ଖେଳ

Commonwealth: ପଦକ ନିଶ୍ଚିତ କଲେ ପ୍ରିୟା, ପ୍ରୀତି, ଯଦୁମଣି

ମଙ୍ଗଳବାର ରାତିରେ ଅନୁଷ୍ଠିତ ମହିଳା ୬୦ କିଲୋଗ୍ରାମ କ୍ବାର୍ଟରଫାଇନାଲ୍‌ରେ ପ୍ରିୟା ସ୍କଟଲାଣ୍ଡର ନିଆମ ମିଚେଲ୍‌ଙ୍କୁ ୪-୧ ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିବା ସହ ପଦକ ସୁନିଶ୍ଚିତ କରିଛନ୍ତି।

ଗ୍ଲାସ୍‌ଗୋ:ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଉ ଦୁଇ ପଦକ ନିଶ୍ଚିତ କରିଛନ୍ତି ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ପ୍ରିୟା ଘନଘାସ୍‌ ଓ ପ୍ରୀତି ପାଓ୍ବାର। ମଙ୍ଗଳବାର ରାତିରେ ଅନୁଷ୍ଠିତ ମହିଳା ୬୦ କିଲୋଗ୍ରାମ କ୍ବାର୍ଟରଫାଇନାଲ୍‌ରେ ପ୍ରିୟା ସ୍କଟଲାଣ୍ଡର ନିଆମ ମିଚେଲ୍‌ଙ୍କୁ ୪-୧ ନିଷ୍ପତ୍ତିରେ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିବା ସହ ପଦକ ସୁନିଶ୍ଚିତ କରିଛନ୍ତି।

ପ୍ରୀତି ସର୍ବସମ୍ମତ ନିଷ୍ପତ୍ତିରେ ବିଜୟୀ

ସେହିପରି ୫୪ କିଲୋଗ୍ରାମ କ୍ବାର୍ଟରଫାଇନାଲ୍‌ରେ ପ୍ରୀତି ଆୟର୍ଲାଣ୍ଡର ନିକୋଲ କ୍ଲାଇଡ୍‌ଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି। ୨୨ ବର୍ଷୀୟା ପ୍ରୀତି ମ୍ୟାଚ୍‌ର ଆରମ୍ଭରୁ ଆକ୍ରମଣାତ୍ମକ ଓ ନିଖୁଣ ବକ୍ସିଂ ପ୍ରଦର୍ଶନ କରିଥିଲେ। ପ୍ରୀତି ୫-୦ର ସର୍ବସମ୍ମତ ନିଷ୍ପତ୍ତିରେ ବିଜୟୀ ହୋଇ ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ଓ ଅତି କମରେ କାଂସ୍ୟ ପଦକ ନିଶ୍ଚିତ କରିଛନ୍ତି। ସେହିପରି ପୁରୁଷ ୫୫ କିଲୋଗ୍ରାମରେ ଯଦୁମଣି ସିଂହ ଜାମ୍ବିଆର ମୱେଙ୍ଗୋ ମ୍ୱାଲେଙ୍କ ବିପକ୍ଷରେ ଏକ ଚିତ୍ତାକର୍ଷକ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ସୁନିଶ୍ଚିତ କରିଛନ୍ତି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button