ଦେଶ ବିଦେଶ

Ajit Doval: ନିଜକୁ ଅଜିତ ଡୋଭଲଙ୍କ ଏଜେଣ୍ଟ୍‌ କହୁଥିବା ନକଲି ଆଇଏଏସ୍‌ ଅଫିସର ଗିରଫ, ‘ଜିଓଆଇ’ ବୋର୍ଡ ମାରି ବୁଲୁଥିବା ଟେସ୍‌ଲା ଜବତ

ନିଜକୁ ଆଇଏଏସ୍‌ ଅଫିସର ଦର୍ଶାଇବା ସହ ଏନ୍ଏସ୍ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲଙ୍କ ଏଜେଣ୍ଟ୍‌ ବୋଲି ଦାବି କରିଥିବା ଜଣେ ବ୍ୟକ୍ତି ବିହାରରଖଗରିଆ ଜିଲ୍ଲାରେ ଗିରଫ ହୋଇଛନ୍ତି।

ନୂଆଦିଲ୍ଲୀ: ନିଜକୁ ଆଇଏଏସ୍‌ ଅଫିସର ଦର୍ଶାଇବା ସହ ଏନ୍ଏସ୍ଏ (ଜାତୀୟ ସୁରକ୍ଷା ଉପଦେଷ୍ଟା) ଅଜିତ ଡୋଭଲଙ୍କ ଏଜେଣ୍ଟ୍‌ ବୋଲି ଦାବି କରିଥିବା ଜଣେ ବ୍ୟକ୍ତି ବିହାରରଖଗରିଆ ଜିଲ୍ଲାରେ ଗିରଫ ହୋଇଛନ୍ତି। ଏକ ବିଶେଷ ସୂତ୍ରରୁ ସୂଚନା ମିଳିବାପରେ ଅଭିଯୁକ୍ତ ମନୀଷ ଗୁପ୍ତାଙ୍କୁ ଖଗରିଆ‌ର ଗୋଗ୍ରି ଥାନା ଅଧୀନ ଜମଲପୁରରେ ତାଙ୍କ ବାସଭବନରୁ ଗିରଫ କରାଯାଇଛି ବୋଲି ଖଗରିଆ‌ ଏସ୍‌ପି ଭାନୁ ପ୍ରତାପ ସିଂହ କହିଛନ୍ତି।

ପୁଲିସ ଅନୁଯାୟୀ, ଗୁପ୍ତା ନିଜକୁ ଜଣେ ବରିଷ୍ଠ ସରକାରୀ ଅଧିକାରୀ ଦର୍ଶାଇଥିଲେ ଏବଂ ସେ ବିହାରର ବିଭିନ୍ନ ଅଂଶରେ ବେଆଇନ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ଜେରା ସମୟରେ ଗୁପ୍ତା ପୁଲିସକୁଏକ ସେଣ୍ଟ୍ରାଲ ଭିଜିଲାନ୍ସ କମିସନ୍‌ କାର୍ଡ ଦେଖାଇଥିଲେ ଏବଂ ସେ ଡୋଭଲଙ୍କ ଏଜେଣ୍ଟ ଭାବେ କାମ କରନ୍ତି ବୋଲି ଦାବି କରିଥିଲେ। ସେ ମଧ୍ୟ ନିଜକୁ ଜଣେ ଆଇଏଏସ୍‌ ଅଫିସର୍‌ ଦର୍ଶାଇ ଏକ ପରିଚୟ ପତ୍ର ଦେଇଥିଲେ। ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଲା ଯେ ଏହି ଦାବି ମିଛ। ସେ କୌଣସି ଆଇଏଏସ୍‌ ଅଫିସର ନୁହନ୍ତି କି ସେ ଅଜିତ ଡୋଭଲଙ୍କ ଏଜେଣ୍ଟ୍‌ ନୁହନ୍ତି।

ତାଙ୍କ ଘରେ ଚଢ଼ଉ ପରେ ୩୧ ଲିଟରରୁ ଅଧିକ ବିଦେଶୀ ମଦ ଜବତ ହୋଇଛି ଏବଂ ‘ଗଭର୍ଣ୍ଣମେଣ୍ଟ୍‌ ଅଫ୍‌ ଇଣ୍ଡିଆ’ (ଜିଓଆଇ) ବୋର୍ଡ ଲାଗିଥିବା ଏକ ଟେସଲା କାର୍‌ ଏବଂ ଏକ ଟାଟା ସଫାରି ଜବତ ହୋଇଛି। ପୁଲିସ ମଧ୍ୟ ତାଙ୍କ ବାସଭବନରୁ ୫ଟି ଆଇଫୋନ୍‌, ୨୦ଟି କ୍ରେଡିଟ୍ କାର୍ଡ, ୮ଟି ଡେବିଟ୍ କାର୍ଡ, ୪ଟି ଚେକ୍‌ବୁକ୍‌ ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି। ଜବତ ହୋଇଥିବା ଟେସଲାରେ ଏଫ୍ଏସ୍‌ଡି (ଫୁଲ୍‌ ସେଲ୍‌ଫ ଡ୍ରାଇଭିଂ) ଫିଚର୍‌ ରହିଛି। ଏହା ଭାରତରେ ବିରଳ। ଦୁର୍ନୀତି ଓ ଜାଲିଆତି ଦ୍ବାରା ସେ ଏହି ଜିନିଷଗୁଡ଼ିକୁ ହାତେଇଛନ୍ତି ବୋଲି ପୁଲିସ ସନ୍ଦେହ କରୁଛି।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button