ଖେଳଜାତୀୟ

ପୁଣି ଥରେ କୋଚ୍ ହେବେ ରାହୁଲ ଦ୍ରାବିଡ୍ ! ଟେଷ୍ଟ୍ କ୍ରିକେଟର ସମ୍ଭାଳିବେ ଦାୟିତ୍ୱ, ଖୁବ୍ ଶୀଘ୍ର ନିଯୁକ୍ତି

ଡେଲି ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଜଣେ ଦକ୍ଷ କୋଚ୍ ଚାହୁଁଛି । ଏଥିପାଇଁ ଦ୍ରାବିଡଙ୍କ ନାଁ ଆଗରେ ରହିଛି । ତାଙ୍କ ବ୍ୟତୀତ ପୂର୍ବତନ ଇଂଲଣ୍ଡ କୋଚ୍ ଆଣ୍ଡି ଫ୍ଲାଓ୍ୱାର ଏବଂ ରିଚାର୍ଡ ଡସନ୍ ମଧ୍ୟ ରେସରେ ଅଛନ୍ତି । ଏବେ ମ୍ୟାକକୁଲମଙ୍କ ୪ ବର୍ଷର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆସନ୍ତା ବର୍ଷ ଆସେସ୍ ସିରିଜ୍ ପୂର୍ବରୁ ଦଳ ନୂଆ କୋଚ୍ ନିଯୁକ୍ତି କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।

ନୂଆଦିଲ୍ଲୀ,୧୩|୦୭: ଭାରତର ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡ । ଭାରତୀୟ ଦଳର କୋଚ୍ ମଧ୍ୟ ରହି ସାରିଛନ୍ତି । ଦି ଓ୍ୱାଲ ଭାବେ ସେ କ୍ରିକେଟ୍ ଜଗତରେ ପରିଚିତ । ଏବେ ତାଙ୍କୁ ନୂଆ ଦାୟିତ୍ୱ ମିଳିବାକୁ ଯାଉଛି । ତାଙ୍କୁ ଇଂଲଣ୍ଡ ଦଳର ଟେଷ୍ଟ୍ କୋଚ୍ ଭାବେ ନିଯୁକ୍ତି ମିଳିପାରେ । ବର୍ତ୍ତମାନର କୋଚ୍ ତଥା ନ୍ୟୁଜିଲାଣ୍ଡ ବ୍ୟାଟର ବ୍ରେଣ୍ଡନ୍ ମ୍ୟାକକୁଲମଙ୍କ ଜାଗାରେ ସେ ନିଯୁକ୍ତି ପାଇପାରନ୍ତି । କାରଣ ଇଂଲଣ୍ଡ ଦଳର ପରବର୍ତ୍ତୀ ଟେଷ୍ଟ୍ କୋଚ୍ ରେସରେ ଦ୍ରାବିଡ୍ ଆଗରେ ଅଛନ୍ତି ।

ଡେଲି ଟେଲିଗ୍ରାଫର ରିପୋର୍ଟ ଅନୁସାରେ, ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଜଣେ ଦକ୍ଷ କୋଚ୍ ଚାହୁଁଛି । ଏଥିପାଇଁ ଦ୍ରାବିଡଙ୍କ ନାଁ ଆଗରେ ରହିଛି । ତାଙ୍କ ବ୍ୟତୀତ ପୂର୍ବତନ ଇଂଲଣ୍ଡ କୋଚ୍ ଆଣ୍ଡି ଫ୍ଲାଓ୍ୱାର ଏବଂ ରିଚାର୍ଡ ଡସନ୍ ମଧ୍ୟ ରେସରେ ଅଛନ୍ତି । ଏବେ ମ୍ୟାକକୁଲମଙ୍କ ୪ ବର୍ଷର କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ଆସନ୍ତା ବର୍ଷ ଆସେସ୍ ସିରିଜ୍ ପୂର୍ବରୁ ଦଳ ନୂଆ କୋଚ୍ ନିଯୁକ୍ତି କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ।

ଦ୍ରାବିଡ ପାଇଛନ୍ତି ସଫଳତା

୫୩ ବର୍ଷୀୟ ଦ୍ରାବିଡଙ୍କ ସମୟରେ ଭାରତ ୨୦୨୪ ଟି୨୦ ବିଶ୍ୱକପ୍ ଜିତିଥିଲା । ଏହାସହ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ ପାଇନାଲରେ ଭାରତ ପ୍ରବେଶ କରିଥିଲା । ଦ୍ରାବିଡଙ୍କ ପାଖରେ କୋଚିଂର ନିଆରା ଶୈଳୀ ରହିଛି । ଖେଳକୁ ଭଲ ଭାବେ ବୁଝିବା ପାଇଁ ଦକ୍ଷତା ରହିଛି । ତେବେ ଦ୍ରାବିଡଙ୍କ ଏଥିପାଇଁ ଇଚ୍ଛା ରହିଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଅନ୍ୟମାନଙ୍କ ମଧ୍ୟରେ ଜିମ୍ବାଓ୍ୱେର ପୂର୍ବତନ ଖେଳାଳି ଆଣ୍ଡି ପୂର୍ବରୁ ଇଂଲଣ୍ଡର କୋଚ୍ ରହି ସାରିଛନ୍ତି । ସେ ସଫଳ ସାବ୍ୟସ୍ତ ମଧ୍ୟ ହୋଇଛନ୍ତି । ତାଙ୍କ ସମୟରେ ଇଂଲଣ୍ଡ ଟେଷ୍ଟ ରାଙ୍କିରେ ନମ୍ବର ୧ ସ୍ଥାନ ହାସଲ କରିଥିଲା ।ଏହାସହ ତିନୋଟି ଆସେସ୍ ସିରିଜ୍ ଜିତିଥିଲା । ଏବେ ସେ ଫ୍ରାଞ୍ଚାଇଜ୍ କ୍ରିକେଟରେ ନିଜର ଦକ୍ଷତା ଦେଖାଉଛନ୍ତି । ଆଇପିଏଲରେ ଆରସିବିର ଲଗାତାର ଡବଲ ଟାଇଟଲ୍ ବିଜୟ ପଛରେ ତାଙ୍କ ହାତ ରହିଥିବା କୁହାଯାଏ ।

ଖାଲି ଏତିକି ନୁହେଁ ଇଂଲଣ୍ଡର ଟେଷ୍ଟ୍ କୋଚ୍ ରେସରେ ଶ୍ରୀଲଙ୍କାର ପୂର୍ବତନ ଖେଳାଳି କୁମାର ସାଙ୍ଗାକରା, ଇଂଲଣ୍ଡ ଖେଳାଳି ଆଣ୍ଡ୍ରିଉ ଫ୍ଲିଣ୍ଟପ୍, ମାଇକ୍ ହାସନ ଏବଂ ଜଷ୍ଟିନ ଲାଙ୍ଗର ରହିଛନ୍ତି । ତେବେ କାହାକୁ ଇଂଲଣ୍ଡ ମ୍ୟାନେଜମେଣ୍ଟ କୋଚ୍ ଭାବେ ନିଯୁକ୍ତି ଦେବ ତାହା ମାସେ ଦୁଇ ମାସରେ ସ୍ପଷ୍ଟ ହୋଇଯିବ ।

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button