ରାଜ୍ୟ
Bahuda Yatra 2026: ସୁନାବେଶ ଦେଖିବାକୁ ଭକ୍ତଙ୍କ ଭିଡ଼, ହେଲା ପହଣ୍ଡି ବିଜେ
ଆସନ୍ତାକାଲି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାଥହୁଡାଯାତ୍ରା। ତେଣୁ ପରମ୍ପରା ଓ ରୀତିନୀତି ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ଜନ୍ମବେଦୀରେ ଠାକୁରଙ୍କ ସୁନାବେଶ ହୋଇଥିଲା। ସୁନାବେଶରେ ଠାକୁରଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ ଜମିଥିଲା।

ବାରିପଦା (ବଟକୃଷ୍ଣ ବିହାରୀ): ଆସନ୍ତାକାଲି ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାଥହୁଡାଯାତ୍ରା। ତେଣୁ ପରମ୍ପରା ଓ ରୀତିନୀତି ଅନୁଯାୟୀ ଆଜି ପୂର୍ବାହ୍ନ ୧୧ଟା ଜନ୍ମବେଦୀରେ ଠାକୁରଙ୍କ ସୁନାବେଶ ହୋଇଥିଲା। ସୁନାବେଶରେ ଠାକୁରଙ୍କୁ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ ଜମିଥିଲା। ସଂଧ୍ୟାରେ ପହଣ୍ଡି ହୋଇଥିଲା। ପ୍ରଥମେ ବଳଭଦ୍ର, ତାପରେ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କ ପହଣ୍ଡି ବିଜେ ହୋଇଥିଲା। ତାପରେ ରଥ ଉପରେ ଶ୍ରୀଜିଉଙ୍କୁ ନେଇ ଅବସ୍ଥାନ କରାଯାଇଥିଲା। ରଥରେ ଠାକୁରଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନଙ୍କ ଲମ୍ବା ଲାଇନ ଲାଗିଥିଲା।
ସୌଜନ୍ୟ ସମ୍ବାଦ




