ରାଜ୍ୟ

Farmers’ protests: ଚାଷୀଙ୍କ ବିରୋଧ ପରେ ଓହରିଲେ ସରକାର: ଟୋକନ୍ ପାଇବା ପାଇଁ ଆଇଡି ଆବଶ୍ୟକ, ଭାଗ ଚାଷୀଙ୍କ ତଥ୍ୟ ଦେବାକୁ ଆସିବ ଆପ୍

ଖରିଫ ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଗ୍ରିଷ୍ଟାକ୍‌ ଆଇଡିକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ଏପରିକି କେତେକ ପାକ୍‌ସରେ ବିନା ଏଗ୍ରିଷ୍ଟାକ୍‌ ଆଇଡିରେ ଚାଷୀଙ୍କର ନାମ ପଞ୍ଜୀକରଣ....

ଭୁବନେଶ୍ବର: ଖରିଫ ଧାନ କିଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଏଗ୍ରିଷ୍ଟାକ୍‌ ଆଇଡିକୁ ନେଇ ଚାଷୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ଏପରିକି କେତେକ ପାକ୍‌ସରେ ବିନା ଏଗ୍ରିଷ୍ଟାକ୍‌ ଆଇଡିରେ ଚାଷୀଙ୍କର ନାମ ପଞ୍ଜୀକରଣ ହେଉନଥିବାରୁ ଧାନ ବିକିବା ଲାଗି ଟୋକନ୍ ମିଳିବନି ବୋଲି କୁହାଯାଉଛି। ଏହାକୁ ନେଇ ସାରା ରାଜ୍ୟରେ ଚାଷୀଙ୍କ ମହଲରେ ଅସନ୍ତୋଷ ଦେଖା ଦେବା ପରେ ‌ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡିର କୌଣସି ଆବଶ୍ୟକତା ନାହିଁ। ବିନା ଏଗ୍ରିଷ୍ଟାକ୍‌ ଆଇଡିରେ ମଧ୍ୟ ଚାଷୀ ପଞ୍ଜୀକରଣ କରିପାରିବେ। ସବୁ ଚାଷୀଙ୍କଠାରୁ ଯେପରି ଧାନ କିଣାଯିବ ସେ ନେଇ ସରକାର ବ୍ୟବସ୍ଥା କରୁଛନ୍ତି।

ବିନା ଏଗ୍ରିଷ୍ଟାକ୍ ଆଇଡିରେ ପଞ୍ଜୀକରଣ ହେବ: ମନ୍ତ୍ରୀ

ମନ୍ତ୍ରୀ ଶ୍ରୀ ପାତ୍ରଙ୍କ କହିବା ମୁତାବକ ଆଜି ସୁଦ୍ଧା ରାଜ୍ୟରେ ମୋଟ ୫୦୯୩ ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ୩୧୦୮ ଜଣଙ୍କର ଏଗ୍ରିଷ୍ଟାକ୍ ଆଇଡି ବା କୃଷକ ପଞ୍ଜୀକରଣ ଆଇଡି ଅଛି। ଏବେ ଚାଷୀମାନେ ବିନା ଏଗ୍ରିଷ୍ଟାକ୍‌ ଆଇଡିରେ ପଞ୍ଜୀକରଣ କରନ୍ତୁ, ଧାନ ଟୋକନ୍ ସଂଗ୍ରହ କରିବା ପୂର୍ବରୁ କୃଷି ବିଭାଗର ଏଗ୍ରିଷ୍ଟାକ୍‌ ଆଇଡି ସଂଗ୍ରହ କରିନେବେ। ଯେଉଁମାନଙ୍କର ଏହି ଆଇଡି ନାହିଁ ସେମାନେ  ନାମ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟାକ୍‌ ଆଇଡି ପାଇଁ ଆବେଦନ କରପିାରିବେ। ଜମି ପଟ୍ଟା ଦେଲେ ଦୁଇ ଦିନ ଭିତରେ ଚାଷୀଙ୍କୁ ଆଇଡି ମିଳିଯିବ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button