ଜୀବନଚର୍ଯ୍ୟା

Hair Fall Secret Revealed ! ଯେଉଁ ତେଲ କେଶ ବଢ଼ାଇବାକୁ ଲଗାଉଛନ୍ତି, ସେହି ତେଲ ହିଁ କରୁଛି ଆପଣଙ୍କୁ ଚନ୍ଦା !

କେଶ ଝଡ଼ିବାର ସବୁଠାରୁ ବଡ଼ କାରଣ ହୋଇପାରେ ଆପଣଙ୍କ କେଶର ଯତ୍ନ ନେବା ଉପାୟ। ଘନ ଓ ସୁନ୍ଦର କେଶ ପାଇଁ ତେଲ ଲଗାଉଥିଲେ ମଧ୍ୟ ଭୁଲ ପ୍ରକ୍ରିୟା କେଶକୁ ଦୁର୍ବଳ କରିପାରେ। ଅଧିକ ତେଲ ଲଗାଇବା, ଗରମ ତେଲ ବ୍ୟବହାର କରିବା ଓ ଦୀର୍ଘ ସମୟ ଧରି ତେଲ ରଖିବା ଭଳି ଅଭ୍ୟାସ କେଶ ଓ ସ୍କାଲ୍ପ ଉପରେ ପ୍ରଭାବ ପକାଇପାରେ। ଜାଣନ୍ତୁ କେଶର ପ୍ରକୃତି ଅନୁସାରେ କେଉଁ ତେଲ ବ୍ୟବହାର କରିବେ ଏବଂ କେଶ ଝଡ଼ିବାରୁ ବଞ୍ଚିବା ପାଇଁ କେଉଁ ଭୁଲକୁ ଏଡ଼ାଇବେ।

ବ୍ୟୁରୋ ୨୮/୦୭ : ସୁନ୍ଦର ଓ ଘନ କେଶ କାହାକୁ ବା ନପସନ୍ଦ ? କିନ୍ତୁ ଆପଣ ଜାଣନ୍ତି କି କେଶକୁ ମଜବୁତ କରିବା ପାଇଁ ଆପଣ ଲଗାଉଥିବା ତେଲ ହିଁ ଆପଣଙ୍କ କେଶ ଝଡ଼ିବାର ସବୁଠାରୁ ବଡ଼ କାରଣ ପାଲଟିପାରେ ! ଆଜ୍ଞା ହଁ ଆୟୁର୍ବେଦ ଅନୁସାରେ ଆମ ଶରୀରର ବାତ, ପିତ୍ତ ଏବଂ କଫ ପ୍ରକୃତି ଅନୁସାରେ କେଶର ଯତ୍ନ ନେବା ଜରୁରୀ। କିନ୍ତୁ ଆଜିକାଲି ଲୋକମାନେ ଅଜାଣତରେ କରୁଥିବା କିଛି ଗମ୍ଭୀର ଭୁଲ ଯୋଗୁଁ କେଶ ନିଜର ପ୍ରାକୃତିକ ଚମକ ହରାଇ ଶୁଷ୍କ ଓ ଦୁର୍ବଳ ହୋଇଯାଉଛି। ଯାହାଫଳରେ ବହୁତ ଶୀଘ୍ର ଯୁବପୀଢୀ ଚନ୍ଦାପଣର ଶିକାର ହେଉଛନ୍ତି ।

ତେଲ ଲଗାଇବା ବେଳେ କରନ୍ତୁନି ଏହି ଭୁଲ !

ଅତ୍ୟଧିକ ତେଲ କେଶ ପାଇଁ ବିପଦ ! :ଅଧିକ ତେଲ ଲଗାଇଲେ କେଶ ଶୀଘ୍ର ବଢ଼ିବ ବୋଲି ଭାବିବା ସମ୍ପୂର୍ଣ୍ଣ ଭୁଲ ! ଅତ୍ୟଧିକ ତେଲ କେଶକୁ ଚିପିଚିପି କରିଦିଏ ଓ ସ୍କାଲ୍ପର  ପୋରସ ଗୁଡ଼ିକୁ ବନ୍ଦ କରିଦିଏ। କେବଳ ଆଙ୍ଗୁଠି ଆଗରେ ଅଳ୍ପ ତେଲ ନେଇ ମୁଣ୍ଡରେ ମାଲିସ୍ କରିବା ଯଥେଷ୍ଟ।

