ଖେଳ

Junior World Squash: ‘ଅଭିଶପ୍ତ’ ମନେକରୁଥିବା ଟାଇଟଲ୍‌ ହାତେଇଲେ ଅନାହତ

କାନାଡାରେ ଅନୁଷ୍ଠିତ କନିଷ୍ଠ ବିଶ୍ବ ସ୍କ୍ବାସ୍ ଚାମ୍ପିଅନ୍‌ସିପ୍ ଅନାହତ ସିଂଙ୍କ ପାଇଁ ପଞ୍ଚମ ଏବଂ ଶେଷ ସୁଯୋଗ ଥିଲା। କାରଣ ଏହା ପରେ ସେ ଆଉ କନିଷ୍ଠ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିପାରି ନଥାନ୍ତେ।

ଓନ୍‌ଟାରିଓ:କାନାଡାରେ ଅନୁଷ୍ଠିତ କନିଷ୍ଠ ବିଶ୍ବ ସ୍କ୍ବାସ୍ ଚାମ୍ପିଅନ୍‌ସିପ୍ ଅନାହତ ସିଂଙ୍କ ପାଇଁ ପଞ୍ଚମ ଏବଂ ଶେଷ ସୁଯୋଗ ଥିଲା। କାରଣ ଏହା ପରେ ସେ ଆଉ କନିଷ୍ଠ ବର୍ଗରେ ପ୍ରତିଦ୍ବନ୍ଦ୍ବିତା କରିପାରି ନଥାନ୍ତେ।

ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ

ସେ ପୂର୍ବରୁ ଚାରୋଟି କ୍ୱାଟରଫାଇନାଲ୍ ଖେଳିସାରିଥିଲେ, ଗୋଟିଏ କାଂସ୍ୟ ପଦକ ଜିତିଥିଲେ, କିନ୍ତୁ ସବୁଥର ଟାଇଟଲ ଜିତିବାରେ ବିଫଳ ହେଉଥିଲେ। ଏଣୁ ସେ ଏହି ପ୍ରତିଯୋଗିତାକୁ ତାଙ୍କ ପାଇଁ ‘ଅଭିଶପ୍ତ’ ବୋଲି ଭାବୁଥିଲେ। କିନ୍ତୁ ଏଥରେ ସେ ପୂର୍ବର ସବୁ ନୈରାଶ୍ୟକୁ ପଛରେ ପକାଇ ଟାଇଟଲ୍‌ ହାତେଇଛନ୍ତି। ଏହା ସହିତ ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ ଖେଳାଳି ହୋଇ ଇତିହାସ ରଚିଛନ୍ତି।
ଏହା ପଛରେ ଥିଲା ତାଙ୍କର କଠିନ ପରିଶ୍ରମ ଓ ପ୍ରଶିକ୍ଷକ ତଥା ସ୍କ୍ୱାସ୍ ଜଗତର ଜଣାଶୁଣା ଖେଳାଳି ଗ୍ରେଗୋରୀ ଗୌଲଟିୟରଙ୍କ ଗୁରୁତ୍ବପୂର୍ଣ୍ଣ ପରାମର୍ଶ। ନିଜେ ଗୌଲଟିୟର ବରିଷ୍ଠ ବିଶ୍ବ ସ୍କ୍ବାସ୍‌ ଚାମ୍ପିଅନ୍‌ସିପ୍‌ରେ ଚାରୋଟି ଫାଇନାଲ୍‌ ହାରିବା ପରେ ପଞ୍ଚମରେ ବିଜୟୀ ହୋଇଥିଲେ। ଏଣୁ ପୂର୍ବର ଭୁଲ ସୁଧାରି କିପରି ସଫଳତା ପାଇହେବ ତାହା ସେ ଅନାହତଙ୍କୁ ଶିଖାଇଥିଲେ।

ଶନିବାର ଦିନ ଓଣ୍ଟାରିଓରେ, ଶେଷରେ ଏହି କିଶୋର ପ୍ରତିଭା ନିଜର ସମସ୍ତ ପୂର୍ବର ଭୁଲକୁ ସୁଧାରି ନେଇଥିଲେ ଏବଂ କ୍ୱାଟରଫାଇନାଲ, ସେମିଫାଇନାଲ ଓ ଫାଇନାଲରେ ସ୍କ୍ୱାସ୍ ଖେଳର ଶକ୍ତିଶାଳୀ ଦେଶ ଇଜିପ୍ଟର ତିନିଜଣ ଖେଳାଳିଙ୍କୁ ପରାସ୍ତ କରି ଲଗାତାର ୧୩ଟି ଟାଇଟଲ୍ ଜିତିବା ଲାଗି ସେମାନେ ଚଳାଇଥିବା ଅଭିଯାନରେ ବିରାମ ଲଗାଇଥିଲେ। ଫାଇନାଲରେ ସେ ଇଜିପ୍ଟର ରୁକାୟା ସାଲେମଙ୍କୁ ୧୧-୩, ୧୧-୭, ୧୧-୯ ରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button