମ୍ୟାଚ୍ ଓ ଇଂଲଣ୍ଡର ଗୋଟିଏ ମ୍ୟାଚ୍ରେ ଖରାପ ପ୍ରଦର୍ଶନ କରିବା ପରେ ସଞ୍ଜୁ ସାମସନଙ୍କୁ ହଟାଇ ତାଙ୍କ ସ୍ଥାନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରେ ସାମିଲ କରାଯାଇଥିଲା। ହେଲେ ଏଥିରେ ବି ତାଙ୍କୁ ମାତ୍ର ୩ଟି ମ୍ୟାଚ୍ ଖେଳିବାକୁ ଦିଆଗଲା। ଏହି ୩ ଇନିଂସରେ ସେ ୪୨ ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ବୋଲରଙ୍କ ବାଉଁସରର ଶିକାର ହୋଇଥିଲେ ବୈଭବ। ଏହାପରେ ଚତୁର୍ଥ ମ୍ୟାଚ୍ରେ ପୁଣିଥରେ ବୈଭବଙ୍କୁ ହଟାଇ ସଞ୍ଜୁଙ୍କୁ ଏଣ୍ଟ୍ରି କରାଇଥିଲା ଟିମ ମ୍ୟାନେଜମେଣ୍ଟ। ଏ

ଏହାକୁ ନେଇ ଗାଭାସ୍କାର କହିଛନ୍ତି ଯେ ଯଦି ଏଇଟା ନିଶ୍ଚୟ ଜିତିବା ମ୍ୟାଚ୍ ହୋଇଥାନ୍ତା, ଭାରତ ପାଇଁ ଜରୁରୀ ମ୍ୟାଚ୍ ହୋଇଥାନ୍ତା ତେବେ ହୁଏତ ନିଷ୍ପତ୍ତି ଠିକ୍ ଥିଲା। ହେଲେ ଏଥିରେ କିଛି ନଥିଲା। ତେଣୁ ମୁଁ ଭାବୁଛି ବୈଭବଙ୍କୁ ନ ଖେଳାଇ ଆମେ ଏକ ସୁଯୋଗ ମିସ କରିଦେଲେ। ଜଣେ ୧୫ ବର୍ଷୀୟ ଖେଳାଳିଙ୍କୁ ମାତ୍ର ୩ଟି ମ୍ୟାଚ୍ ଖେଳାଇ ବସାଇ ଦେବା ଟିକେ କଠିନ୍ନ ହୋଇଯାଉଛି ବୋଲି ଗାଭାସ୍କର କହିଛନ୍ତି।

ସୋନି ଟିଭି ଏକ ଆଲୋଚନା ବେଳେ ଏଭଳି କହିଥିଲେ ଗାଭାସ୍କର। ସେହି ପ୍ୟାନେଲ୍ରେ ପୂର୍ବତନ ଇଂଲଣ୍ଡ କ୍ରିକେଟର ଗ୍ରେମ ସ୍ୱାନ ମଧ୍ୟ ଭାରତର ଟିମ ମ୍ୟାନେଜମେଣ୍ଟକୁ ସମାଲୋଚନା କରିଥିଲେ। ଏଭଳି ନିଷ୍ପତ୍ତିର କଣ ମାନେ ଅଛି ବୋଲି ସେ କହିଥିଲେ। ସ୍ୱାନ୍ କହିଥିଲେ ଯେ ଯଦି ଦଳ ପ୍ରକୃତରେ ସୂର୍ଯ୍ୟବଂଶୀଙ୍କୁ ଜଣେ ପିଢ଼ିର ପ୍ରତିଭା ବୋଲି ବିଶ୍ୱାସ କରେ ତେବେ ତାଙ୍କୁ କେବଳ ତିନୋଟି ମ୍ୟାଚ୍ ନୁହେଁ ଅଧିକ ସୁଯୋଗ ଦେବା ଆବଶ୍ୟକ।

