Air India: ଅହମଦାବାଦ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା: ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ରେ ମିଳିଲାନି କୌଣସି ତ୍ରୁଟି, କହିଲେ ସରକାର
ଅହମଦାବାଦରେ ଏୟାର୍ ଇଣ୍ଡିଆର ଡ୍ରିମ୍ଲାଇନର ବିମାନ ଦୁର୍ଘଟଣା ପରେ ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ ନେଇ ଉଠିଥିବା ସନ୍ଦେହକୁ ନେଇ କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି।

ନୂଆଦିଲ୍ଲୀ: ଅହମଦାବାଦରେ ଏୟାର୍ ଇଣ୍ଡିଆର ଡ୍ରିମ୍ଲାଇନର ବିମାନ ଦୁର୍ଘଟଣାପରେ ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ ନେଇ ଉଠିଥିବା ସନ୍ଦେହକୁ ନେଇ କେନ୍ଦ୍ର ସରକାର ବଡ଼ ସୂଚନା ଦେଇଛନ୍ତି। ତଦନ୍ତରେ ଏପର୍ଯ୍ୟନ୍ତ ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ରେ କୌଣସି ତ୍ରୁଟି ମିଳିନଥିବା ସରକାର କହିଛନ୍ତି।
ସିଭିଲ୍ ଏଭିଏସନ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏୟାର୍ ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍ଲାଇନର ବିମାନରେ ଥିବା ଫୁଏଲ୍ କଣ୍ଟ୍ରୋଲ୍ ସ୍ବିଚ୍ ସମ୍ପର୍କରେ ଯାଞ୍ଚ କରାଯାଇଛି। ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ମିଳିନାହିଁ। ତଦନ୍ତକାରୀ ସଂସ୍ଥା ଦୁର୍ଘଟଣାର ସମସ୍ତ ସମ୍ଭାବ୍ୟ କାରଣ ଯାଞ୍ଚ କରୁଛି। ଗୁଜରାଟର ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର୍ ଇଣ୍ଡିଆର ଏହି ବିମାନ ଜୁନ୍ ୧୨ ତାରିଖରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟି ଅହମଦାବାଦ ବିମାନବନ୍ଦର ନିକଟରେ ଥିବା ଏକ ଆବାସିକ ଅଞ୍ଚଳରେ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ଅଧିକାଂଶ ଯାତ୍ରୀଙ୍କ ସହ ମୋଟ୍ ୨୭୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ସୌଜନ୍ୟ ସମ୍ବାଦ




