ରାଜ୍ୟ
Food Poisoning Under Probe କସ୍ତୁରବା ଗାନ୍ଧୀ ଉପ୍ରା ବିଦ୍ୟାଳୟରେ ଝାଡ଼ାବାନ୍ତି, ଆକ୍ରାନ୍ତଙ୍କ ସଂଖ୍ୟା ୯୨ ଟପିଲା
ମୟୂରଭଞ୍ଜ ଜିଲ୍ଲା ବିଜାତଳାର କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଦୂଷିତ ଖାଦ୍ୟ ଖାଇଥିବା ସନ୍ଦେହରେ ୯୨ ଜଣ ଛାତ୍ରୀ ଛାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଚିକିତ୍ସା ଓ ତଦନ୍ତ ଜାରି ରଖିଥିବାବେଳେ ଘଟଣାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଭାଇରଙ୍ଗପୁର/ବିଜାତଳା: ଗତକାଲି(ବୁଧବାର) ରାଇରଙ୍ଗପୁର ଉପଖଣ୍ଡ ବିଜାତଳା ବ୍ଲକ୍ ସଭଗଡ଼ାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦୂଷିତ ଖାଦ୍ୟ ଖାଇ ୨୦ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଆଜି ଏହି ଆକ୍ରାନ୍ତଙ୍କ ସଂଖ୍ୟା ୨୦ ରୁ ୯୨ କୁ ବୃଦ୍ଧି ପାଇଛି।
ସୌଜନ୍ୟ ସମ୍ବାଦ




