ଖେଳଜାତୀୟ

Nita Football Academy: ନୀତା ଫୁଟ୍‌ବଲ୍‌ ଏକାଡେମୀ ଖେଳାଳିଙ୍କୁ ଭବ୍ୟ ସ୍ବାଗତ

ଛତିଶଗଡ଼ର ନାରାୟଣପୁର ଠାରେ ଆୟୋଜିତ ୧୭ ବର୍ଷ ରୁ କମ ବାଳିକା ଯୁବ ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶାର ନୀତା ଫୁଟ୍‌ବଲ୍‌ ଏକାଡେମୀ ଉପ ବିଜେତା ହୋଇ ସ୍ବରାଜ୍ୟକୁ ଫେରିଛି।

ଖୁଣ୍ଟୁଣୀ: ଛତିଶଗଡ଼ର ନାରାୟଣପୁର ଠାରେ ଆୟୋଜିତ ୧୭ ବର୍ଷ ରୁ କମ ବାଳିକା ଯୁବ ଲିଗ୍‌ର ପ୍ରଥମ ସଂସ୍କରଣରେ ଓଡ଼ିଶାର ନୀତା ଫୁଟ୍‌ବଲ୍‌ ଏକାଡେମୀ ଉପ ବିଜେତା ହୋଇ ସ୍ବରାଜ୍ୟକୁ ଫେରିଛି। କଟକ ପହଞ୍ଚିବା ପରେ ରେଳଷ୍ଟେସନ୍‌ ନିକଟରେ ସମ୍ପୂର୍ଣ୍ଣ ଦଳକୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। କଟକ ଜିଲ୍ଲା ଖୁଣ୍ଟୁଣୀ ରାଧାଦାମୋଦରପୁର ସ୍ଥିତ ନୀତା ଫୁଟବଲ ଏକାଡେମୀ ଫାଇନାଲ୍‌ରେ ୨-୩ (୧-୧)ରେ ଦିଲ୍ଲୀର ହୋପ୍‌ସ ଏଫ୍‌ସିଠାରୁ ଟାଇବ୍ରେକରରେ ପରାସ୍ତ ହୋଇ ଉପ ବିଜେତାରେ ସନ୍ତୁଷ୍ଟ ରହିଥିଲା। ତେବେ ୬ଟି ମ୍ୟାଚ୍‌ରେ ୨୧ ଗୋଲ୍‌ ଦେଇ ମାତ୍ର ୨ଟି ବରଣ କରିବା ଉଲ୍ଲେଖନୀୟ ଥିଲା।

ସମ୍ପୂର୍ଣ୍ଣ ଦଳର ଉଲ୍ଲେଖନୀୟ ପ୍ରଦର୍ଶନକୁ କ୍ରୀଡ଼ା ଓ ଯୁବସେବା ବିଭାଗ ପ୍ରଶିକ୍ଷକ ଅବନୀ ମହାନ୍ତି, ଓଡ଼ିଶା ଅଲିମ୍ପିକ୍‌ ସଂଘ ସମ୍ପାଦକ ଅଭିଜିତ ପାଲ, ଫାଓ ଯୁଗ୍ମ ସମ୍ପାଦକ ବିଶ୍ୱରଞ୍ଜନ ଘଡେଇ, କୋଷାଧକ୍ଷ ଭକ୍ତ ବଲ୍ଲଭ ଦାସ, ଚୟନକର୍ତ୍ତା ମାନସ ସାମଲ, ବରିଷ୍ଠ ପ୍ରଶିକ୍ଷକ ଗୀତାଞ୍ଜଳି ଖୁଣ୍ଟିଆଙ୍କ ସମେତ ନିତା ଫୁଟ୍‌ବଲ୍‌  ଏକାଡେମୀର ଅଧ୍ୟକ୍ଷ ସୁବ୍ରତ ଦାସ, ସମ୍ପାଦକ ଅରୁଣ କୁମାର ପରିଜା, କ୍ରୀଡା ସଂଗଠକ ସମରେନ୍ଦ୍ର ପ୍ରତାପ ସ୍ୱାଇଁ, ସିଇଓ ମହମ୍ମଦ ସାହିଦ ଜବାର, ବସନ୍ତ ନାୟକ, ରମଣୀ ରଞ୍ଜନ ନାୟକଙ୍କ ସମେତ କଟକର ବିଶିଷ୍ଟ ବ୍ୟକ୍ତି, ଫୁଟବଲ ପ୍ରେମୀ, କ୍ରୀଡ଼ାବିତ୍ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସ୍ବାଗତ ସମାରୋହରେ ସାମିଲ ହୋଇଥିଲେ।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button