ଦେଶ ବିଦେଶ

Tariq Rahman: ତାରିକ ରହମାନଙ୍କୁ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ, ହସିନାଙ୍କୁ ଶୀଘ୍ର ପ୍ରତ୍ୟର୍ପଣ କରିବାକୁ କହିଲା ବାଂଲାଦେଶ

ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଢାକାରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କୁ ସୋମବାର ଭେଟିଛନ୍ତି। ଏହି ଅବସରରେ ବାଂଲାଦେଶ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣକୁ ତ୍ୱରାନ୍ୱିତ କରିବା ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଭାରତକୁ ଆହ୍ୱାନ କରିଛି।

ଢାକା: ବାଂଲାଦେଶ ପ୍ରଧାନମନ୍ତ୍ରୀ ତାରିକ ରହମାନ ଢାକାରେ ଭାରତୀୟ ରାଷ୍ଟ୍ରଦୂତ ଦିନେଶ ତ୍ରିବେଦୀଙ୍କୁ ସୋମବାର ଭେଟିଛନ୍ତି। ଏହି ଅବସରରେ ବାଂଲାଦେଶ ଏହାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣକୁ ତ୍ୱରାନ୍ୱିତ କରିବା ଓ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଭାରତକୁ ଆହ୍ୱାନ କରିଛି।

ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଂଲାଦେଶ ଫେରିବା ଯୋଜନା ବିଷୟରେ କହିବା ପାଇଁ ନୂଆଦିଲ୍ଲୀରେ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀ କରିବାର ପାଞ୍ଚ ଦିନ ପରେ ଢାକା ହସିନାଙ୍କୁ ପ୍ରତ୍ୟର୍ପଣ ପାଇଁ ନିଜର ଅନୁରୋଧକୁ ପୁନର୍ବାର ଦୋହରାଇଥିଲା। ହସିନା ୨୦୨୪ ଅଗଷ୍ଟରୁ ଭାରତରେ ନିର୍ବାସନରେ ରହିଆସୁଛନ୍ତି। ଭାରତରେ ହସିନାଙ୍କ ଉପସ୍ଥିତି ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କରେ ମୁଖ୍ୟ ପ୍ରତିବନ୍ଧକ ହୋଇ ରହିଆସିଛି। ତ୍ରିବେଦୀ ସୋମବାର ଢାକାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇ ତାରିକ ରହମାନଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍ କରିଥିଲେ। ଏହି ଅବସରରେ ଉଭୟଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ପ୍ରସଙ୍ଗରେ କଥାବାର୍ତ୍ତା ହୋଇଥିବା ବାଂଲାଦେଶ ସରକାରଙ୍କ ପ୍ରେସ୍‌ ବାର୍ତ୍ତାରେ କୁହାଯାଇଛି।

ପ୍ରାୟ ଦୁଇ ମାସ ପୂର୍ବେ ଢାକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତ୍ରିବେଦୀଙ୍କ ସହିତ ରହମାନଙ୍କର ଏହା ପ୍ରଥମ ବୈଠକ ଥିଲା। ଭାରତ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବ ବୋଲି ବାଂଲାଦେଶ ଆଶାୟୀ ଥିବା ଏଥିରେ କୁହାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ହୁମାୟୁନ୍ କବୀରଙ୍କ ସହ ବୈଠକରେ ଯୋଗ ଦେଇଥିବା ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ପରେ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଦଣ୍ଡପ୍ରାପ୍ତ ପଳାତକ ଶେଖ୍ ହାସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ ବୈଠକରେ ଉଠିଛି। ହସିନାଙ୍କ ପ୍ରତ୍ୟର୍ପଣକୁ ତ୍ୱରାନ୍ୱିତ କରିବାକୁ ଆମେ କହିଥିଲୁ। ଆଶା କରୁଛୁ ଯେ, ଭାରତ ଏହି ପ୍ରସଙ୍ଗରେ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button