ଦେଶ ବିଦେଶ
Manipur: ମଣିପୁର ହିଂସା ମାମଲାର ଶୀଘ୍ର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଗଠନ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ
୨୦୨୩ ମଣିପୁର ହିଂସା ମାମଲାର ଶୀଘ୍ର ବିଚାର ପାଇଁ ପ୍ରତିଦିନ ମାମଲାର ଶୁଣାଣି କରିବାକୁ ସ୍ୱତନ୍ତ୍ର କୋର୍ଟ ଗଠନ ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ସୁପ୍ରିମକୋର୍ଟ ସିବିଆଇ ଓ ଏସ୍ଆଇଟିକୁ ବିଚାରାଧୀନ ତଦନ୍ତକୁ ତ୍ୱରାନ୍ୱିତ କରିବା ଓ ପୀଡିତମାନେ ଯେପରି ଶୀଘ୍ର ଚାର୍ଜସିଟର କପି ପାଇବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ୨୦୨୩ ମଣିପୁର ହିଂସା ମାମଲାର ଶୀଘ୍ର ବିଚାର ପାଇଁ ପ୍ରତିଦିନ ମାମଲାର ଶୁଣାଣି କରିବାକୁ ସ୍ୱତନ୍ତ୍ର କୋର୍ଟ ଗଠନ ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ସୁପ୍ରିମକୋର୍ଟ ସିବିଆଇ ଓ ଏସ୍ଆଇଟିକୁ ବିଚାରାଧୀନ ତଦନ୍ତକୁ ତ୍ୱରାନ୍ୱିତ କରିବା ଓ ପୀଡିତମାନେ ଯେପରି ଶୀଘ୍ର ଚାର୍ଜସିଟର କପି ପାଇବେ ତାହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ମାମଲାର ବିଚାରରେ ଅଧିକ ବିଳମ୍ବ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ତଦନ୍ତକାରୀ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




