ଜାତୀୟ

Govinda And David Dhawan Separation: ୧୭ଟି ଫିଲ୍ମ ପରେ କାହିଁକି ଅଲଗା ହେଲେ ଗୋବିନ୍ଦା-ଡେଭିଡ୍ ? ଏତେ ବର୍ଷ ପରେ କାରଣ କହିଲେ ଅଭିନେତା

ନୂଆଦିଲ୍ଲୀ, ୧୦/୦୮: ଏକ ସମୟରେ ବଲିଉଡର ସବୁଠାରୁ ସଫଳ ଅଭିନେତା-ନିର୍ଦ୍ଦେଶକ ଯୋଡ଼ି ମଧ୍ୟରେ ଗୋବିନ୍ଦା ଏବଂ ଡେଭିଡ୍ ଧାୱନଙ୍କ ଯୋଡ଼ି ଅନ୍ୟତମ ଥିଲା। ୧୯୯୦ ଦଶକରେ ଦୁହେଁ ଏକାଠି ୧୭ଟି ଫିଲ୍ମରେ କାମ କରିଥିଲେ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ ଅନେକ ବକ୍ସ ଅଫିସରେ ବଡ଼ ହିଟ୍ ହୋଇଥିଲା। ତେବେ ୧୭ଟି ଫିଲ୍ମ ପରେ ହଠାତ୍ ଏହି ସଫଳ ଯୋଡ଼ି ଅଲଗା ହୋଇଯାଇଥିଲା। ଦୀର୍ଘ ବର୍ଷ ଧରି ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଓ ଅନୁମାନ ହୋଇଆସୁଥିଲା। ଏବେ ଏତେ ବର୍ଷ ପରେ ଗୋବିନ୍ଦା ନିଜେ ଦୁହିଁଙ୍କ ମଧ୍ୟରେ କାହିଁକି ଫିଲ୍ମ ତିଆରି ବନ୍ଦ ହୋଇଥିଲା, ତାହାର କାରଣ କହିଛନ୍ତି।

କାହିଁକି ଡେଭିଡ୍ ଧାୱନଙ୍କ ସହ କାମ ବନ୍ଦ କରିଥିଲେ ଗୋବିନ୍ଦା?

ANI ସହ କଥାବାର୍ତ୍ତା ସମୟରେ ଗୋବିନ୍ଦା ୧୭ଟି ଫିଲ୍ମ ପରେ ଡେଭିଡ୍ ଧାୱନଙ୍କ ସହ ତାଙ୍କର ସହଯୋଗ କାହିଁକି ବନ୍ଦ ହୋଇଥିଲା, ସେ ବିଷୟରେ କହିଥିଲେ। ଡେଭିଡ୍ ଧାୱନଙ୍କୁ ପ୍ରଶଂସା କରି ଗୋବିନ୍ଦା କହିଥିଲେ ଯେ ସେ ଜଣେ ଭଲ ଏବଂ ସଚ୍ଚୋଟ ମଣିଷ। ତାଙ୍କ କହିବା ଅନୁଯାୟୀ, ଏକ ସମୟରେ ଡେଭିଡ୍ ଧାୱନ ଅନୁଭବ କରିଥିଲେ ଯେ ଗୋବିନ୍ଦାଙ୍କ ସହ ଆଉ ଆଗକୁ କାମ କରିବା ସମ୍ଭବ ନୁହେଁ। ଅନ୍ୟପକ୍ଷରେ, ଗୋବିନ୍ଦା ଚାହୁଁଥିଲେ ଯେ ଦୁହେଁ ଆହୁରି କିଛି ଫିଲ୍ମରେ ଏକାଠି କାମ କରନ୍ତୁ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button