ଜୀବନଚର୍ଯ୍ୟା

Heart attacks in women : ମହିଳାଙ୍କ ଠାରେ କାହିଁକି ବଢୁଛି ଆକସ୍ମିକ ହୃଦଘାତ , କଣ ରହିଛି କାରଣ ?

ନୂଆଦିଲ୍ଲୀ ,୧୧ \୯ : କରୋନା ପରେ ହୃଦଘାତକୁ ନେଇ ଲୋକଙ୍କ ଚିନ୍ତା ବଢ଼ିଛି । ମହିଳାଙ୍କଠାରେ ମଧ୍ୟ ବୟସ ବଢ଼ିବା ସହ ହୃଦରୋଗ ଓ ହୃଦଘାତର ବିପଦ ବଢୁଛି । ତେବେ ଏଠାରେ ଦୁଇଟି ଭିନ୍ନ ଅବସ୍ଥାକୁ ବୁଝିବା ଜରୁରୀ । ହୃଦଘାତ ଏବଂ ଆକସ୍ମିକ ହୃଦକ୍ରିୟା ବନ୍ଦ ଏକା ନୁହେଁ । ହୃଦଘାତରେ ହୃତପିଣ୍ଡର କୌଣସି ଅଂଶକୁ ରକ୍ତ ଯୋଗାଉଥିବା କରୋନାରି ଧମନୀରେ ରକ୍ତପ୍ରବାହ ବାଧାପ୍ରାପ୍ତ ହୁଏ । ଅନ୍ୟପଟେ, ଆକସ୍ମିକ ହୃଦକ୍ରୀୟା ବନ୍ଦ ହେବାରେ ହୃତପିଣ୍ଡର ବିଦ୍ୟୁତ୍ କାର୍ଯ୍ୟରେ ଗୁରୁତର ବିଘ୍ନ ଘଟି ହୃତପିଣ୍ଡ ଶରୀରକୁ ପ୍ରଭାବଶାଳୀ ଭାବରେ ରକ୍ତ ପମ୍ପ କରିପାରେ ନାହିଁ । ଫଳରେ ହାର୍ଟ ଆର୍ଟକ ହୁଏ ।

ଆକସ୍ମିକ ହୃଦକ୍ରିୟା ବନ୍ଦ କ’ଣ?

ହୃଦକ୍ରିୟା ହଠାତ୍ ବନ୍ଦ ହେବା ହେଉଛି ଏକ ଜରୁରୀ ଅବସ୍ଥା । ଏଥିରେ ହୃତ୍ପିଣ୍ଡର ଅସ୍ୱାଭାବିକ ବିଦ୍ୟୁତ୍ ଗତିବିଧି ହେତୁ ହୃତ୍ପିଣ୍ଡ ରକ୍ତ ପମ୍ପ କରିବାର କ୍ଷମତା ହରାଇଥାଏ । ଫଳରେ ମସ୍ତିଷ୍କ ଓ ଅନ୍ୟ ଅଙ୍ଗକୁ ରକ୍ତ ଓ ଅମ୍ଲଜାନ୍ ପହଞ୍ଚିବା ବନ୍ଦ ହୋଇଯାଏ । ବ୍ୟକ୍ତି ହଠାତ୍ ଅଚେତ ହୋଇପାରନ୍ତି, ସାଧାରଣ ଶ୍ୱାସ ରହିନପାରେ ଏବଂ ତୁରନ୍ତ ସିପିଆର୍ ଓ ଆବଶ୍ୟକ ହେଲେ ବିଦ୍ୟୁତ୍ ଝଟକା ଦେଇ ହୃଦସ୍ପନ୍ଦନ ସ୍ୱାଭାବିକ କରିବାର ପ୍ରକ୍ରିୟା (ଡିଫିବ୍ରିଲେସନ୍) ନ ମିଳିଲେ ମୃତ୍ୟୁ ହୋଇପାରେ ।

ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ହୃଦକ୍ରିୟା ହଠାତ୍ ବନ୍ଦ ହେବାର ବିପଦ ସାଧାରଣତଃ କମ୍ ଥାଏ । କିନ୍ତୁ ବୟସ ବଢ଼ିବା ଓ ବିଶେଷକରି ମାସିକ ଋତୁସ୍ରାବ ବନ୍ଦ ହେବା ପରେ ଏହି ବିପଦ ବଢ଼ିଥାଏ । ଏହାର ଅର୍ଥ ମାସିକ ଋତୁସ୍ରାବ ବନ୍ଦ ହେବା  ସିଧାସଳଖ କାରଣ ନୁହେଁ । ବୟସ ବଢ଼ିବା ସହ ରକ୍ତଚାପ, ରକ୍ତରେ ଚର୍ବି, ଇନ୍ସୁଲିନ୍ ପ୍ରତିରୋଧ, ଶରୀରରେ ଚର୍ବିର ବଣ୍ଟନ ଓ ଅନ୍ୟାନ୍ୟ ହୃଦ୍ରୋଗର ବିପଦକାରକରେ ପରିବର୍ତ୍ତନ ଆସିପାରେ । ଏହି ସବୁ ପରିବର୍ତ୍ତନ ମିଶି ହୃଦରୋଗର ବିପଦ ବଢ଼ାଇପାରନ୍ତି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button