ଗରମ ତେଲରେ ପୋଡ଼ିଯାଏ କେଶ ମୂଳ : ଅତ୍ୟଧିକ ଗରମ ତେଲ କେଶର ପ୍ରାକୃତିକ ଆର୍ଦ୍ରତାକୁ ଶୋଷିନିଏ, ଯାହାଦ୍ୱାରା କେଶ ମୂଳରୁ ଦୁର୍ବଳ ହୋଇ ଭାଙ୍ଗିବାକୁ ଲାଗେ। ତେଣୁ ତେଲକୁ ସବୁବେଳେ କେବଳ ନଖ ଉଷୁମ କରି ଲଗାନ୍ତୁ।

ରାତିସାରା ତେଲ ଲଗାଇ ଶୋଉଛନ୍ତି କି ; ଆଜିକାଲିର ଧୂଳି-ମଇଳା ଭରା ପରିବେଶରେ ରାତିସାରା ତେଲ ଲଗାଇ ରଖିବା ମାନେ ସଂକ୍ରମଣକୁ ନିମନ୍ତ୍ରଣ ଦେବା। ଏହାଦ୍ୱାରା ସ୍କାଲ୍ପରେ ମଇଳା ଜମି କୁଣ୍ଡାଇ ହୁଏ। କେଶ ଧୋଇବାର ମାତ୍ର ୩୦ ମିନିଟ୍ ପୂର୍ବରୁ ତେଲ ଲଗାଇ ମାଲିସ୍ କରିବା ସବୁଠାରୁ ଭଲ ।

ସପ୍ତାହରେ କେତେ ଥର ଲଗାଇବେ ତେଲ : ମନେରଖନ୍ତୁ ପ୍ରତିଦିନ ତେଲ ଲଗାଇବା ଆପଣଙ୍କ ସ୍କାଲ୍ପର ସ୍ୱାଭାବିକ ତେଲ ତିଆରି କରିବା କ୍ଷମତାକୁ ନଷ୍ଟ କରିଦିଏ। ସପ୍ତାହରେ ମାତ୍ର ୨ ରୁ ୩ ଥର ତେଲ ଲଗାଇବା ଦ୍ୱାରା କେଶକୁ ମିଳିଥାଏ ଭରପୂର ପୋଷଣ।

ଆପଣଙ୍କ କେଶ ପାଇଁ କେଉଁ ତେଲ ଭଲ ?

ଝଡ଼ୁଥିବା କେଶ ପାଇଁ ; ନଡ଼ିଆ, ବାଦାମ କିମ୍ବା ଆମଲା ତେଲ

ତେଲିଆ ଓ ଚିପିଚିପି କେଶ ପାଇଁ: ଅଲିଭ୍ କିମ୍ବା ଜଡ଼ା ତେଲ

ମନେ ରଖନ୍ତୁ, କେଶର ସୌନ୍ଦର୍ଯ୍ୟ କେବଳ ତେଲ ଉପରେ ନୁହେଁ, ବରଂ ଆପଣଙ୍କ ଦୈନନ୍ଦିନ ଅଭ୍ୟାସ ଉପରେ ନିର୍ଭର କରେ। ଛୋଟ ଛୋଟ ଭୁଲକୁ ସୁଧାରିଲେ ହିଁ ମିଳିପାରିବ ମଜବୁତ ଓ ଚମକଦାର କେଶ। ତେଣୁ କେଶର ଯତ୍ନ ନେବା ବେଳେ ଅଜାଣତରେ ହେଉଥିବା ଏହି ଭୁଲଗୁଡ଼ିକୁ ଏଡ଼ାନ୍ତୁ। ଏଭଳି ଅଧିକ ସ୍ୱାସ୍ଥ୍ୟ ଓ ଲାଇଫ୍ଷ୍ଟାଇଲ୍ ଟିପ୍ସ ପାଇଁ ଆମ ସହ ଯୋଡ଼ି ରୁହନ୍ତୁ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button