ଏନେଇ ସ୍ୱାନ କହିଛନ୍ତି “ସେ ଯେଉଁ ତିନୋଟି ମ୍ୟାଚ୍ ଖେଳିଛନ୍ତି, ସେଥିରେ ସେ କ’ଣ କରିପାରିବେ ତାହା ଦେଖାଇ ଦେଇଛନ୍ତି। ଯଦି ସେହି ୩ ମ୍ୟାଚ୍ରେ ସେ ଭୟକରିଥାନ୍ତେ, କି ବୋଲ୍ଡ ଆଉଟ୍ ହୋଇ ଷ୍ଟମ୍ପ ଏଣେତେଣେ ପଡ଼ିଥାନ୍ତେ ତେବେ ନିଷ୍ପତ୍ତି ଠିକ୍ ବୋଲି କୁହାଯାଇଥାନ୍ତା। ହେଲେ ସେମାନେ ସଞ୍ଜୁକୁ ଫେରାଇ ଆଣୁଛନ୍ତି, ଯିଏ ଗତ ୩ ମ୍ୟାଚ୍ରେ ମାତ୍ର ୫, ୦, ୧ କରିଥିଲେ। ଅତି କମରେ ଏହି ପିଲାଟି ୧୩, ୧୪, ୧୫ ତ କରିଥିଲା। ଶେଷ ତିନୋଟି ମ୍ୟାଚ୍ରେ ରନ୍ କେଉଁଠାରୁ ଆସୁଛି ସଞ୍ଜୁ ତାହା ବି ଜାଣପାରି ନଥିଲେ ବୋଲି ସ୍ୱାନ କହିଛନ୍ତି। ”

ସୂର୍ଯ୍ୟବଂଶୀଙ୍କ ବିଷୟରେ ସ୍ୱାନ କହିଥିଲେ “ତୁମେ ବର୍ତ୍ତମାନ ସୂର୍ଯ୍ୟବଂଶୀକୁ ଦିଗହରା କରି ଦେଉଛି। ତାଙ୍କୁ ମାତ୍ରର ୧୫ ବର୍ଷ। ସେ ଭାବପ୍ରବଣ ଦୃଷ୍ଟିରୁ ସେତେଟା ମଜଭୁତ ହୋଇ ନାହାନ୍ତି। ତେଣୁ ତୁମକୁ ଟିକେ ବିଚାର କରିବାକୁ ପଡିବ। ମୁଁ ଭାବୁଛି ଯଦି ତୁମ ପାଖରେ ଜଣେ ୧୫ ବର୍ଷ ବୟସର ଖେଳାଳି ଅଛନ୍ତି, ଆଉ ଭବିଷ୍ୟତରେ ଜଣେ ଶ୍ରେଷ୍ଠ ଖେଳାଳି ହେବାର ସମ୍ଭାବନା ରହିଛି ତେବେ ତୁମକୁ ତାଙ୍କୁ ଭଲଭାବରେ ଗଢ଼ି ତୋଳିବାକୁ ପଡ଼ିବ। ସେ ବର୍ତ୍ତମାନ ଦଳର ଖରାପ ପ୍ରଦର୍ଶନର ଶିକାର ହୋଇଯାଇଛନ୍ତି।”

ସୂଚନା ଥାଉକି, ଭାରତର ବ୍ରିଟେନ ଗସ୍ତରେ ଖେଳାଯାଇଥିବା ୭ଟି ମ୍ୟାଚ୍ ମଧ୍ୟରୁ ତିନୋଟି ମ୍ୟାଚ୍ ଖେଳିଥିବା ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷରେ ସମୁଦାୟ ୪୨ ରନ୍ ସଂଗ୍ରହ କରିଥିଲେ। ହାଇ ଷ୍ଟ୍ରାଇକ୍ ରେଟ୍ରେ ବ୍ୟାଟିଂ କରିବା ସତ୍ତ୍ୱେ, ବୈଭବ ନିଜର ତିନୋଟି ଯାକ ଇନିଂସରେ ଇଂଲଣ୍ଡର ପେସରମାନଙ୍କର ବାଉନ୍ସର ଶିକାର ହୋଇଥିଲେ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button