ରାଜ୍ୟ

Heavy Rain Alert: ଆଜି ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ, କାଲିଠୁ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର,୦୪/୦୮: ମହାନଦୀରେ ପାଣି ଖସୁଛି ।  ନରାଜଠାରେ ପାଣି ବିପଦ ସଙ୍କେତ ତଳେ ରହିଛି । ଖଇରମାଳ,  ବରମୂଳ ଓ ମୁଣ୍ଡଳିରେ ପାଣି କମିଛି । ହୀରାକୁଦ ଜଳଭଣ୍ଡାରରେ  ଜଳସ୍ତର ୬୧୯.୬୨ ଫୁଟକୁ ଖସିଛି । ପାଣି କମୁଥିବାରୁ ହୀରାକୁଦର  ଆଉ ଗେଟ୍‌ ବନ୍ଦ କରାଯାଇଛି । ୧୭ଟି ଗେଟ୍‌ ଦେଇ ୨ ଲକ୍ଷ  ୫୬ହଜାର ଘନଫୁଟ ପାଣି ନିଷ୍କାସିତ ହେଉଥିଲା ।

ରାତି ୯ଟା ସୁଦ୍ଧା ହୀରାକୁଦକୁ ୧ଲକ୍ଷ ୯ହଜାର ଘନଫୁଟ  ପାଣି ପ୍ରବେଶ କରୁଥିଲା । ଖଇରମାଳରେ ୩ଲକ୍ଷ ୮୫ହଜାର  ଘନଫୁଟ ପାଣି ପ୍ରବାହିତ ହେଉଥିବାବେଳେ ବରମୂଳରେ ୪ଲକ୍ଷ ୨୪ହଜାର  ଘନଫୁଟ ଓ ମୁଣ୍ଡଳୀରେ ୫ଲକ୍ଷ ୮୨ହଜାର ୮୬୫  ଘନଫୁଟ ପାଣି ପ୍ରବାହିତ ହେଉଥିଲା । ସେପଟେ ମହାନଦୀର  ତଳମୁଣ୍ଡରୁ ପାଣି ଖସିଗଲାଣି ।

ମଙ୍ଗଳବାର ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ଆକଳନ କରିଛି । ବାଲେଶ୍ୱର, ଭଦ୍ରକ,  ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ,  ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟମ ଧରଣର ବର୍ଷା ହୋଇପାରେ ।

​​​​​​​ଅଧିକ ପଢ଼ନ୍ତୁ :-  ଟ୍ରକରୁ ୨୩ ହଜାର କଫ୍ ସିରପ୍ ବୋତଲ ଜବତ, ୨ ଗିରଫ

୫ ତାରିଖ (ବୁଧବାର) ବାଲେଶ୍ୱର, ସୁନ୍ଦରଗଡ଼, ଅନୁଗୁଳ,  ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ,  ମାଲକାନଗିରି ଓ ଗଜପତିରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର  ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୩୦ରୁ ୪୦ କିମି  ବେଗରେ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ । ୬ ଓ  ୭ ତାରିଖରେ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା  ଆଶଙ୍କା ଅଛି । ୮ ଓ ୯ ତାରିଖରେ  କନ୍ଧମାଳ, ରାୟଗଡ଼ା, ଗଜପତି  ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ  ବିଭାଗ ଆକଳନ କରିଛି ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button