ଖେଳ
Hockey: ମହିଳା ହକି ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷିତ
ଆଗାମୀ ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ ଲାଗି ଶୁକ୍ରବାର ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରିଛି। ଏହି ଦଳର ନେତୃତ୍ବ ଭାର ମିଡ୍ଫିଲ୍ଡର ସଲିମା ଟେଟେଙ୍କୁ ମିଳିଛି।

ନୂଆଦିଲ୍ଲୀ: ଆଗାମୀ ଏଫ୍ଆଇଏଚ୍ ମହିଳା ହକି ବିଶ୍ବକପ୍ଲାଗି ଶୁକ୍ରବାର ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରିଛି। ଏହି ଦଳର ନେତୃତ୍ବ ଭାର ମିଡ୍ଫିଲ୍ଡର ସଲିମା ଟେଟେଙ୍କୁ ମିଳିଛି। ଦଳରେ ଏକ ମାତ୍ର ଓଡ଼ିଆ ଖେଳାଳି ଭାବେ ସୁନେଲିତା ଟୋପ୍ପୋ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁରେ ଚାଲିଥିବା ଜାତୀୟ ଶିବିରରୁ ଏହି ଚୂଡ଼ାନ୍ତ ଦଳ ବଛାଯାଇଛି। ଗତମାସରେ ନ୍ୟୁଜିଲାଣ୍ଡରେ ଆୟୋଜିତ ନେସନ୍ସ କପ୍ରେ ଭାରତ ଅପରାଜେୟ ରହି ଟ୍ରଫି ଜିତିଥିଲା। ଏହି ଧାରା ବିଶ୍ବକପ୍ରେ ରଖିବା ଲାଗି ମୁଖ୍ୟପ୍ରଶିକ୍ଷକ ଜୋଏର୍ଡ ମାରିନ୍ ଆଶା ରଖିଛନ୍ତି।
ସୌଜନ୍ୟ ସମ୍ବାଦ




